ଆମ ସମସ୍ତଙ୍କର ଭାଷା ଭିନ୍ନ ଭିନ୍ନ କିନ୍ତୁ ଭାବନା ଏକ: ଧମେନ୍ଦ୍ର ପ୍ରଧାନ

ଆମ ସମସ୍ତଙ୍କର ଭାଷା ଭିନ୍ନ ଭିନ୍ନ କିନ୍ତୁ ଭାବନା ଏକ: ଧମେନ୍ଦ୍ର ପ୍ରଧାନ
ତାମିଲନାଡୁ ବିଶ୍ୱରେ ସର୍ବପୁରାତନ ସଭ୍ୟତା ମଧ୍ୟରୁ ଅନ୍ୟତମ । ଭାରତ ଯଦି ଗଣତନ୍ତ୍ରର ଜନନୀ, ତାମିଲନାଡୁ ହେଉଛି ଏହାର ପେଣ୍ଠସ୍ଥଳୀ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ
ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ ଅସିବ ବୈପ୍ଲବିକ ପରିବର୍ତ୍ତନ । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ୩୬୦ ଡିଗ୍ରୀ ସଂସ୍କାର ଅଣାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। ଗବେଷଣା କ୍ଷେତ୍ରରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ। ଭାରତରେ ଆମ ସମସ୍ତଙ୍କର ଭାଷା ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ଆମର ଭାବନା ଏକ୍ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଶିକ୍ଷାମନ୍ତ୍ରୀ ଶନିବାର ତାମିଲନାଡୁର କୋଏମ୍ବାଟୁରସ୍ଥିତ ଅବିନାଶୀଲିଙ୍ଗମ ମହୁଳା ଗୃହ ବିଜ୍ଞାନ ଓ ଉଚ୍ଚ ଶିକ୍ଷା କେନ୍ଦ୍ରର ୩୪ତମ ସମାବର୍ତ୍ତନ ଯୋଗଦେଇ ଏପରି ଉଦବୋଧନ ଦେଇଛନ୍ତି ।
ବିବିଧ ସଂସ୍କୃତିରେ ପରିପୂର୍ଣ୍ଣ ଭାରତରେ ଆମ ସମସ୍ତଙ୍କର ଭାଷା ଭିନ୍ନ ଭିନ୍ନ। ସମାବର୍ତ୍ତନ ହେଉଛି ଉଦ୍ଦୀପନାର ପ୍ରାରମ୍ଭ । ଦେଶ ପାଇଁ ଗୁରୁତ୍ୱ ବହନ କରୁଥିବା ପ୍ରଭାବବାନ ଯୁବଶକ୍ତି ନିଜ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରୁଛନ୍ତି । ଡଃ ଟିଏସ ଅବିନାଶୀଲିଙ୍ଗମ ଛେତ୍ରିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅନୁଷ୍ଠାନ ଜ୍ଞାନର ବଟ୍ଟବୃକ୍ଷ ଭାବରେ ପରିଣତ ହୋଇଛି। ଏହାସହ ସେ କହିଛନ୍ତି ଏହି ଶିକ୍ଷାନୁଷ୍ଠାନ ବିଗତ ୬ଦଶନ୍ଧି ଧରି ମହିଳାଙ୍କୁ ଶିକ୍ଷା ପ୍ରଦାନ କରିବାରେ ନୂଆ ବେଞ୍ଚମାର୍କ ସ୍ଥାପନ କରିଛି।
ତାମିଲନାଡୁ ବିଶ୍ୱରେ ସର୍ବପୁରାତନ ସଭ୍ୟତା ମଧ୍ୟରୁ ଅନ୍ୟତମ । ଭାରତ ଯଦି ଗଣତନ୍ତ୍ରର ଜନନୀ, ତାମିଲନାଡୁ ହେଉଛି ଏହାର ପେଣ୍ଠସ୍ଥଳୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାଶୀ ତାମିଲ ସଙ୍ଗମମ ଆମ ମଧ୍ୟରେ ଥିବା ଏକତାର ଭାବନାକୁ ଗୁରୁତ୍ୱ ଦେବା ସହ ତାମିଲ ଭାଷା ଓ ସାହିତ୍ୟର ମହତ୍ୱକୁ ପରିପ୍ରକାଶ କରିଥିଲା । ପରାଧୀନ ମାନସିକତାକୁ ଦୂର କରି ଆମର ଯୁବଶକ୍ତି ଆମର ଐତିହ୍ୟକୁ ନେଇ ଗର୍ବ କରନ୍ତୁ । ଅବିନାଶୀଲିଙ୍ଗମ ଭଳି ବିଶ୍ୱବିଦ୍ୟାଳୟ ସୃଜନଶୀଳତାର କେନ୍ଦ୍ରବିନ୍ଦୁ ।
ଏହି ଶିକ୍ଷାନୁଷ୍ଠାନ ଗବେଷଣା କ୍ଷେତ୍ରରେ ଗୁରୁତ୍ୱ ଦେବା ସହ ଗବେଷଣାରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଉ। ଆଗାମା ୨୫ ବର୍ଷରେ ବିକଶିତ ଭାରତର ଲକ୍ଷ୍ୟ ନେଇ ଆମେ ଅଗ୍ରସର ହେଉଥିବା ବେଳେ ଏବେ ଦେଶ ରୋଜଗାର ଅନ୍ୱେଷଣରେ ନ ରହି ନିଯୁକ୍ତିଦାତା ହେବା ପଥରେ ଆଗକୁ ବଢୁଛି । ଆମେ ପୂର୍ବରୁ ଅନ୍ୟ ଦେଶର ମୋବାଇଲ ଅପରେଟିଂ ସିଷ୍ଟମ ଉପରେ ନିର୍ଭରଶୀଳ ଥିଲୁ । ମାତ୍ର କିଛି ଦିନ ପୂର୍ବେ ଆଇଆଇଟି ମାଡ୍ରାସ ଭାରତ ଅପରେଟିଂ ସିଷ୍ଟମ ବିକଶିତ କରିଛି । ଜାତୀୟ ଶିକ୍ଷା ନୀତି ୨୦୨୦ରେ ୩୬୦ ଡିଗ୍ରୀରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଅଣାଯାଉଛି । ନୂଆ ଆଇଡିଆ, ନୂଆ ପଦ୍ଧତି ଉପରେ ପରାମର୍ଶ ଲୋଡାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର
