ବିଜେଡି ପାଇଁ ପ୍ରଚାର କରୁଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ! CEOଙ୍କୁ ଭେଟିଲା BJP

author img

By

Published : Nov 24, 2022, 9:29 AM IST

Padmpur By Poll: ବିଜେଡି ପ୍ରଚାର କରୁଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ! ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ବିରୋଧରେ ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଣେ ସରକାରୀ ଅଧିକାରୀ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ୪ ଜଣିଆ ପ୍ରତିନିଧି ଦଳ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମି ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି ତିନି ପ୍ରମୁଖ ଦଳ । ଏହାରି ଭିତରେ ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଣେ ସରକାରୀ ଅଧିକାରୀ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ୪ ଜଣିଆ ପ୍ରତିନିଧି ଦଳ ।

Padmpur By Poll: ବିଜେଡି ପ୍ରଚାର କରୁଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ! ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ପଦ୍ମପୁର ଉପନିର୍ବାଚନରେ ବିଜେଡି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ବିଜେପି ବାରମ୍ବାର ଅଭିଯୋଗ କରୁଥିବା ବେଳେ ବୁଧବାର ପୁଣିଥରେ ସମାନ ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ୪ ଜଣିଆ ପ୍ରତିନିଧି ଦଳ । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଦଳର ଏହି ୪ ଜଣିଆ ଟିମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ ।

ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାଳୀ ଚରଣ ଦୁବେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି । ତାଙ୍କ ଲୋକପ୍ରିୟତାର ମୁଖା ଖୋଲିଯାଉଛି । ବିଜେଡିରେ କାର୍ଯ୍ୟକର୍ତ୍ତା ନାହାନ୍ତି । ସେଥିପାଇଁ ସରକାରୀ କର୍ମଚାରୀ ଉପରେ ନିର୍ଭର କରୁଛି ବିଜେଡି । ସରକାରୀ କଳ, କର୍ମଚାରୀଙ୍କ ବ୍ୟବହାର କରୁଛି ଶାସକ ଦଳ । ପଦ୍ମପୁର ବିଇଓ କାଳୀ ଚରଣ ଦୁବେ ତାଙ୍କ ଫେସବୁକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ବିଧାୟିକା ପ୍ରାର୍ଥୀ ବର୍ଷାଙ୍କ ସହ ଫଟୋ ପୋଷ୍ଟ କରି ପ୍ରଚାର କରୁଛନ୍ତି । ଗଣତନ୍ତ୍ରରେ ରାଜନୀତି କରିବାକୁ ମନା ନାହିଁ, କିନ୍ତୁ ଚାକିରି ସମୟରେ କୌଣସି ଦଳୀୟ କାର୍ଯ୍ୟ କରିବା ନିୟମ ନାହିଁ ।" ଏହା ନିର୍ବଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାଳୀ ଚରଣ ଦୁବେଙ୍କୁ ବହିଷ୍କାର ଦାବି କରିଛି ବିଜେପି । ଆସନ୍ତା 24 ଘଣ୍ଟା ଭିତରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବହିଷ୍କାର କରାନଗଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ଧାରଣା ଦେବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.