Padmapur By Poll: ବିଜେଡି ପରେ ଆଜି ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ

author img

By

Published : Nov 24, 2022, 10:19 PM IST

Updated : Nov 24, 2022, 10:56 PM IST

BJP Delegation met CEO over many allegation against BJD

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି ରହିଛି । ପ୍ରଥମେ ବିଜେଡି ପରେ ଆଜି ବିଜେପି ମଧ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି ରହିଛି । ପ୍ରଥମେ ବିଜେଡି ପରେ ଆଜି ବିଜେପି ମଧ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା । ପଦ୍ମପୁରରେ ବିଜେପି ଷ୍ଟାର ପ୍ରଚାରକଙ୍କ ଗାଡ଼ିକୁ ବରଗଡ଼ ଏସପିଙ୍କ ଦ୍ଵାରା ଟ୍ରାକ କରାଯାଉଥିବା ଅଭିଯୋଗ ଆଣିଲା ବିଜେପି ।

Padmapur By Poll: ବିଜେଡି ପରେ ଆଜି ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ

ଏହାକୁ ନେଇ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "କିଛି GRSଙ୍କୁ କେବଳ ଟ୍ରାନ୍ସଫର୍‌ କରାଯାଇଛି କିନ୍ତୁ ମୁଖ୍ୟ ନେତୃତ୍ବ ନେଉଥିବା GRS ଏବେବି ବିଜେଡି ପାଇଁ କାମ କରୁଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପାଇକମାଲରେ ଏକ ସଭାରେ PHCକୁ CHC କରିବେ ଓ ପଦ୍ମପୁରରେ ହସ୍ପିଟାଲ ଘୋଷଣା କରିଛନ୍ତି । ଯାହାକି ନିର୍ବାଚନ ଆଚରଣ ବିଧି କୁ ଉଲ୍ଲଙ୍ଘନ କରୁଛି ।" ଏହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛି ବିଜେପି । ଖାଲି ସେତିକି ନୁହେଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍‌ ଦେବାକୁ ଦାବି କରିଛି ବିଜେପି ।

ସେପଟେ ଆଜି ବିଜେପି ମଧ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ବିଜେଡି ଅଭିଯୋଗ କରିଛି ଯେ, "ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଅନୁକମ୍ପା ହାସଲ ପାଇଁ ହୀନ ରାଜନୀତି କରିଛନ୍ତି । କିଛି ଭଡାଟିଆ ଗୁଣ୍ଡାଙ୍କୁ ଆଣି ବିଜେଡି ଉତ୍ତରୀୟ ପକାଇ ନିଜ ଉପରେ ଆକ୍ରମଣ କରାଇବାକୁ ଅପଚେଷ୍ଟା କରୁଛନ୍ତି । ଏନେଇ ବିଜେଡିର ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 24, 2022, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.