ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

author img

By

Published : Mar 15, 2023, 9:27 AM IST

Updated : Mar 15, 2023, 11:31 AM IST

odisha driver association

ଆଜିଠୁ ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନର ଡାକରା ଦେଇଛି ଡ୍ରାଇଭର ଏକତା ମଞ୍ଚ । ଅଧିକ ପଢନ୍ତୁ

ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ବର: ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନର ଡାକରା ଦେଇଛି ଡ୍ରାଇଭର ଏକତା ମଞ୍ଚ । ଏନଏଚ ୧୬ ଅର୍ଥାତ ତମାଣ୍ଡୋ ଠାରେ ଜାତୀୟ ରାଜପଥରେ ଆନ୍ଦୋଳନ କରୁଛି ମହାମଞ୍ଚ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଖଚକ ବନ୍ଦ କରିଥିବା ବେଳେ ଜାତୀୟ ରାଜପଥରେ ପିକେଟିଂ କରାଯାଉଛି । ଆଉ ବସ, ଟ୍ରକ ସହ ଅନ୍ୟାନ୍ୟ ଗାଡିକୁ ଅଟକାଉଛନ୍ତି ।

ତେବେ ଏନେଇ ଧର୍ମଘଟରେ ସାମିଲ ହୋଇଛନ୍ତି ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ । ରାଜ୍ୟର ସମସ୍ତ ବ୍ଲକ ଏବଂ ସଦର ମହକୁମାରେ ଚାଲିଛି ଆନ୍ଦୋଳନ । ଆନ୍ଦୋଳନକୁ ନେଇ ଗାଡି ଚଳାଚଳ ବନ୍ଦ ଥିବା ବେଳେ ରାସ୍ତାରେ ଟ୍ରକ ଗୁଡିକ ପଛକୁ ପଛ ଲାଗି ରହିଛି। ଅର୍ଥାତ ବିଶେଷ ଭାବେ ଆନ୍ଦୋଳନରେ ପରୀକ୍ଷା ଚାଲୁଥିବାରୁ ସ୍କୁଲ କଲେଜ ବସକୁ ଆମ୍ବୁଲାନସକୁ ଓ ଆବଶ୍ୟକୀୟ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ଛାଡି ଦେଉଛନ୍ତି ।

ତେବେ 10 ଗୋଟି ଦାବି ନେଇ ଗତବର୍ଷ ଡ୍ରାଇଭର ସଂଘ ଆନ୍ଦୋଳନ କରିଥିବା ବେଳେ ସେଥି ମଧ୍ୟରୁ 8ଟି ଦାବିକୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା । ବିଶେଷକରି ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା, ପେନସନ ବ୍ୟବସ୍ଥା, ଦୁର୍ଘଟଣା ଜନିତ କ୍ଷତିପୂରଣ, ଗାଡି ରହଣି ସ୍ଥଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ଭଳି ଅନେକ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ । ଏହାକୁ ନେଇ ଅର୍ଥାତ ସରକାର ଯେଉଁ ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ସେନେଇ ଆନ୍ଦୋଳନ କରିଛି ଡ୍ରାଇଭର ମହାସଙ୍ଘ ।

ସେହିପରି ୩୦ ଜିଲ୍ଲାରେ ଏହି ଆନ୍ଦୋଳନ ହେଉଥିବା ବେଳେ ଭୁବନେଶ୍ୱରରେ କିନ୍ତୁ ଆନ୍ଦୋଳନର ସେତେଟା ପ୍ରଭାବ ଦେଖିବାକୁ ମିଳିବ ନାହିଁ । କାରଣ ଭୁବନେଶ୍ୱରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କର ପରୀକ୍ଷା ଚାଲୁଥିବା ବେଳେ ଆନ୍ଦୋଳନର ପ୍ରଭାବ ରହିବ ନାହିଁ କି ସହର ଭିତରେ ପିକେଟିଂ କରାଯିବ ନାହିଁ ବୋଲି ମହାସଂଘ କହିଛି । କେବଳ ଜାତୀୟ ରାଜପଥର କେତୋଟି ସ୍ଥାନରେ ଭୁବନେଶ୍ୱରରେ ଆନ୍ଦୋଳନ କରୁଛି ମହାମଞ୍ଚ । ଆଉ ଏହି ଆନ୍ଦୋଳନରେ ମହାସଂଘକୁ ସମର୍ଥନ କରିଛନ୍ତି ମୋଟର ଚାଳକ ସଂଘ, ଅଲ ଓଡ଼ିଶା ପରିବହନ ସଂଘ, କଳିଙ୍ଗ ଅଟୋ ମହାସଂଘ । ଆଶା ରହିଛି ସରକାର ଏଥର ଦାବିକୁ ଶୁଣିବେ ତେଣୁ ସାଧାରଣ ଲୋକଙ୍କୁ କୌଣସି କ୍ଷତି ପହଞ୍ଚାଇ ନୁହେଁ ଶାନ୍ତିପୂର୍ଣ୍ଣ ଭାବରେ ଏହି ଆନ୍ଦୋଳନ କରୁଛୁ ବୋଲି କହିଛି ମହାସଂଘ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 15, 2023, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.