ଟ୍ରଲିବ୍ୟାଗରୁ ମୃତଦେହ ମିଳିବା ଘଟଣା, ପତ୍ନୀ ସମେତ 3 ଗିରଫ

author img

By

Published : Jan 23, 2023, 1:09 PM IST

Updated : Jan 23, 2023, 1:34 PM IST

ଟ୍ରଲିବ୍ୟାଗରୁ ମୃତଦେହ ମିଳିବା ଘଟଣା

ଖୋର୍ଦ୍ଧା ଜିଲ୍ଲା ହରିପୁର ଜଙ୍ଗଲରୁ ଟ୍ରଲିବ୍ୟାଗରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପତ୍ନୀ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା: ଟ୍ରଲି ବ୍ୟାଗରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା । ମୃତକଙ୍କ ପତ୍ନୀ, ଶାଳକଙ୍କ ସମେତ ଜଣେ ସମ୍ପର୍କୀୟଙ୍କୁ ଗିରଫ କରିଛି ନାଚୁଣୀ ପୋଲିସ । ତିନି ଜଣ ଚଣ୍ଡେଶ୍ବର ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ମୃତଦେହ ମିଳିଥିବା ଟ୍ରଲି ବ୍ୟାଗଟି ନାଚୁଣୀ ନିକଟସ୍ଥ ଚାନ୍ଦପୁରର ଏକ ଦୋକାନରୁ କିଣାଯାଇଛି । ଏନେଇ ଆଜି ବିସ୍ତୃତ ତଥ୍ୟ ରଖିବେ ଖୋର୍ଦ୍ଧା ଏସପି । ଗତକାଲି ନାଚୁଣୀ ଥାନା ହରିପୁର ଜଙ୍ଗଲରୁ ଟ୍ରଲିବ୍ୟାଗରୁ ଯୁବକଙ୍କ ମୃତଦେହ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Human and Shreya Marital Discord: ଆସନ୍ତା ୩୦ରେ ଉଭୟଙ୍କୁ କରାଯିବ କାଉନସେଲିଂ

ପ୍ରକାଶ ଥାଉକି, ରବିବାର ସକାଳୁ ହରିପୁର ଜଙ୍ଗଲରେ ଏକ ଟ୍ରଲି ବ୍ୟାଗ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ତୁରନ୍ତ ନାଚୁଣୀ ଥାନାକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରଲି ବ୍ୟାଗକୁ ଜବତ କରିଥିଲା । ଏହାପରେ ଟ୍ରଲି ବ୍ୟାଗକୁ ଯାଞ୍ଚ ସେଥିରୁ ଏକ ଯୁବକଙ୍କ ମୃତଦେହ ଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଥିଲା । ମୃତ ଯୁବକଙ୍କ ଉଚ୍ଚତା ପ୍ରାୟ ୫ ଫୁଟ୍ ୩ ଇଞ୍ଚ ହୋଇଥିବା ବେଳେ ବୟସ ୨୫-୨୭ ଭିତରେ ହୋଇଥିବା ଅନୁମାନ କରାଯାଉଛି ।

ତେବେ ସୋସିଆଲ ମିଡ଼ିଆରେ ଏହି ହତ୍ୟାକାଣ୍ଡର ଦୃଶ୍ୟ ଘୁରି ବୁଲିବା ପରେ ମୃତ ଯୁବକଙ୍କ ପତ୍ନୀ ଲିଲି ଦାସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ଯୁବକ ଜଣକ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ମନୋରଞ୍ଜନ ମହାପାତ୍ର । ସେ ଜଣେ ଗାଡ଼ି ଚାଳକ ବୋଲି ପୋଲିସ ସୂଚନା ଦେଇଛି । ଆଜି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣାର ସମ୍ପର୍କରେ ପୋଲିସକୁ ସୁରାକ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ଟ୍ରଲି ବ୍ୟାଗ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଏହି ଘଟଣାରେ ମୃତକଙ୍କ ପତ୍ନୀ, ଶାଳକଙ୍କ ସମେତ ଜଣେ ସମ୍ପର୍କୀୟଙ୍କୁ ଗିରଫ କରି ତଦନ୍ତ କରୁଛି । ଟ୍ରଲିବ୍ୟାଗଟିକୁ ତନାଘନା କରିବା ପରେ ଏହା ନାଚୁଣୀ ନିକଟସ୍ଥ ଚାନ୍ଦପୁରର ଏକ ଦୋକାନରୁ କିଣାଯାଇଥିଲା ବୋଲି ପୋଲିସ ଜାଣିପାରିଛି । ସେହି ଦୋକାନକୁ ଯାଇ ପଚରାଉଚରା କରିବା ପରେ ଯେଉଁମାନେ କିଣିଥିଲେ ସେମାନଙ୍କ ସଂପର୍କରେ ପୋଲିସକୁ ସୁରାକ ମିଳିଥିଲା । ସେହି ଆଧାରରେ ପୋଲିସ ବର୍ତ୍ତମାନ ତିନିଜଣଙ୍କୁ ଗିରଫ କରିଛି । ଆଜିି ଏହି ଘଟଣା ସମ୍ପର୍କରେ ଖୋର୍ଦ୍ଧା ଏସପି ବିସ୍ତୃତ ତଥ୍ୟ ରଖିବେ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Jan 23, 2023, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.