4 ଘଣ୍ଟାରେ ଚିହ୍ନଟ ହେବ କ୍ୟାନ୍ସର, ଜାଣନ୍ତୁ କଣ କହୁଛନ୍ତି ଯୁବ ବୈଜ୍ଞାନିକ

author img

By

Published : May 29, 2023, 1:40 PM IST

Cancer Disease to be detected soon

ଦୁରାରୋଗ କ୍ୟାନ୍ସର ଏବେ ମାତ୍ର 4 ଘଣ୍ଟାରେ ଚିହ୍ନଟ ହେବ । ଜାଣନ୍ତୁ ଏ ନେଇ କଣ କହୁଛନ୍ତି ଯୁବ ବୈଜ୍ଞାନିକ ପ୍ରୀତମ କୁମାର ପଣ୍ଡା । ଅଧିକ ପଢ଼ନ୍ତୁ

4 ଘଣ୍ଟାରେ ଚିହ୍ନଟ ହେବ କ୍ୟାନ୍ସର,

ଭୁବନେଶ୍ବର: କ୍ୟାନ୍ସର ଏକ ମାରାତ୍ମକ ଦୁରାରୋଗ । ଏହି ରୋଗ ଅନେକ ପରିବାରକୁ ଛାରଖାର ଦେଇ ଦେଇଛି । ଅବେଳରେ ଅଦିନରେ ଅନେକ ଜୀନବ ଦୀପ ଲିଭି ଯାଇଛି । ଏହି ରୋଗ ବିଳମ୍ବରେ ଚିହ୍ନଟ ହେଲେ ବଞ୍ଚିବା ସମ୍ଭାବନା କ୍ଷୀଣ ହୋଇଯାଏ । ତେବେ ବର୍ତ୍ତମାନ କ୍ୟାନ୍ସରକୁ ନେଇ ଭୟ କରିବାର କିଛି ନାହିଁ । ସଚେତନ ହୋଇ ପାରିଲେ କ୍ୟାନ୍ସରକୁ ହରା ଯାଇପାରିବ । ଏବେ ମାତ୍ର 4 ଘଣ୍ଟାରେ କ୍ୟାନ୍ସର ରୋଗ ଚିହ୍ନଟ ହୋଇପାରିବ । ଏନେଇ ସୂଚନା ଦେଇଛନ୍ତି ଯୁବ ବୈଜ୍ଞାନିକ ଡାକ୍ତର ପ୍ରୀତମ କୁମାର ପଣ୍ଡା ।

କ୍ୟାନ୍ସର ହେଉ ଅବା ଅନ୍ୟ ଯେ କୌଣସି ରୋଗ ଖୁବଶୀଘ୍ର ବାଓଇଫୋମାଟିକ ଟେକ୍ନୋଲୋଜି ସାହାଯ୍ୟରେ ଏହାର ଚିହ୍ନଟ ହୋଇପାରିବ । ରକ୍ତ ନମୁନାରୁ ହିଁ ରୋଗ ବିଷୟରେ ଜଣାଇବ । ଆଉ ଏଭଳି ଏକ ନୂଆ ଟେକ୍ନୋଲୋଜିରେ ଅନ୍ୟ ବିକଶିତ ଦେଶ ସହ ଜର୍ମାନରେ ରହିଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା ଓଡ଼ିଆ ଯୁବ ବୈଜ୍ଞାନିକ ପ୍ରୀତମ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରରେ ଜନ୍ମିତ ପ୍ରୀତମ ସ୍କୁଲ ଓ କଲେଜ ପାଠପଢ଼ା ପରେ ପ୍ରଥମେ ବିଜେବି ପରେ ଉତ୍କଳ ବିଶ୍ୱବିଦ୍ୟାଳରେ ବାଓଟେକ୍ନୋଲୋଜିରେ ମାଷ୍ଟର ଡିଗ୍ରୀ କରିଥିଲେ ପରେ ସ୍ବେଡେନରେ PhD ଲାଭ କରିଥିଲେ । ଆଉ ସେଇଠି ରହି ବାଓଇଫୋମାଟିକ ଟେକ୍ନୋଲୋଜିରେ ଗବେଷଣା କରିଥିଲେ । ଏହି ଗବେଷଣାକୁ ନେଇ ସେ ଅନେକ ଦେଶ ଯାଇଥିବା ବେଳେ ବର୍ତ୍ତମାନ ସେ ଜର୍ମାନ କ୍ୟାନ୍ସସର ରିସର୍ଚ୍ଚ ସେଣ୍ଟରରେ କାର୍ଯ୍ୟରତ ଅଛନ୍ତି । ଯେଉଁଠି କି ସେ ବିଶେଷ ଭାବେ କ୍ୟାନ୍ସସର ଉପରେ ଗବେଷଣା କରୁଛନ୍ତି ।

ଡାଟା ସାଇନ୍ସ ଉପରେ କାର୍ଯ୍ୟ କରୁଥିବା ପ୍ରୀତମ କହିଛନ୍ତି, ଡାଟା ସାଇନ୍ସରୁ ହିଁ ଆପଣଙ୍କୁ କ୍ୟାନ୍ସର ହୋଇଛି କି ନାହିଁ ତାହା ଜଣାପଡିବ । ଏହାସହ ଜୀବନ ପ୍ରତି କ୍ୟାନ୍ସର ବିପଦ ରହିଛି କି ନାହିଁ ତାହା ମଧ୍ୟ ଜଣାପଡିବ । ସିକ୍ୟୁଏନ୍ସ ମେସିନ ପ୍ରୋସେସରେ ଜିନମ ସିକ୍ୟୁଏନ୍ସିଂ ପରୀକ୍ଷା ଦ୍ୱାରା କ୍ୟାନ୍ସର ଚିହ୍ନଟ କରି ପାରୁଛନ୍ତି । ଏହାକୁ ନେକ୍‌ଷ୍ଟ ଜେନେରେସନ ସିକ୍ୟୁଏନ୍ସିଂ ଟେକ୍ନୋଲୋଜି ବୋଲି କହାଯାଉଛି । ଅନ୍ୟପଟେ ଏହି ବାଓଇଫୋମାଟିକ ଟେକ୍ନୋଲୋଜିର ଉପାଦେୟତା ଓଡ଼ିଶାରେ ନଥିବା ବେଳେ ଏଭଳି ଏକ ଭଲ ଆଉ ବିକଶିତ ଟେକ୍ନୋଲୋଜିକୁ ଏଠାରେ ସ୍ଥାପନ କଲେ ଅନେକ ଉପକୃତ ହେବେ ବୋଲି କହିଛନ୍ତି ଯୁବ ବୈଜ୍ଞାନିକ । ଏହି ଟେକ୍ନୋଲୋଜି ସ୍ଥାପନା ଦ୍ୱାରା ଲୋକମାନେ କ୍ୟାନ୍ସରକୁ ଜାଣି ତାକୁ ଜିତିପାରିବେ । ତେଣୁ ଏଭଳି ଏକ ମେସିନ ସରକାର ଓ ବେସରକାରୀ ଅନୁଷ୍ଠାନ ମାନେ ମିଶି ଲଗାଇପାରିଲେ ଓଡ଼ିଶାର ଲୋକମାନେ ବି ସଚେତନ ହୋଇପାରିବେ ଆଉ ସେମାନଙ୍କର ସୁସ୍ଥତା ପ୍ରତିଶତ ବି ବଢିବ ।

ଏହି ପ୍ରକ୍ରିୟାରେ କ୍ୟାନ୍ସର ଚିହ୍ନଟ ପାଇଁ ଜର୍ମାନରେ ଭାରତୀୟ ମୁଦ୍ରାରେ ୩୨ ହଜାର ଖର୍ଚ୍ଚ ହେଉଥିବା ବେଳେ ସେଠାରେ ମାତ୍ର ୪୦୦ ଟଙ୍କା ଖର୍ଚ୍ଚ ହେଉଛି । ଏଭଳି ପରୀକ୍ଷା ଭାରତରେ ହେଉଥିବା ବେଳେ ୨ରୁ ୩ ହଜାର ଖର୍ଚ୍ଚ ହେଉଛି । ତେଣୁ ଯଦି ଭାରତରେ ବା ଓଡ଼ିଶାରେ ଏଭଳି ଟେକ୍ନୋଲୋଜି ପାଇଁ ଭିତ୍ତିଭୂମି ସ୍ଥାପନ ହୁଅନ୍ତା ତେବେ କ୍ୟାନ୍ସସର ରୋଗ ଜଲଦି ଚିହ୍ନଟ ହୋଇପାରନ୍ତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.