ଲଗାଣ ବର୍ଷାରେ ଫୁଲିଲା ଚିଲିକା: ବୁଡ଼ିଲା ଶହ ଶହ ଡ଼ଙ୍ଗା, ଜଳବନ୍ଦୀରେ ଗ୍ରମବାସୀ

author img

By

Published : Sep 13, 2021, 4:53 PM IST

ଲଗାଣ ବର୍ଷାରେ ଫୁଲିଲା ଚିଲିକା: ବୁଡ଼ିଲା ଶହ ଶହ ଡ଼ଙ୍ଗା, ଜଳବନ୍ଦୀରେ ଗ୍ରମବାସୀ

ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇ ପଡିଛି ବିଭିନ୍ନ ଜିଲ୍ଲା । କେଉଁଠି ବର୍ଷା ଜଳ ଗାଁ ଗଣ୍ଡାକୁ ପଶୁଛି ତ ଆଉ କେଉଁଠି ଲୋକେ ଜଳ ବନ୍ଦୀ ହୋଇ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଲଘୁଚାପଜନିତ ବର୍ଷାରେ ସାରା ଓଡିଶାରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଲଗାଣ ଲଘୁଚାପ ବର୍ଷା ଯୋଗୁଁ ଅଶାନ୍ତ ହୋଇଛି ଚିଲିକା ହ୍ରଦ । ଆଉ କୂଳ ଲଙ୍ଘି ମାଡୁ ଆସିଛି ଲଗାଣ ବର୍ଷା ପାଣି । ତେବେ ହ୍ରଦ ଭିତରେ ବୁଡ଼ାଇ ଦେଇଛି ଶହ ଶହ ମତ୍ସଜୀବୀଙ୍କ ଡ଼ଙ୍ଗା । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ । ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳର କେତେକ ଘର ଭିତରେ ପଶିଛି ପାଣି । ପରିସ୍ଥିତି ଏପରି ହୋଇଛି ଯେ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ଲଗାଣ ବର୍ଷାରେ ଫୁଲିଲା ଚିଲିକା: ବୁଡ଼ିଲା ଶହ ଶହ ଡ଼ଙ୍ଗା, ଜଳବନ୍ଦୀରେ ଗ୍ରମବାସୀ

ସେପଟେ ବର୍ଷା ଥମିବାର ନାଁ ଧରୁ ନ ଥିବାବେଳେ ବେଶୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ଚିଲିକା ଉପକୂଳବାସୀ । ଗାଁ ଦାଣ୍ଡରେ ଚିଲିକା ଏବଂ ନଈ ପାଣି ଲହଡି ମାରିବା ସହ ପରିସ୍ଥିତି ଭୟଙ୍କର ହେବାର ଲାଗିଛି । ତେବେ ଗ୍ରାମବାସୀ ଆତଙ୍କିତ ହୋଇ ରହିଥିବାବେଳେ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ତେବେ ଗ୍ରାମ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଶଙ୍ଖଟି ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ସୂଚନା ପାଇ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.