ବାଲିପାଟଣାରେ ନାବାଳିଙ୍କୁ ଅପହରଣ, ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ

author img

By

Published : Jun 27, 2022, 8:47 AM IST

ବାଲିପାଟଣାରେ ନାବାଳିଙ୍କୁ ଅପହରଣ, ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ

ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ନିଆଳି: ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ବୟସ ୧୫ ବର୍ଷ ହେବ ହେବ ବୋଲି ଜଣା ପଡ଼ିଛି । ସେ ଗତ ୨୨ ତାରିଖରେ ସ୍କୁଲକୁ ଯାଇ ଆଉ ଘରକୁ ଫେରିନାହାନ୍ତି । ନାବାଳିକାଙ୍କ ଜେଜେ ମାଆ ଏହାକୁ ନେଇ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଗାଁର ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ଅପହରଣ କରିଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ଜେଜେ ମାଆ ।

ଅଭିଯୁକ୍ତକୁ ଗିରଫ ନକଲେ ଥାନା ଆଗରେ ଆତ୍ମହତ୍ୟା କରିବେ ବୋଲି ନାବାଳିକାଙ୍କ ଜେଜେ ମାଆ ଚେତାବନୀ ଦେଇଛନ୍ତି । ପୋଲିସ ଏହି ମାମଲାରେ କୌଣସି ପଦକ୍ଷେପ ନେଉନଥିବା ଅଭଯୋଗ ହୋଇଛି । ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏହାକୁ ବିରୋଧ କରାଯାଉଥିବା ବେଳେ ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ କଥା କଟକଟି ହୋଇଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.