ଭିତ୍ତିଭୂମି ଅଭାବ ସହ ଆରମ୍ଭ ହେଲା PGIMER, ପ୍ରଥମ ପର୍ଯ୍ୟାୟରେ 6ଟି ବିଭାଗ

author img

By

Published : Dec 31, 2022, 7:22 AM IST

କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହେଲା PGIMER

ଭିତ୍ତିଭୂମି ଅଭାବ ସତ୍ତ୍ବେ କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହେଲା ସ୍ନାତକୋତ୍ତର ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । PGIMER ନିର୍ଦ୍ଦେଶିକାଙ୍କ ସୂଚନା ଅନୁସାରେ 2023 ଶେଷ ସୁଦ୍ଧା ସରିବ ସମସ୍ତ କାର୍ଯ୍ୟ । ଅଧିକ ପଢ଼ନ୍ତୁ

କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହେଲା PGIMER

ଭୁବନେଶ୍ବର: ଶୁଭାରମ୍ଭ ହେଲା କ୍ୟାପିଟାଲ ହସ୍ପିଟାଲରେ ସ୍ନାତକୋତ୍ତର ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ 2022-23 ଶିକ୍ଷାବର୍ଷରୁ ଆରମ୍ଭ ହୋଇଛି ପାଠ ପଢା । ଏପଟେ ଭିତ୍ତିଭୂମି ବିଭାଗ ଅନୁଯାୟୀ ନାହିଁ । PGIMER ନିର୍ଦ୍ଦେଶିକାଙ୍କ ସୂଚନା ଅନୁସାରେ 2023 ଶେଷ ସୁଦ୍ଧା ସରିବ ସମସ୍ତ କାର୍ଯ୍ୟ ।

ଚଳିତ 2022-23 ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ରଥମ ବ୍ୟାଚ ପିଜି ପାଠ୍ୟକ୍ରମ । ହସ୍ପିଟାଲରେ ମୋଟ 15ଟି ବିଭାଗରେ ଖୋଲିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ 6ଟି ବିଭାଗକୁ ମିଳିଛି ଅନୁମତି । ଆଉ 9 ଟି ବିଭାଗ ପର୍ଯ୍ୟାୟକ୍ରମେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ 6 ଟି ବିଭାଗରେ 24ଟି ସିଟ ପାଇଁ ପିଜି ପାଠ୍ୟକ୍ରମ ପାଇଁ ଅନୁମତି ମିଳିଛି । ମେଡିସିନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରୀ ବିଭାଗକୁ 5ଟି ଲେଖାଏ ସିଟ ସହିତ, ଅସ୍ଥିଶଲ୍ୟ ବିଭାଗରେ 2, ଶିଶୁରୋଗ ବିଭାଗରେ 4, ଶ୍ବାସରୋଗ ବିଭାଗରେ 3 ଟି ସିଟରେ ପିଜି ପାଠ୍ୟକ୍ରମ ଖୋଲିଛି । ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶକ, ପ୍ରଫେସର ଓ କମର୍ଚାରୀଙ୍କ ସହ ପାଖାପାଖି 70 ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।

ଓଡ଼ିଶାରେ ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି କ୍ୟାପିଟାଲ ହସ୍ପିଟାଲ । ଏଠାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା । ଏହି ଅନୁଷ୍ଠାନ ଖୋଲିବା ଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆହୁରି ସୁଧାର ଆସିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ଏହି ଶିକ୍ଷାନୁଷ୍ଠାନ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଛାତ୍ରଛାତ୍ରୀ । PGIMERର ନିର୍ଦ୍ଦେଶିକା ନିବେଦିତା ପାଣି କହିଛନ୍ତି, "ବର୍ତ୍ତମାନ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଛି । ଭିତ୍ତିଭୂମି ଧୀରେ ଧୀରେ 2023 ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସରିବ । ସମସ୍ତ ବିଭାଗ ମଧ୍ୟ ଖୋଲାଯିବ । ମୋଟ 15ଟି ବିଭାଗ ଖୋଲାଯିବ । 11 ଟି କ୍ଲିନିକାଲ ଓ 4 ଟି ପାରା କ୍ଲିନିକାଲ୍ ଖୋଲାଯିବ ।"

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ଆସନ୍ତା ବର୍ଷରେ ଏହି ପିଜି ପିଲାମାନେ ଓଡ଼ିଶାର ସେବା କରିବେ ଏବଂ ଡାକ୍ତର ଅଭାବ ଦୂର କରିବେ । ଆଗାମୀ ଦିନରେ ଯେଉଁ ଭିତ୍ତିଭୂମି ଆବଶ୍ୟକ ତାହା ଯୋଗାଇ ଦିଆଯିବ ।" ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହୋଇଛି ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକାର୍ପିତ କରିଛନ୍ତି । ଏଥିରେ ନାମ ଲେଖାଇଥିବା ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ ପୂର୍ବକ ସେମାନଙ୍କ ଉଜ୍ଵଳ ଭବିଷ୍ୟତର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.