Archana Nag Case: EDରେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ, ୨ୟ ଥର‌ ପାଇଁ ହେଲେ ହାଜର

author img

By

Published : Nov 28, 2022, 7:34 PM IST

Archana Nag Case: EDରେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ, ୨ୟ ଥର‌ ପାଇଁ ହେଲେ ହାଜର

ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ଡ୍ରାଇଭର ଚନ୍ଦନଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦ୍ବିତୀୟ ଥର‌ ପାଇଁ ନିଜ ଓକିଲ ସହ EDରେ ହାଜର ହୋଇଥିଲେ ଚନ୍ଦନ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ସମ୍ପୃକ୍ତ ଥିବା ଜଣଙ୍କ ପରେ ଜଣଙ୍କୁ ପଚରାଉଚରା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ତେବେ ସୋମବାର ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କୁ ଜେରା କରିଛି ED । ଦ୍ବିତୀୟ ଥର‌ ପାଇଁ ନିଜ ଓକିଲ ସହ EDରେ ହାଜର ହୋଇଥିଲେ ଚନ୍ଦନ ।

ମିଳିଥିବା ସୂଚନା ଅନୁସାରେ ଡ୍ରାଇଭର ଓ ଅର୍ଚ୍ଚନାଙ୍କ ଆକାଉଣ୍ଟ ମଧ୍ୟରେ ଅନେକ ଟଙ୍କା କାରବାର ହୋଇଛି‌ । ଯାହାର ସୁରାକ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଟଙ୍କା କେଉଁ ବାବଦରେ କାରବାର ହୋଇଛି ସେନେଇ ରହିଥିବା ତଥ୍ୟ ସହ EDରେ ପହଞ୍ଚିଛନ୍ତି ଚନ୍ଦନ । ତେବେ ଚନ୍ଦନ ହିଁ ଅର୍ଚ୍ଚନାର ଘନିଷ୍ଠ ଥିଲେ । ଯିଏକି ଅର୍ଚ୍ଚନାଙ୍କ ପ୍ରତ୍ୟେକ ଚାଲ ସମ୍ପର୍କରେ ଜାଣିଥିଲେ । ଅର୍ଚ୍ଚନା କୁଆଡେ ଯାଉଥିଲେ, କାହାକୁ ଭେଟୁଥିଲେ, କେଉଁ କେଉଁ ଲୋକଙ୍କୁ ଭେଟି ବ୍ଲାକମେଲ କରୁଥିଲେ ଓ ଅର୍ଚ୍ଚନାଙ୍କର ଆଉ କେଉଁଠି କେଉଁଠି ସମ୍ପତ୍ତି ରହିଛି ସେନେଇ ତାଙ୍କ ଡ୍ରାଇଭର ସବୁକିଛି ତଥ୍ୟ ଦେଇ ପାରିବେ । ଏସବୁର ଖୋଳତାଡ଼ କରୁଛି ED । ଏନେଇ ଡ୍ରାଇଭର ଚନ୍ଦନଙ୍କୁ ପଚରାଉଚରା କରିଛି ଇଡି ।

ଏନେଇ ପୂର୍ବରୁ ନଭେମ୍ବର ୨୫ ତାରିଖରେ ଶ୍ରଦ୍ଧାଞ୍ଜଳୀଙ୍କ ସହ ଚନ୍ଦନଙ୍କୁ ମୁହାଁମୁହିଁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୀର୍ଘ ୨୦ ଘଣ୍ଟା ଧରି ଜେରା କରିଥିଲେ ଇଡି ଅଧିକାରୀ (ED Grill in Archana Nag Case)। ଏପରିକି ଶ୍ରଦ୍ଧାଞ୍ଜଳିକୁ ସକାଳ ୯ଟା ୩୦ରୁ ଜେରା ଆରମ୍ଭ ହୋଇଥିଲା । ସେହିଭଳି ଡ୍ରାଇଭର ଚନ୍ଦନକୁ ୧୧ଟାରୁ ଜେରା କରିଥିଲା ଇଡି । ଶ୍ରଦ୍ଧାଞ୍ଜଳିଙ୍କୁ 12 ଘଣ୍ଟା ଜେରା କରାଯାଇଥିବା ବେଳେ, ଚନ୍ଦନଙ୍କୁ 9 ଘଣ୍ଟା ଜେରା କରାଯାଇଥିଲା । ବାହାରିବା ସମୟରେ ଚନ୍ଦନ କହିଥିଲେ ଇଡି ଅଧିକାରିଙ୍କୁ ସବୁ କହିଛି । ହେଲେ ଶ୍ରଦ୍ଧାଞ୍ଜଳି ବାହାରକୁ ଆସି ମୁହଁ ଖୋଲି ନଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.