ମାରଣାସ୍ତ୍ର ଧରି ବୁଲୁଛନ୍ତି ଡକାୟତ ଗ୍ୟାଙ୍ଗ୍, ATM ଲୁଟ୍‌ ଯୋଜନା ଭଣ୍ଡୁର କଲା ପୋଲିସ୍

author img

By

Published : May 21, 2023, 4:21 PM IST

dacoit gang arrested

ଗତ ୧୨ତାରିଖ ରାତିରେ ଭିଏସଏସ ନଗର ପାଖରେ ଏକ ଏଟିଏମ୍‌କୁ ଲୁଟ୍‌ କରିବା ଯୋଜନାକୁ ଭଣ୍ଡୁର କଲା ପୋଲିସ ।ଅଧିକ ପଢନ୍ତୁ

ATM ଲୁଟ୍‌ ଯୋଜନା ଭଣ୍ଡୁର କଲା ପୋଲିସ୍

ଭୁବନେଶ୍ବର: ଏଟିଏମ୍‌ ଲୁଟ୍‌ ଯୋଜନାକୁ ଭଣ୍ଡୁର କଲା ପୋଲିସ । ଏନେଇ ଭୁବନେଶ୍ବର ଡିସିପି ପିସିଆର କର୍ମଚାରୀଙ୍କୁ ପ୍ରଶଂସା କରିବା ସହ ମନୋବଳକୁ ଆହୁରି ବଢାଇବାକୁ ଦେଇଛନ୍ତି ପ୍ରେରଣା । ସୂଚନା ମୁତାବକ, ଗତ ମେ ୧୨ତାରିଖ ରାତିରେ ଭିଏସଏସ ନଗର ନିକଟସ୍ଥ ଏକ ଏଟିଏମ୍‌ରୁ ଲୁଟ୍‌ ପାଇଁ ୬ରୁ ୭ ଦୁର୍ବୁତ୍ତ ଗୋଟିଏ ପିକ୍‌ଅପ୍‌ ଓ ବାଇକ ଯୋଗେ ଆସିଥିଲେ । ସେମାନଙ୍କୁ ଏସକର୍ଟ ଦେଇ ଆଗରେ ଯାଉଥିଲା ଏକ ବାଇକରେ ଦୁର୍ବୁତ୍ତ । ଅନ୍ଧାରିଆ ସମୟରେ ଡକାୟତି ଯୋଜନା ପୁର୍ବରୁ ସେହି ବାଟ ଦେଇ ଯାଉଥିବା ଦୁଇ ଯୁବକଙ୍କଠାରୁ ଗାଡି ଛଡ଼ାଇବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । ହେଲେ ସେମାନଙ୍କ କବଳରୁ ଖସି ଆସିଥିବା ଯୁବକବାଟରେ ପୋଲିସ ପିସିଆର-୫କୁ ସବୁ କଥା କହିଥିଲେ ।

ଏହା ମଧ୍ୟ ପଢନ୍ତୁ-Anti-Terrorism Day 2023: ଦେଶ ପାଳୁଛି ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧ ଦିବସ, ଜାଣନ୍ତୁ ଏହା ପଛର ଇତିହାସ

ଏନେଇ ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଥମେ ବାଇକରେ ଥିବା ଦୁର୍ବୁତ୍ତ ଖସି ପଳାଇଥିଲା । ପରେ‌ ପିସିଆର ବାଇକ୍‌କୁ ଛାଡ଼ି ପିକ୍‌ଅପ୍‌ ଭ୍ୟାନକୁ ପିଛା କରିଥିଲା । ଲୁଟେରା କେଭି ଦେଇ ଡମଣା ଛକ ଓ ପରେ ନାଲକୋ ଛକ ଦେଇ ଇନଫୋସିଟି ଆଡ଼କୁ ଖସିଯାଇଥିଲେ । କିନ୍ତୁ ପିଛା କରୁଥିବା ପିସିଆର ଅନ୍ୟ ପିସିଆର ୨୦/୨୧କୁ ଯୋଗାଯୋଗ କରି ଉତ୍କଳ ହସ୍ପିଟାଲ ପାଖ ସରସ୍ବତୀ ବସ୍ତି ନିକଟରେ କାବୁ କରିଥିଲେ । ଅନ୍ୟପଟେ ଦୁର୍ବୃତ୍ତ ଖସିବାକୁ ଉଦ୍ୟମ କରି ପୋଲିସକୁ ଟେକା ପଥର ମାଡ କରିଥିଲେ । ଯାହାଫଳରେ ଘଟଣା ସ୍ଥଳରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ - Summer Special: ତାତିରୁ ଶରୀରରୁ ମିଳିବ ଆରାମ, ଖରାଦିନେ ଖାଆନ୍ତୁ ଏସବୁ ଫଳରୁ ତିଆରି ଗୋଲା

ତେବେ ଏତେ ବଡ଼ ଅପରାଧ ହେବା ପୂର୍ବରୁ ଦୁର୍ବୃତ୍ତଙ୍କୁ ପୋଲିସ କାବୁ କରିଥିବା ବେଳେ ସାହସୀ ପୋଲିସକୁ ମିଳିଛି ସାଧୁବାଦ । ହେଲେ କମିଶନରେଟ ପୋଲିସ ପକ୍ଷରୁ ଏମାନଙ୍କୁ ଲୁଟେରାଙ୍କୁ କାବୁ ପାଇଁ ନିରସ୍ତ୍ର ଛଡାଯାଉଛି ଯାହା ପୋଲିସର ସୁରକ୍ଷା ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି । ଏନେଇ ବରିଷ୍ଠ ଅଧିକାରୀ ଏନେଇ କିଛି କହି ନ ଥିବାବେଳେ ଏମାନଙ୍କ ସୁରକ୍ଷା ପାଇଁ କିଏ ଦାୟୀ ଏଥିରୁ ବାରି ହେଉଛି । ଏ ଦିଗରେ‌ କେବେ ପଦକ୍ଷେପ ନେବେ ଭୁବନେଶ୍ୱର ଡିସିପି ଓ ପୋଲିସ କମିଶନର ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.