BJP Executive Meet: ଜାତୀୟ କାର୍ଯ୍ୟକାରିଣୀ 2 ସୁତ୍ରୀକୁ ଫୋକସ

author img

By

Published : Jan 22, 2023, 1:59 PM IST

BJP ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା 2 ସୁତ୍ରୀକୁ ଫୋକସ କରାଯାଇଛି । ଅଧିକ ପଢନ୍ତୁ

BJP ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ସରକାର ଗଠନ ଏବଂ ଅଧିକ ଲୋକସଭା ସିଟ ଜିତିବା ଲକ୍ଷ୍ୟ ନେଇ ବୈଠକ ଆରମ୍ଭ ହୋଇଛି । 2024 ପାଇଁ ରାଜ୍ୟସ୍ତରରେ ଦଳ କିପରି ମଜବୁଦ ହେବ ସେ ନେଇ ବୈଠକରେ ମାନସ ମନ୍ଥନ ହେବ । ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡ଼ି.ପୁରନ୍ଦେଶ୍ୱରୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି ସମେତ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଦେଇଥିବା ୨ ସୂତ୍ରୀ ମନ୍ତ୍ର ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଦେଇଥିବା 2 ସୁତ୍ରୀ ହେଉଛି ।

ତୃଣ ମୂଳ ସ୍ତରରୁ ଦଳର ସଂଗଠନକୁ ମଜବୁତ କରିବା । ବୁଥକୁ ତିନି ମାସ ଭିତରେ ସକ୍ରିୟ କରିବା । ମଣ୍ଡଳୱାରୀ ନେତାଙ୍କୁ ଦାୟିତ୍ୱ ଦିଆଯିବା ସହ କେନ୍ଦ୍ର ଯୋଜନା ଲୋକଙ୍କ ପାଖକୁ ପହଞ୍ଚାଇବା, ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଯାକ କରି ନେଉଥିବା କଥା ଲୋକଙ୍କୁ କହିବ ଦଳ ।

ଓଡିଶା ସରକାର ବିରୋଧରେ ରାଜନୈତିକ ଲଢେଇ କରିବ ଦଳ । ଆନ୍ଦୋଳନକୁ ବ୍ୟାପକ କରିବା ଏବଂ ଆବାସ ଯୋଜନା ଲାଗି ଆନ୍ଦୋଳନ ହେବ । ମାଗଣା ଚାଉଳ ପ୍ରସଙ୍ଗରେ ରାଜ୍ୟ ସରକାର କରିଥିବା ଚଞ୍ଚକତା ବିଷୟରେ ଲୋକଙ୍କୁ ଅବଗତ କରାଇବ । ଏହା ସହିତ ଘରକୁ ଘର ଯାଇ ଲୋକଙ୍କୁ ବୁଝାଇବ ବିଜେପି ।

ଏସଏଚଜିଙ୍କୁ କେନ୍ଦ୍ର ଋଣ ପ୍ରଦାନ ସହ ସୁଧ ଛାଡ଼ କରୁଛି କିନ୍ତୁ ବାଃ ବାଃ ନେଉଛି ରାଜ୍ୟ ସରକାର । ମାଗଣା ଚାଉଳ ଏବଂ ଆବାସ ଭଳି କେନ୍ଦ୍ରୀୟ ଯୋଜନାର ହାଇଜ୍ୟାକ ପ୍ରସଙ୍ଗକୁ କରିବ ପ୍ରମୁଖ ମୁଦ୍ଦା କରିବ ଭାରତୀୟ ଜନତା ପାର୍ଟି । ରାଜନୀତିର ଅପରାଧୀକରଣକୁ ପର୍ଦ୍ଦାଫାସ କରିବ ବିଜେପି । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ଅସୁରକ୍ଷିତ ପ୍ରସଙ୍ଗ ନେଇ ରାଜ ରାସ୍ତାରେ ଲଢେଇ କରିବ ବିଜେପି । ମଣ୍ଡି ଅବ୍ୟବସ୍ଥା ଓ ଚାଷୀ ସମସ୍ୟାକୁ ଗୁରୁତ୍ୱ ଦେବ ଦଳ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲଖ ମହାପାତ୍ର ।

ନିକଟରେ ଜାନୁଆରୀ 16 ତାରିଖରେ ନୂଆଦିଲ୍ଲୀରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ବୈଠକ ବସିଥିଲା । ଏଥିରେ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହ ଓ ସ୍ବରାଷ୍ଟ ମନ୍ତ୍ରୀ ଜେପି ନଡ୍ଡା ଯୋଗ ଦେଇଥିଲେ । ବୈଠକରେ 2024 ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ଏହାସହ 2023ରେ 9 ରାଜ୍ୟରେ ହେବାକୁ ଥିବା ବିଧାନସଭାନ ନିର୍ବାଚନରେ ଜିତିବା ଉପରେ ଫୋକସ କରାଯାଇଛି । ମୋଟାମୋଟି ଭାବେ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଉଭୟ 2023 ଓ 2024 ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି । ଦୁର୍ବଳ ବୁଥକୁ ଶକ୍ତିଶାଳୀ କରିବା ଦିଗରେ ମାନସ ମନ୍ଥନ ହୋଇଥିବା କୁହାଯାଉଛି ।

ଇଟିଭି ଭାରତ, ଭୁନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.