ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦିତ ନାରାୟଣ ଓ ଅନୁପମ୍ ଖେର, ଉଭୟଙ୍କ ଜର୍ସି ପ୍ରଦାନ କଲେ ନବୀନ

author img

By

Published : Jan 23, 2023, 9:39 AM IST

Updated : Jan 23, 2023, 12:20 PM IST

cm naveen Patnaik

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଷ୍ଟାର ଅନୁପମ୍ ଖେର ଓ ସୁପ୍ରଖ୍ୟାତ କଣ୍ଠଶିଳ୍ପୀ ଉଦିତ ନାରାୟଣ । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦିତ ନାରାୟଣ ଓ ଅନୁପମ୍ ଖେର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡର ଦୁଇ ପ୍ରସିଦ୍ଧ କଳାକାର । ଅଭିନେତା ଅନୁପମ୍ ଖେର ଓ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣ ରବିବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ 5-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏଥିସହ ଉତିଦଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ରହିଥିଲେ ।

ସାକ୍ଷାତକାର ସମୟରେ ଉଦିତ ଓ ଅନୁପମ୍‌ଙ୍କ ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ । ଉଭୟଙ୍କୁ ହକି ଜର୍ସି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଭୁବନେଶ୍ବର ଇଡିକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡଟ୍ ଫେଷ୍ଟର ଅଷ୍ଟମ ସନ୍ଧ୍ୟାରେ 'ସୁହାନା ସଫର' କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଉଦିତ ନାରାୟଣ ଆସିଛନ୍ତି । ସେପଟେ ଯାଜପୁରରେ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଓ ଭୁବନେଶ୍ବରରେ ଏକ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଗସ୍ତରେ ଥିବା ଅନୁପମ୍‌ ଖେର ମଧ୍ୟ ନବୀନଙ୍କୁ ଭେଟି କିଛି ସମୟ କଥାବାର୍ତ୍ତା ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ବିଶ୍ବକପ ମ୍ୟାଚ ଦେଖିଲେ ୮୦ ବର୍ଷୀୟ ବୃଦ୍ଧ ଦମ୍ପତି, ସରପ୍ରାଇଜ ଦେଲେ ନାତୁଣୀ

'ସୁହାନା ସଫର'ର ସୁନେଲି ସନ୍ଧ୍ୟାରେ ଲୋକାରଣ୍ୟ ହୋଇଉଠିଥିଲା ପ୍ରଦର୍ଶନୀ ପଡ଼ିଆ । ଡଟ୍ ଫେଷ୍ଟର ଅଷ୍ଟମ ସନ୍ଧ୍ୟା ରୋମାଞ୍ଚକର କରିଥିଲେ ଉଦିତ ନାରାୟଣ ଓ ପ୍ରଚ୍ଛଦପଟ୍ଟ ଗାୟିକା ଅଲକା ୟାଗନିକ । 90 ଦଶକର ହିଟ୍ ଯୋଡ଼ି ଉଦିତ-ଅଲଙ୍କ ଗୀତର ଜଲୱାରେ ସାରା ରାଜଧାନୀବାସୀ ଝୁମିଥିଲେ । ଲୋକଙ୍କ ପସନ୍ଦର ଏହି ଦୁଇ କଣ୍ଠଶିଳ୍ପୀ ଯୋଡ଼ି ପୁରା ଚାରଚାନ୍ଦ ଲଗାଇ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: DoT Fest: ଅଷ୍ଟମ ସନ୍ଧ୍ୟାରେ ପୁରୁଣା ଅନୁଭୂତି ତାଜା କଲେ ଉଦିତ-ଅଲକା

ମଞ୍ଚକୁ ପ୍ରବେଶରୁ ପ୍ରସ୍ଥାନ ପର୍ଯ୍ୟନ୍ତ ଦୁହିଁଙ୍କ କଣ୍ଠର ଯାଦୁରେ ମତୁଆଲା ହେଲେ ଦର୍ଶକ । ଶୀତୁଆ ସନ୍ଧ୍ୟାରେ ଗୋଟିଏ ପରେ ଗୋଟିଏ ଗୀତ ଭେଟି ଦେଇଥିଲେ । ସଙ୍ଗୀତର ତାଳେ ତାଳେ ଦର୍ଶକଙ୍କ ପାଦ ପଡୁଥିଲା । ଏହାରି ଭିତରେ ଉଦିତଙ୍କ କଣ୍ଠରୁ ଯେତେବେଳେ ବାହାରିଲା 'ପ୍ରଥମ ପ୍ରେମର ପ୍ରଥମ ଚିଠି... ଲେଖୁଛି ଅଳପ ଭାବୁଛି ବୋଶି', ଏତିକି ଶୁଣୁଶୁଣୁ କରତାଳିରେ ପ୍ରକମ୍ପିତ ହୋଇଥିଲା ପୁରା ପଡ଼ିଆ । ପ୍ରତି ଗୀତ ପରେ କରତାଳି ଦେଇ ପ୍ରଶଂସା କରିବାକୁ ଭୁଲୁନଥିଲେ ଦର୍ଶକ । ଗ୍ୟାଲେରୀ ଭିତରେ ଓ ବାହାରେ ଥିବା ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଏହି ସଙ୍ଗୀତଶିଳ୍ପୀ । ଉଦିତ ଓ ଅଲକାଙ୍କ ଗୀତ ଶୁଣି ନିଜ ଜମାନାକୁ ଫେରିଲେ ଦର୍ଶକ ।

Last Updated :Jan 23, 2023, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.