ମହାପ୍ରଭୁଙ୍କ ସେବାରେ ବୀରକିଶୋରଙ୍କ ପରିବାର, 19 ବର୍ଷ ଧରି ରଥକୁ ଯୋଗାଉଛନ୍ତି ସୋଲଫୁଲ

author img

By

Published : Jun 29, 2022, 5:26 PM IST

କାଳିଆ ସେବାରେ ବୀରକିଶୋରଙ୍କ ପରିବାର, 19 ବର୍ଷ ଧରି ରଥକୁ ଯୋଗାଉଛନ୍ତି ସୋଲଫୁଲ

ଦିନକପରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମାଉସୀ ଘରକୁ ନେବାକୁ ପଥ ଓ ରଥ ଦୁହେଁ ପ୍ରସ୍ତୁତ ଅଛନ୍ତି । ଶିଳ୍ପୀ ଓ କାରିଗରଙ୍କ ହାତରେ ତିଆରି ହୋଇଯାଇଛି କାଳିଆର ରଥ। ଘୋଷ ଯାତ୍ରା ପାଇଁ ସଜେଇ ହୋଇଥିବା ରଥର ସୌନ୍ଦର୍ଯ୍ୟ ବଢ଼ାଇଥାଏ ସୋଲଫୁଲ। ଯାହାକୁ ତିଆରି କରିବାରେ ଲାଗିପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଭୋଇସାହିର ବୀରକିଶୋରଙ୍କ ପରିବାର। ଆଜିକୁ19 ବର୍ଷ ଧରି ମହାପ୍ରଭୁଙ୍କ ରଥ ପାଇଁ ସୋଲଫୁଲ ଯୋଗାଇ ଆସୁଛନ୍ତି। ଅଧିକ ପଢନ୍ତୁ

ଖୋର୍ଦ୍ଧା: ଦିନକପରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମାଉସୀ ଘରକୁ ନେବାକୁ ପଥ ଓ ରଥ ଦୁହେଁ ପ୍ରସ୍ତୁତ ଅଛନ୍ତି। ଶିଳ୍ପୀ ଓ କାରିଗରଙ୍କ ହାତରେ ତିଆରି ହୋଇଯାଇଛି କାଳିଆର ରଥ। ଘୋଷ ଯାତ୍ରା ପାଇଁ ସଜେଇ ହୋଇଥିବା ରଥର ସୌନ୍ଦର୍ଯ୍ୟ ବଢ଼ାଇଥାଏ ସୋଲଫୁଲ। ଯାହାକୁ ତିଆରି କରିବାରେ ଲାଗିପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଭୋଇସାହିର ବୀରକିଶୋରଙ୍କ ପରିବାର। ଆଜିକୁ19 ବର୍ଷ ଧରି ମହାପ୍ରଭୁଙ୍କ ରଥ ପାଇଁ ସୋଲଫୁଲ ଯୋଗାଇ ଆସୁଛନ୍ତି।

କାଳିଆ ସେବାରେ ବୀରକିଶୋରଙ୍କ ପରିବାର, 19 ବର୍ଷ ଧରି ରଥକୁ ଯୋଗାଉଛନ୍ତି ସୋଲଫୁଲ

2004 ମସିହାରୁ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ବୀରକିଶୋରଙ୍କ ପରିବାର। ଚତୁର୍ଦ୍ଧାମୂର୍ତ୍ତୀଙ୍କ ତିନି ରଥର ସୌନ୍ଦର୍ଯ୍ୟରେ ବୀରକିଶୋରଙ୍କ ପରିବାରଙ୍କ ରହିଥାଏ ବିଶେଷ ସହଯୋଗ। ସୋଲଫୁଲ ତିଆରିରେ ପରିବାରର ସମସ୍ତ ସଦସ୍ୟ ନିୟୋଜିତ ଥାନ୍ତି। ସୋଲଫୁଲ ପ୍ରସ୍ତୁତି ପାଇଁ କାର୍ତ୍ତିକ ମାସରୁ ସୋଲ ସଂଗ୍ରହ ହୋଇଥାଏ। ପୁରୀ, ନିମାପଡ଼ା, କାକଟପୁର, ବାଙ୍କୀ, ଗୋପ ଓ କଣାସ ଆଦି ଅଞ୍ଚଳରୁ ସଂଗ୍ରହ କରି ଖରାରେ ସୁଖାଇଥାନ୍ତି। ଅକ୍ଷୟ ତୃତୀୟାରେ ରଥ ଅନୁକୂଳ ସମୟରେ ବୀରକିଶୋରଙ୍କ ଘରେ ଆରମ୍ଭ ହୋଇଯାଏ ସୋଲଫୁଲ ପ୍ରସ୍ତୁତି। ପରିବାର ଲୋକେ ନିଷ୍ଠା ଓ ଭକ୍ତିର ସହ ନୂଆ ବସ୍ତ୍ର ପିନ୍ଧି ଛୁରୀ ଓ ଅନ୍ୟ ପ୍ରସ୍ତୁତ ସାମ୍ରଗୀକୁ ପୂଜାର୍ଚ୍ଚନା କରି ଫୁଲ ତିଆରିରେ ଲାଗିପଡିଥାନ୍ତି। ଏଥିରେ କୌଣସି ରାସାୟନିକ ରଙ୍ଗ କିମ୍ବା ସାମଗ୍ରୀ ବ୍ୟବହାର କରାଯାଏ ନାହିଁ। କେବଳ କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ, ଚୁମୁକି ଓ ମୀନାରେ ଆକର୍ଷଣୀୟ ଫୁଲମାନ ପ୍ରସ୍ତୁତ କରିଥାନ୍ତି।

ନେତ୍ରୋତ୍ସବ ଦିନ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚି ଫୁଲ ଲଗାଇବାକୁ ଅନୁମତି ମାଗିଥାନ୍ତି। ଏହାପରେ ନିଜେ ଯାଇ ତିନିରଥରେ ସୋଲଫୁଲ ଖୋସିଥାନ୍ତି। ପ୍ରତିବର୍ଷ ରଥଯାତ୍ରାରେ ବୀରକିଶୋର ସୋଲ ଫୁଲ ଯୋଗାଇଥାନ୍ତି। ରାଜକିଶୋରଙ୍କ ପରିବାର ଏଥିପାଇଁ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ। ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରି ସେମାନେ ନିଜକୁ ଧନ୍ୟମନେ କରୁଥିବା କହିଛନ୍ତି। ଭାଗ୍ୟରେ ଥିଲେ କାଳିଆ ସେବା କରିବାର ସୁଯୋଗ ମିଳେ । ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ ମିଳିଲେ ଆଗକୁ ଏହି କାର୍ଯ୍ୟ ଜାରି ରହିପାରନ୍ତା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.