ଚିଲିକା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ବର୍ଷାରେ ଭିଜି ସାମ୍ବାଦିକଙ୍କ ଧାରଣା

author img

By

Published : Sep 12, 2021, 6:52 PM IST

ଚିଲିକା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ବର୍ଷାରେ ଭିଜି ସାମ୍ବାଦିକଙ୍କ ଧାରଣା

ଚିିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବର୍ଷା ଭିଜି ଧାରଣା ଦେଲେ ବାଲୁଗାଁ ସାମ୍ବାଦିକ ସଂଘ । ଅଧିକ ପଢ଼ନ୍ତୁ...

ଖୋର୍ଦ୍ଧା: ସେପ୍ଟେମ୍ବର ୮ ତାରିଖରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ । ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ପରିଷଦରେ ଚାଲିଥିଲା ଗୁଣ୍ଡା ରାଜକୁ ବିରୋଧ କରିଥିଲେ ସାମ୍ବାଦିକ । ଏହି ଘଟଣାରେ ବାଲୁଗାଁ ପୋଲିସ ବିଧାୟକଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛନ୍ତି କାର୍ଯ୍ୟରତ ସାମ୍ବାଦିକ । ଏହାକୁ ବିରୋଧ କରି ବାଲୁଗାଁ ଥାନା ସମ୍ମୁଖରେ ବର୍ଷାରେ ଭିଜି ସାମ୍ବାଦିକମାନେ ଧାରଣା ଦେଇଛନ୍ତି ।

ଚିଲିକା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ବର୍ଷାରେ ଭିଜି ସାମ୍ବାଦିକଙ୍କ ଧାରଣା

ବାଲୁଗାଁ ସାମ୍ବାଦିକ ସଂଘ ପକ୍ଷରୁ ଥାନା ସମ୍ମୁଖରେ ଏହି ଧାରଣା ଦିଆଯାଇଛି । ବିଧାୟକଙ୍କ ବିରୋଧରେ ସାମ୍ବାଦିକ ଦେଇଥିବା ଏତଲାକୁ ତୁରନ୍ତ ରୁଜୁ କରି ତାଙ୍କୁ ଗିରଫ କରିବାକୁ ଦାବି କରିଛି ବାଲୁଗାଁ ସାମ୍ବାଦିକ ସଂଘ । ଖବର ପାଇ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କ ସହ ଆଲୋଚନା କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଜଣେ ବିଜେପି ନେତାଙ୍କୁ ମାଡ଼ ମାରିଥିଲେ । ଏହି ଘଟଣାକୁ କ୍ୟାମେରାରେ କଏଦ କରୁଥିବା ଜଣେ ସାମ୍ବାଦିକ ମଧ୍ୟ ବିଧାୟକଙ୍କ ଆକ୍ରୋଶରୁ ବର୍ତ୍ତି ପାରିନଥିଲେ । ବିବାଦୀୟ ବିଧାୟକ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ତାଙ୍କ ମୋବାଇଲ ଟଣାଓଟରା କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିଜେଡି ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ପ୍ରସଙ୍ଗ ସଦ୍ୟ ସମାପ୍ତ ମୌସୁମୀ ଅଧିବେଶନରେ ମଧ୍ୟ ଆଲୋଚନାର ବିଷୟ ପାଲଟିଥିଲା ।

ଏହାପୂର୍ବରୁ ମଧ୍ୟ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଏଭଳି ଅନେକ ଅଭିଯୋଗ ଆସିଛି । ହେଲେ ଏସବୁ ବିଧାୟକଙ୍କ ବ୍ୟବହାର ଉପରେ କୌଣସି ପ୍ରଭାବ ପକାଇଥିବା ପରିଲକ୍ଷିତ ହୋଇନି । ଯାହାକୁ ତୀବ୍ର ବିରୋଧ କରିଛିତ ବାଲୁଗାଁ ସାମ୍ବାଦିକ ସଂଘ ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.