ଜୋର ଧରିଲା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ଦାବି, ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ଘେରିଲା BJP

author img

By

Published : Sep 16, 2021, 6:08 PM IST

ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ଦାବିରେ ଆନ୍ଦୋଳନ, ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ଘେରିଲା BJP

ଜୋର ଧରିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ ଦାବି । ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ଘେରିଲା BJP । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ବିବାଦ ଘେରରେ ଥିବା ତଥା ଦଳରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ ଦାବିରେ ଆନ୍ଦୋଳନ ତେଜିବାରେ ଲାଗିଛି । ବିଧାୟକଙ୍କୁ ଗିରଫ ଦାବି କରି ଖୋର୍ଦ୍ଧା ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଛି ବିଜେପି । ବିଜେପି ଅନୁସୂଚିତ ଜାତି ପକ୍ଷରୁ ଆୟୋଜିତ ଏହି ଆନ୍ଦୋଳନ ସଭାରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଅନୁସୂଚିତ ଶାଖା ସଭାପତି ବିଭୁ ପ୍ରସାଦ ତରାଇ ପ୍ରମୁଖ ସାମିଲ ହୋଇ ବିଧାୟକ ପ୍ରଶାନ୍ତଙ୍କ ଗିରଫ ଦାବି କରିବା ସହ ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫ ଦାବିରେ ଆନ୍ଦୋଳନ, ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ଘେରିଲା BJP

ଗତ ୮ ତାରିଖରେ ଏକ କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ଜଗଦେବ ଜଣେ ବିଜେପି ନେତା ଓ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କିରଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଦୁଇ ପୃଥକ ମାମଲା ମଧ୍ୟ ଦାୟର ହୋଇଥିଲା । ତେବେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । କିନ୍ତୁ ଏତଲା ଆଧାରରେ ପୋଲିସ କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଅଭିଯୋଗ କରିଛି ବିଜେପି ।

ଆଜିର ଏହି କାର୍ଯ୍ୟକ୍ରମରେ,ବିଧାୟକଙ୍କ ନାମରେ ପୂର୍ବରୁ ଥିବା ଏକାଧିକ ଅପରାଧିକ ମାମଲା ସମ୍ପର୍କିତ ଏକ ସ୍ମାରକପତ୍ର ଏସପିଙ୍କୁ ପ୍ରଦାନ କରାଯାଇ ତୁରନ୍ତ ଗିରଫ କରିବାକୁ ବିଜେପି ଦଳର ନେତୃବୃନ୍ଦ ଦାବି କରିଥିଲେ। ସ୍ଥିତିକୁ ଦେଖି ଶାନ୍ତିଶୃଙ୍ଖଳା ପାଇଁ ଖୋର୍ଦ୍ଧା ତହସିଲଦାର ମାଜିଷ୍ଟ୍ରେଟ ଭାବେ ନିୟୋଜିତ ହୋଇଥିଲେ। ଖୋର୍ଦ୍ଧା SDPO ସୁଶୀଲ ମିଶ୍ରଙ୍କ ନେତୃତ୍ବରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମିଶ୍ର, ବିଜେପି ନେତା କାଳୁ ଖଣ୍ଡାୟତ ରାୟଙ୍କ ସମେତ ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ ବିରାଟ ପଟୁଆରରେ ଆସି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟଳୟ ସମୁଖରେ ଧାରଣା ଦେବା ସହ ପ୍ରତିବାଦ କିରଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.