Archana Nag Case: ମଉଳିଲା ଜେଲରୁ ମୁକୁଳିବା ଆଶା, ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ

author img

By

Published : Nov 30, 2022, 5:21 PM IST

Archana Nag Case: ମଉଳିଲା ଜେଲରୁ ମୁକୁଳିବା ଆଶା, ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ

ଅର୍ଚ୍ଚନାଙ୍କ ପାଇଁ ଅଡୁଆ ହେଲା ଅକ୍ଷୟ ପରିଜାଙ୍କ ଅଭିଯୋଗ । ବ୍ଲାକମେଲିଂ କେସରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟକ୍ଲାସ କୋର୍ଟ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଅର୍ଚ୍ଚନାଙ୍କ ପାଇଁ ଅଡୁଆ ହେଲା ଅକ୍ଷୟ ପରିଜାଙ୍କ ଅଭିଯୋଗ । ନୟାପଲ୍ଲୀ ଥାନାରେ ହୋଇଥିବା ବ୍ଲାକମେଲିଂ କେସରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ । ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟକ୍ଲାସ କୋର୍ଟ ଖାରଜ କରିଛନ୍ତି ଜାମିନ ଆବେଦନ । ନୟାପଲ୍ଲୀ ଥାନା କେସ ଆଧାରରେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ଅର୍ଚ୍ଚନାଙ୍କ ଓକିଲ । ୨୮ ତାରିଖରେ ହୋଇଥିଲା ଶୁଣାଣି ।

Archana Nag Case: ମଉଳିଲା ଜେଲରୁ ମୁକୁଳିବା ଆଶା, ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ

ନୟାପଲ୍ଲୀ ଥାନାରେ ହୋଇଥିବା ଅକ୍ଷୟ ପରିଜାଙ୍କ କେସ ଆଧାରରେ ଗତ ୨୮ ତାରିଖରେ ଶୁଣାଣି ହୋଇଥିଲା । ଯାହାର‌ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ତେବେ ଏବେ ସାମ୍ନାକୁ ଆସିଛି କୋର୍ଟଙ୍କ ଅର୍ଡର । ଯେଉଁଥିରେ ଅର୍ଚ୍ଚନାଙ୍କ ଜାମିନକୁ କୋର୍ଟ ଖାରଜ କରିଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି କରିଥିବା କେସ ଆଧାରରେ ଜାମିନ ଖାରଜ ହୋଇଥିଲା । ପୂର୍ବରୁ ଏସଡିଜେଏମ କୋର୍ଟରେ ଜାମିନ ଉପରେ ଶୁଣାଣି କରି କୋର୍ଟ ବେଲ ନାମଞ୍ଜୁର କରିଥିଲେ । ଫଳରେ ଦୁଇ ଦୁଇ ଥର ଜାମିନରେ ମୁକୁଳିବା ପାଇଁ ଆଶା କରି ଅର୍ଚ୍ଚନାଙ୍କୁ ନିରାଶ ହେବାକୁ ପଡ଼ିଛି ।

ଏନେଇ ଓକିଲଙ୍କ ଜରିଆରେ ଅର୍ଚ୍ଚନା ପୁଣି ଉପର‌ କୋର୍ଟକୁ ଯିବେ ବୋଲି ସୂଚନା ମିଳିଛି । ତେବେ ଅର୍ଚ୍ଚନା ବର୍ତ୍ତମାନ ଦୁଇଟି କେସ ଆଧାରରେ ଝାରପଡ଼ା ଜେଲରେ ଅଛନ୍ତି । ଗତ ଅକ୍ଟୋବର ୪ ତାରିଖରୁ ଗିରଫ ପରେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଖଣ୍ଡଗିରି ଥାନା କେସ ଆଧାରରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ମନି ଲଣ୍ଡ୍‌ରିଂ ଆକ୍ଟରେ କେସ କରି ଘଟଣାର ତଦନ୍ତ ଜାରି ରଖିଛି । ଏହି ମାମଲାରେ ପୋଲିସ ଛାଡିଦେଇଥିବା ନାଗ ଦମ୍ପତିଙ୍କ ସହଯୋଗୀ ଖଗେଶ୍ବରକୁ ଗିରଫ କରି କୋର୍ଟ ଚାଲାଣ ପରେ ସେ ଏବେ ଝାରପଡା ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

ତେବେ PMLA କେସରେ ଅର୍ଚ୍ଚନା‌ ଲିଙ୍କରେ ଅନେକ ହାଇପ୍ରୋଫାଇଲଙ୍କୁ ସମନ୍ କରିଛି ED । ଯାହାର ଆଧାରରେ ପୂର୍ବରୁ ବ୍ୟବସାୟୀ ଅମୀୟ ଦାସ, ଅକ୍ଷୟ ପରିଜା, ଢେଙ୍କାନାଳ ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ, ପ୍ରଯୋଜକ ପ୍ରମୋଦ ସ୍ବାଇଁ, ଖଗେଶ୍ବରର ସହଯୋଗୀ ସମେତ ଶ୍ରଦ୍ଧାଞ୍ଜଳି ମଧ୍ୟ ହାଜର ହୋଇ ED ନିକଟରେ ତଥ୍ୟ ରଖିଛନ୍ତି । ଏନେଇ ED ସମନ୍ ଆଧାରରେ ଆହୁରି ୯ ଜଣ ହାଜର ହେବାର ରହିଛି । ଯେଉଁମାନଙ୍କ ମଧ୍ୟରେ କିଛି ବ୍ୟବସାୟୀ, ହୋଟେଲ ମାଲିକ ଆସିବାର ସୂଚନା‌ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.