ବିଜେଡି ଲାଭରେ ରହୁଛି, କିନ୍ତୁ କ୍ଷତିରେ ଓଡ଼ିଶା: କଂଗ୍ରେସ

author img

By

Published : May 29, 2023, 10:26 PM IST

ବିଜେଡି ଲାଭରେ ରହୁଛି, କିନ୍ତୁ କ୍ଷତିରେ ଓଡ଼ିଶା ରହିଛି: କଂଗ୍ରେସ

ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ରାଜ୍ୟ ସରକାର ହାସଲ କରିଥିବା ସଫଳତା ବଖାଣିଛନ୍ତି । ସେପଟେ କେବଳ ୨୦୨୨ରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା ଏବଂ ଉପନିର୍ବାଚନରେ ବିଜେଡି ସଫଳତା ପାଇଛି ବୋଲି କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ବିଜେଡି ଲାଭରେ ରହୁଛି, କିନ୍ତୁ କ୍ଷତିରେ ଓଡ଼ିଶା ରହିଛି: କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ହାସଲ କରିଥିବା ନିଜ ସଫଳତା ବଖାଣିଛନ୍ତି । ବିଭିନ୍ନ ବିଭାଗର ସମୀକ୍ଷା ସରିଥିବା ବେଳେ ସମୀକ୍ଷା ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀ କରି ୨୦୧୯ ନିର୍ବାଚନ ସମୟରେ ବିଜେଡି ସୁପ୍ରିମୋ ଦେଇଥିବା ଇସ୍ତାହାରଠାରୁ ଅଧିକ ସଫଳତା ହାସଲ କରିଥିବା ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ କହିଛନ୍ତି । ସେପଟେ ବିଗତ ୪ ବର୍ଷ ମଧ୍ୟରେ ବିଜେଡି ସରକାର ୨ଟି ସଫଳତା ଲାଭ କରିଛି ବୋଲି କହିଛି କଂଗ୍ରେସ । ୨୦୨୨ରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା ଏବଂ ଉପନିର୍ବାଚନରେ ସଫଳତା ପାଇଛି । ତେବେ କେବଳ ବିଜେଡି ଏହି ସଫଳତା ପାଇଛି, ହେଲେ ଲୋକେ କଣ ପାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପିସିସି ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା ।

ଗୋଟିଏ ପଟେ ବିଜେଡି ସରକାର ଓଡ଼ିଶାରେ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସଫଳତା ବଖାଣୁଥିବା ବେଳେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ସଫଳତାକୁ କଟାକ୍ଷ କରିଛନ୍ତି ପିସିସି ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା । ସେ କହିଛନ୍ତି, "ବିଜେଡି ଲାଭରେ ରହୁଛି, କିନ୍ତୁ କ୍ଷତିରେ ଓଡ଼ିଶା ରହିଛି । ଇଣ୍ଡିଆ ଟୁଡେର ସର୍ଭେରେ ଓଡ଼ିଶାର ସ୍ଥିତି କଣ ? ୨୦୨୨ ଡିସେମ୍ବର ୨୬ର ଏକ ରିପୋର୍ଟରେ ୨୦ ବଡ଼ ରାଜ୍ୟ ମଧ୍ୟରେ ଓଡିଶା ଦକ୍ଷତା କ୍ଷେତ୍ରରେ ୧୬ ନଂ, କୃଷି କ୍ଷେତ୍ରରେ ୧୪, ଆଇନ୍ ଶୃଙ୍ଖଳାରେ ୧୪, ବିକାଶ କ୍ଷେତ୍ରରେ ୧୬, ସ୍ବାସ୍ଥ୍ୟ କ୍ଷେତ୍ରରେ ୧୩ ଓ ଶିକ୍ଷା କ୍ଷେତ୍ରରେ ୧୧ ନମ୍ବରରେ ରହିଛି । ନୀତି ଆୟୋଗ ଅନୁଯାୟୀ ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡି଼ଶା ୧୪ ତମ ସ୍ଥାନରେ ରହିଛି । ୨୦୧୯ରୁ ୨୦୨୩ ମଧ୍ୟରେ ପ୍ରତ୍ୟେକ ବ୍ଲକରେ ଜଳ ସଚେନ କରିବାର ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର । ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ୨୦୧୦-୧୧ ମସିହା ନିଯୁକ୍ତି ମଧ୍ୟ ନାହିଁ, ବରଂ ଛଟେଇ ହେଲା । ୨ ଲକ୍ଷ ୨୬ ହଜାର ସରକାରୀ ପଦବୀ ଖାଲି, ହେଲେ ଯୁବବର୍ଗଙ୍କୁ ଭର୍ତ୍ତି କରିବାରେ ରାଜ୍ୟ ସରକାରଙ୍କର କୌଣସି ଆନ୍ତରିକତା ନାହିଁ ।"

ସେ ଆହୁରି କହିଛନ୍ତି, "ପ୍ରତ୍ୟେକ ପଞ୍ଚାୟତରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ସ୍ବାସ୍ଥ୍ୟସେବାର ଅଭାବ, ଶିକ୍ଷା ହେଉ କିମ୍ବା ଡାକ୍ତରଙ୍କ ନିଯୁକ୍ତି, ସବୁଥିରେ ଅଭାବ ପରିଲକ୍ଷିତ ହୋଇଛି । NCRB ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଏହି ତାଲିକାରେ ଭାରତରେ ଆମ ରାଜ୍ୟରେ ୨ୟ ସ୍ଥାନରେ ରହିଛି । ଜନସଂଖ୍ୟା ଦୃଷ୍ଟିରୁ ପ୍ରଥମ ସ୍ଥାନ । ପ୍ରତିଦିନ ଆମ ରାଜ୍ୟରେ ୯ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି ବୋଲି ଶ୍ବେତପତ୍ରରେ ଦେଖାଯାଇଛି । କିନ୍ତୁ ବର୍ଷକରେ ୯ ଜଣଙ୍କୁ ଦଣ୍ଡ ଦିଆଯାଇନହିଁ । ଏଥିରୁ ଜଣାପଡୁଛି, ଆଇନ ନିଜ ରାସ୍ତାରେ କେତେ ସଠିକ ଭାବରେ ଯାଉଛି । ନବ ଦାସ ହତ୍ୟାର ଚାର୍ଜସିଟ ଅଧ୍ୟୟନ କଲେ ଜଣାପଡ଼ୁଛି ଯେ, ଅପରାଧୀ ମାନଙ୍କୁ ସୁରକ୍ଷିତ ରଖାଯାଇଛି । ଗୋବିନ୍ଦ ସାହୁ ଘଟଣାରେ ମଧ୍ୟ ଆଜି ଯାଏଁ କୌଣସି ତଥ୍ୟ ଦେଲାନାହିଁ କ୍ରାଇମବ୍ରାଞ୍ଚ । ଏକାଧିକ ମନ୍ତ୍ରୀଙ୍କ ବିରୋଧରେ ପାରିବାରିକ ହିଂସା ଅଭିଯୋଗ ରହିଛି । କିନ୍ତୁ କ୍ରାଇମବ୍ରାଞ୍ଚ କୌଣସି ସଠିକ ତଥ୍ୟ ଦେଇପାରି ନାହିଁ । ବିଜେଡି ସର୍ବଦା କହିଛି ଆମେ ଦେବୁ ସ୍ବଚ୍ଛ ଶାସନ, କିନ୍ତୁ ଏହା ସବୁଠାରୁ ବଡ଼ ମିଥ୍ୟା । କେବଳ ରାଜ୍ୟବାସୀଙ୍କୁ ଠକି ଆସିଛି ବିଜେଡି ସରକାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.