CBT ସଂଘର ଅଭିନବ ବିକ୍ଷୋଭ ପ୍ରଦର୍ଶନ, ରାସ୍ତାରେ ଶାନ୍ତି ଯଜ୍ଞ ସହ ହନୁମାନ ଚାଳିଶା ପାଠ
Published: May 26, 2023, 10:49 PM

CBT ସଂଘର ଅଭିନବ ବିକ୍ଷୋଭ ପ୍ରଦର୍ଶନ, ରାସ୍ତାରେ ଶାନ୍ତି ଯଜ୍ଞ ସହ ହନୁମାନ ଚାଳିଶା ପାଠ
Published: May 26, 2023, 10:49 PM
CBT ସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ କରାଯାଇଛି ଅଭିନବ ପ୍ରତିବାଦ । SOP ପ୍ରକାଶ ନିମନ୍ତେ ଅହେତୁକ ବିଳମ୍ବ ପ୍ରକ୍ରିୟାକୁ ନିନ୍ଦା କରିବା ସହ ବିଭାଗ ପ୍ରତି ରହିଥିବା ଗ୍ରହର କୁପ୍ରଭାବ ଏଡାଇବାକୁ ଶାନ୍ତି ଯଜ୍ଞ ଓ 108 ଥର ହନୁମାନ ଚାଳିଶା ପାଠ କରିଛନ୍ତି ସଂଘର ସଦସ୍ୟ । ଅଧିକ ପଢ଼ନ୍ତୁ
ଭୁବନେଶ୍ବର: CBT ସଂଘ ପକ୍ଷରୁ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ରାସ୍ତାରେ ଶାନ୍ତି ଯଜ୍ଞ କରିବା ସହ 108 ଥର ହନୁମାନ ଚାଳିଶା ପାଠ କରିଛନ୍ତି ବିକ୍ଷୋଭକାରୀ । ଶିକ୍ଷା ବିଭାଗର ଅବହେଳା ପାଇଁ ଏକ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛି ସଂଘ । ଦୀର୍ଘ ୮ ମାସ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏଯାଏଁ SOP ପ୍ରକାଶିତ ହୋଇନାହିଁ । ଯାହା ଫଳରେ ପାଖାପାଖି 18 ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି ।
ଶିକ୍ଷା ବିଭାଗର ଏଭଳି ଅବହେଳାକୁ ବିରୋଧ କରି ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛି ସଂଘ। ଦୀର୍ଘ ୮ ମାସ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏଯାଏଁ SOP ପ୍ରକାଶିତ ହୋଇନଥିବାବେଳେ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ରେଗୁଲାର ହେବାରୁ ବଞ୍ଚିତ ହୋଇଛନ୍ତି । ବାରମ୍ବାର ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଠକି ଚାଲିଥିବାରୁ ସଂଘ ଏନେଇ ଶୁକ୍ରବାର ଲୋୟର ପିଏମଜି ଠାରେ ଏକ ଅଭିନବ ପ୍ରତିବାଦ କରିଛି ।
ବିଭାଗ ଉପରେ ଗ୍ରହର କୁପ୍ରଭାବ ରହିଛି ବିଚାର କରି ଶାନ୍ତି ଯଜ୍ଞ କରିବା ସହ 108 ହନୁମାନ ଚାଳିଶା ପାଠ କରିଛନ୍ତି । SOP ପ୍ରକାଶ ପାଇଁ ଅହେତୁକ ବିଳମ୍ବ ପ୍ରକ୍ରିୟାକୁ ନିନ୍ଦା କରିଛନ୍ତି CBT ସଂଘର ଉପଦେଷ୍ଟା ବିଜୟ ମଲ୍ଲ । ଏହା ସହିତ ରେଗୁଲାର ପ୍ରକ୍ରିୟାକୁ ବିଳମ୍ବ ନକରିବାକୁ ଦାବି ରଖିଛନ୍ତି । ରେଗୁଲାର ପକ୍ରିୟାର ବିଳମ୍ବ ହେତୁ ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀମାନେ ମାନସିକ ଦୁଶ୍ଚିନ୍ତା ଭିତରେ ରହିଛନ୍ତି । ତେବେ ଦିନେ କି ୨ ଦିନ ମଧ୍ୟରେ SOP ପ୍ରକାଶିତ ହୋଇ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ରେଗୁଲାର ଅର୍ଡର ନ ମିଳିଲା ପର୍ଯ୍ୟନ୍ତ କାର୍ଯ୍ୟଛାଡ଼ ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଏହା ସହ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମହା ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ସୂଚନା ଅନୁଯାୟୀ, ୨୦୨୨ ମସିହା ଅକ୍ଟୋବର ୧୫ ତାରିଖ ଦିନ ନିଜ ଜନ୍ମଦିନ ଅବସରରେ ଓଡିଶାରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସମସ୍ତ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀମାନେ ରେଗୁଲାର ହୋଇ ସମସ୍ତ ପ୍ରକାରର ସରକାରୀ ସୁବିଧା ପାଉଛନ୍ତି । ହେଲେ ସେଥିରୁ ୨୦୧୬ ରୁ ୨୦୨୨ ବ୍ୟାଚର ଶିକ୍ଷକ ଶିକ୍ଷୟିତ୍ରୀମାନେ ବାଦ୍ ପଡିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେପଟେ ବାରମ୍ବାର ଏଭଳି ଆନ୍ଦୋଳନ ଯୋଗୁଁ ପିଲାମାନଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ।
ଇଟିଭି ଭାରତ, ଭୁବନେଶ୍ବର
