Anant Ambani in BBSR: ଭୁବନେଶ୍ୱରରେ ପହଞ୍ଚିଲେ ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ସାନ ପୁଅ, ବିବାହ ପୂର୍ବରୁ କରିବେ ଜଗା ଦର୍ଶନ

author img

By

Published : Jan 24, 2023, 3:47 PM IST

Updated : Jan 24, 2023, 5:38 PM IST

Anant Ambani in Puri

ଭୁବନେଶ୍ୱରରେ ପହଞ୍ଚିଲେ ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ସାନ ପୁଅ । ବିବାହ ପୂର୍ବରୁ ଜଗା ଦର୍ଶନ କରିବେ ଅନନ୍ତ ଅମ୍ବାନୀ । ଅଧିକ ପଢନ୍ତୁ

Anant Ambani in BBSR

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ବିବାହ ପୂର୍ବରୁ ଜଗା ଦର୍ଶନ କରିବେ ଅନନ୍ତ । ସେଥିଲାଗି ଆଜି ଓଡ଼ିଶା ଆସିଛନ୍ତି ଅନନ୍ତ ଅମ୍ବାନୀ । ଅପରାହ୍ନ ୨ଟାରୁ ୨.୩୦ଟା ମଧ୍ୟରେ ଭୁବନେଶ୍ଵର ବିମାନ ବିନ୍ଦରରେ ପହଞ୍ଚିଛନ୍ତି ଅନନ୍ତ । ଏଥିଲାଗି ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭୁବନେଶ୍ଵର ପହଞ୍ଚିଥିବା ବେଳେ ଏହା ପରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ଭୁବନେଶ୍ଵର ଫେରି ମୁମ୍ବାଇ ଫେରିଯିବେ ବୋଲି ସୂଚନା ମିଳିଛି । ଗତ ୧୯ ତାରିଖରେ ଅନନ୍ତଙ୍କର ନିର୍ବନ୍ଧ ସରିଛି । ତେଣୁ ବିବାହ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ନେବାକୁ ଅନନ୍ତ ଓଡ଼ିଶା ଆସିଥିବା କୁହାଯାଉଛି । ଗତକାଲି ଗୌହାଟୀର କାମାକ୍ଷା ପୀଠ ଯାଇ ଦର୍ଶନ କରିଥିଲେ ଅନନ୍ତ ।

ଏହା ବି ପଢନ୍ତୁ- Anant Radhika Engagement: ସାମିଲ ହେଲେ ବଲିଉଡର ନାମୀଦାମୀ କଳାକାର

ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେଠାରୁ ସେ ଭୁବନେଶ୍ଵର ଫେରି ମୁମ୍ବାଇ ଫେରିଯିବେ ବୋଲି ସୂଚନା ମିଳିଛି । ଗତ ୧୯ ତାରିଖରେ ଅନନ୍ତଙ୍କର ନିର୍ବନ୍ଧ ସରିଛି । ତେଣୁ ବିବାହ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ନେବାକୁ ଅନନ୍ତ ଓଡ଼ିଶା ଆସିଥିବା କୁହାଯାଉଛି । ଗତକାଲି ଗୁୱାହାଟୀର କାମାକ୍ଷା ପୀଠ ଯାଇ ଦର୍ଶନ କରିଥିଲେ ଅନନ୍ତ । ସୂଚନା ଥାଉ କି ଗତ ୧୯ ତାରିଖରେ ଅନନ୍ତଙ୍କ ନିର୍ବନ୍ଧ ଶେଷ ହୋଇଛି । ବିବାହ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ନେବାକୁ ଅନନ୍ତ ଓଡ଼ିଶା ଆସିଥିବା କୁହାଯାଉଛି । ଅନନ୍ତଙ୍କ ସହିତ ତାଙ୍କ ଭାବି ପତ୍ନୀ କିମ୍ବା ଅନ୍ୟ କୌଣସି ପରିବାରର ସଦସ୍ୟକୁ ଦେଖିବାକୁ ମିଳିନାହିଁ ।

ଏହା ବି ପଢନ୍ତୁ- Anant Ambani Engagement: ଅନନ୍ତଙ୍କ ନିର୍ବନ୍ଧରେ ସାମିଲ ହେଲେ ଐଶ୍ବର୍ଯ୍ୟା-ସଲମାନ, ଦେଖନ୍ତୁ ଫଟୋ

ଗତକାଲି ଆସାମ ଗୁୱାହାଟୀର କାମାକ୍ଷା ପୀଠ ଯାଇ ଦର୍ଶନ କରିଥିଲେ ଅନନ୍ତ । ଗତ ୧୯ ତାରିଖରେ ଅନ୍ୟତମ ବିଶିଷ୍ଟ ଶିଳ୍ପପତି ବିରେନ ମର୍ଚ୍ଚାଣ୍ଟ ଓ ଶୈଲଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ନିର୍ବନ୍ଧ କରିଥିଲେ ଅନନ୍ତ । ଏଥିରେ ବହୁ ବଲିଉଡ କଳାକାରଙ୍କ ସମେତ ଉଭୟ ପରିବାରର ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟ ସାମିଲ ହୋଇଥିଲେ । ଏହି ଭବ୍ୟ ଉତ୍ସବ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଆଣ୍ଟିଲା ବାସଭବନରେ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ନୀତା ଅମ୍ବାନୀଙ୍କ ନେତୃତ୍ବରେ ପୁରା ପରିବାର ବଲିଉଡ଼ ଗୀତରେ ଡ୍ୟାନ୍ସ କରି ବୋହୂ ହେବାକୁ ଯାଉଥିବା ରାଧିକାଙ୍କୁ ସ୍ବାଗତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 24, 2023, 5:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.