ଛାତ୍ରଙ୍କୁ ଆଣ୍ଠେଇ ତାଲିବାନୀ ନିର୍ଯାତନା ! ରାଗିଂ କି ନୁହେଁ ତଦନ୍ତ କରୁଛି ପୋଲିସ

author img

By

Published : Nov 23, 2022, 9:06 PM IST

ଛାତ୍ରଙ୍କୁ ଆଣ୍ଠେଇ ତାଲିବାନି ନିର୍ଯାତନା, ରାଗୀଙ୍ଗ କି ନୁହେଁ ତଦନ୍ତ କରୁଛି ପୋଲିସ

ଛାତ୍ରଙ୍କୁ ଆଣ୍ଠେଇ ତାଲିବାନୀ ନିର୍ଯାତନା ଭିଡିଓ ଆସିଛି ସାମ୍ନାକୁ । ଏହା ରାଗିଂ କି ନୁହେଁ ଏନେଇ ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

ଭୁବନେଶ୍ବର: ଛାତ୍ରଙ୍କୁ ଆଣ୍ଠେଇ ତାଲିବାନୀ ନିର୍ଯାତନା ! ରାଗିଂ କି ନୁହେଁ ତଦନ୍ତ କରୁଛି ପୋଲିସ । ଏ ଭିଡିଓଟି କେଉଁ କଲେଜର ଜଣାପଡିନାହିଁ । ତେବେ ଭିଡିଓରେ ଜଣାପଡୁଛି ଯେ, ଜଣେ ଛତ୍ରଙ୍କୁ ଆଣ୍ଠେଇ କିଛି ଛାତ୍ରମାନେ ଘେରିଛନ୍ତି । ଜଣେ ଛାତ୍ର ଗାଳି ଗୁଲଜ କରିବା ସହ ଧମକ ଦେଉଥିବା ଦେଖାଯାଉଛି । ଏହା ପୂର୍ବ ଶତ୍ରୁତା କି ରାଗିଂ କରାଯାଉଛି ତାହା ଜଣାପଡିନାହିଁ । ଭିଡିଓ ରେ କିଛି ଛାତ୍ର କଲେଜ ପୋଷୋକ ଓ ଆଇଡିକାର୍ଡ ପକାଇଥିବା ମଧ୍ୟ ନଜରକୁ ଆସିଛି ।

ଛାତ୍ରଙ୍କୁ ଆଣ୍ଠେଇ ତାଲିବାନୀ ନିର୍ଯାତନା


ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଭିଡିଓରେ ମାଡ଼ ଖାଉଥିବା ଯୁବକ ଜଣକ କଲେଜ ଛାତ୍ର । ତେବେ ମାଡ଼ ମାରୁଥିବା ଯୁବକ ଜଣକ ଅନ୍ୟ ଏକ କଲେଜର ବୋଲି ଜଣାପଡିଛି । ଧମକ ଦେଉଥିବା ଯୁବକ କିଏ ଏବଂ କାହିଁକି ଧମକ ଦେଉଛନ୍ତି ? ତାହା ଜଣାପଡିନାହିଁ । ଏଥିରେ ରାଗିଂ ରହିଛି ନା ପ୍ରେମଜନିତ ଘଟଣା ତାହା ନେଇ ଖୁବ୍ ଶୀଘ୍ର ସ୍ପଷ୍ଟ ହେବ ବୋଲି ସୂଚନା ରହିଛି ।

ଅନ୍ୟପଟେ ଦୁଇଜଣ ଯୁକ୍ତିତର୍କ କରୁଥିଵାର ଭିଡିଓ ଭାଇରାଲ ହେଉଥିବା ବେଳେ ଏହା ରାଗିଂ କି ନୁହେଁ ଏହାର ତଦନ୍ତ ଚାଲିଛି। ସେହିପରି ବର୍ତ୍ତମାନ ସୁଦ୍ଧା କୌଣସି ରାଗିଂ ଅଭିଯୋଗ ଆସି ନ ଥିବା ବେଳେ ଏହାକୁ ନେଇ ଚାଲିଛି ଅନୁସନ୍ଧାନ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.