ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ଖୋଜା, ଗତ ବର୍ଷ ଗୋପାଳ ନେଇଥିଲେ ଫାୟାରିଂ ଟ୍ରେନିଂ

author img

By

Published : Jan 31, 2023, 2:22 PM IST

Gopal took firing training last year

କ୍ରାଇମବ୍ରାଞ୍ଚ ହାତରେ ଗୋପାଳ ବ୍ୟବହାର କରିଥିବା ବନ୍ଧୁକର ଇସ୍ୟୁ ରିପୋର୍ଟ । 2013ରୁ ଇସ୍ୟୁ ହୋଇଥିଲା ୯ ଏମ ଏମ ସର୍ଭିସ ପିସ୍ତଲ । ଅଧିକ ପଢନ୍ତୁ

ଭୁବନେଶ୍ବର: କାହିଁକି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କଲେ ଗୋପାଳ ଦାସ ? କଣ ରହିଛି ଏହା ପଛର କାରଣ ? ବ୍ୟକ୍ତିଗତ ଶତୃତା ନା ରହିଛି ଅନ୍ୟ କିଛି କାରଣ । ଏମିତି ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଥିବା ବେଳେ କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍‌ ତେବେ ଯେଉଁ ପିସ୍ତଲରୁ ଗୁଳି ଚଳାଇ ସେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିଲା ତାହା କେବେ ଇସ୍ୟୁ ହୋଇଥିଲା ତାର ରିପୋର୍ଟ ଏବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।

24 ରାଉଣ୍ଡ ଗୁଳି ସହ ବନ୍ଧୁକ ଇସ୍ୟୁର ରିପୋର୍ଟ ଆସିଛି । 2013ରୁ ଇସ୍ୟୁ ହୋଇଥିଲା ୯ ଏମ ଏମ ସର୍ଭିସ ପିସ୍ତଲ। 2020ରେ ଗୁଳି ବଦଳାଇ ନୂଆ ଗୁଳି ନେଇଥିଲେ ଗୋପାଳ ଦାସ । ଗତ ଡିସେମ୍ବର ମାସରେ ରେଞ୍ଜ କୋର୍ସ କରି ସେ ଫାୟାର ଟ୍ରେନିଂ ନେଇଥିଲେ । ଜଣେ ଭଲ ସୁଟର ଥିଲେ ଗୋପାଳ । ତେବେ ଗୋପାଳଙ୍କ ବିଷୟରେ ଫାଣ୍ଡି ଷ୍ଟାଫ୍‌ ସମେତ ଥାନା ଷ୍ଟାଫଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଟ୍ରାଫିକ ଆରେଞ୍ଜମେଣ୍ଟ ଦାୟିତ୍ବରେ ଥିଲେ ଗୋପାଳ । ରବିବାର ଟ୍ରାଫିକ କ୍ଲିୟରାନ୍ସ କରିଥିଲେ ଗୋପାଳ । ତେବେ ମନ୍ତ୍ରୀଙ୍କ ସହ ପୂର୍ବରୁ ସମ୍ପର୍କ ଥିଲା କି ନାହିଁ ସେନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ।

ଅନ୍ୟପଟେ ନବ ଦାସଙ୍କ ହତ୍ୟାକାଣ୍ଡରେ କାରଣ ଖୋଜିବାକୁ ଡାଇରେକ୍ଟର ଇଣ୍ଟେଲିଜେନ୍ସ, ଡାଇରେକ୍ଟର ଲ' ଆଣ୍ଡ ଅର୍ଡର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପାଇଲଟିଂ ଫୋର୍ସ ଡିପ୍ଲୟମେଣ୍ଟ ଆଦି ଦିଗକୁ ନେଇ ଯାଞ୍ଚ ଆରମ୍ଭ କରିଛନ୍ତି । ପୂର୍ବତନ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ''ଇଣ୍ଟେଲିଜେନ୍ସ ରିପୋର୍ଟ ଓ ଏସ୍‌ଓପି ଫଲୋ କରାଯାଇଥିଲା କି ନାହିଁ । ସେ ଦିଗରେ ସଠିକ ଭାବେ ଜିଲ୍ଲା ଏସପି, ରେଞ୍ଜ୍‌ ଆଇଜି, ଡିଷ୍ଟ୍ରିକ ଇଣ୍ଟେଲିଜେନ୍ସର ପୋର୍ଟ ଥିଲା କି ନାହିଁ ଏ ତମାମ ଦିଗକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ୨୫ପ୍ଲାଟୁନ ଫୋର୍ସ ଝାରସୁଗୁଡ଼ା ଜିଲ୍ଲାରେ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ସ୍ଥାନ ଓ ଲୋକଙ୍କ କ୍ରୋଧକୁ ଦୃଷ୍ଟିରେ ରଖି ପୋଲିସ ବିଭିନ୍ନ ଦିଗ ଉପରେ ନଜର ରଖିଛି ।''

ତେବେ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଭିଭିଆଇପି ଗସ୍ତ ଓ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିପରି ରାଜ୍ୟରେ ଭିଭିଆଇପିଙ୍କ ଗସ୍ତ ବେଳେ ପାଳନ ହେଉଛି SOP ଓ ସୁରକ୍ଷା ଦୃଷ୍ଟିରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗସ୍ତବେଳେ SOP ପାଳନ ହୋଇଥିଲା କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ପୂର୍ବତନ ପୋଲିସ ଅଧିକାରୀ । ମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାର ପ୍ରୋଟୋକଲ ରହିଥିବା ବେଳେ ଏଥିରେ କେଉଁ ତୃଟି ରହିଲା, ଯେଉଁ କାରଣରୁ ଏପରି ଏକ ଅଘଟଣ ଘଟିଲା ତାହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପଟେ ଆଜି ଝାରସୁଗୁଡ଼ା କୋର୍ଟରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚର ଅଧିକାରୀ । ଗୋପାଳର ରିମାଣ୍ଡ ଆବେଦନ ଉପରେ ହୋଇପାରେ ଶୁଣାଣି । ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିହତ୍ୟା ଘଟଣାରେ ଗତକାଲି କ୍ରାଇମବ୍ରାଞ୍ଚ JMFC କୋର୍ଟରେ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲେ। ଏହାକୁ ନେଇ JMFC କୋର୍ଟ ସ୍ଥଗିତ ରଖିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ଘଟଣଆରେ ଆଜି ସ୍ଥାନୀୟ ଅଞ୍ଚଳର ମୁକଶାଖିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପଚରାଉଚରା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.