‘ମୋ ସ୍କୁଲ’ ଯୋଜନାରେ ରୂପାନ୍ତରିତ ହେବ ବୋଲଗଡର ୨ ସ୍କୁଲ, ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

author img

By

Published : Sep 19, 2021, 9:38 PM IST

ମୋ ସ୍କୁଲ ଯୋଜନାରେ ରୁପାନ୍ତରିତ ହେବ ବୋଲଗଡର ୨ ସ୍କୁଲ, ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ବୋଲଗଡ଼ ବ୍ଲକ ଅଞ୍ଚଳର ୨ଟି ସ୍କୁଲକୁ ‘ମୋ ସ୍କୁଲ’ ଯୋଜନାରେ ସାମିଲ କରିବେ ସରକାର । ଦୁଇ ସ୍କୁଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ‘ମୋ ସ୍କୁଲ’ ଯୋଜନାରେ ବୋଲଗଡ଼ ବ୍ଲକ ଅଞ୍ଚଳର ୨ଟି ସ୍କୁଲକୁ ରୂପାନ୍ତରଣ କରାଯିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏନେଇ ଆଜି (ରବିବାର) ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସ୍ଥାନୀୟ ବ୍ଲକ ଅଞ୍ଚଳକୁ ଗସ୍ତ କରି ପ୍ରସ୍ତାବିତ ୨ ସ୍କୁଲ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ସାଗରଗୁଆଁ ଠାରେ ଏମଜିଏନଆରଜିଏସ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି ଜିଲ୍ଲାପାଳ ।

ମୋ ସ୍କୁଲ ଯୋଜନାରେ ରୁପାନ୍ତରିତ ହେବ ବୋଲଗଡର ୨ ସ୍କୁଲ, ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ
ମୋ ସ୍କୁଲ ଯୋଜନାରେ ରୁପାନ୍ତରିତ ହେବ ବୋଲଗଡର ୨ ସ୍କୁଲ, ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ
ମୋ ସ୍କୁଲ ଯୋଜନାରେ ରୁପାନ୍ତରିତ ହେବ ବୋଲଗଡର ୨ ସ୍କୁଲ, ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ
ମୋ ସ୍କୁଲ ଯୋଜନାରେ ରୁପାନ୍ତରିତ ହେବ ବୋଲଗଡର ୨ ସ୍କୁଲ, ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୂଚନା ଅନୁସାରେ, ଜିଲ୍ଲାପାଳ ବ୍ଲକ ଅଞ୍ଚଳର ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଗୋପାଳପୁର ଗ୍ରାମପଞ୍ଚାୟତର ଦେଉଳି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରିଥିଲେ । ଏହି ସମୟରେ ଜିଲ୍ଲାପାଳଙ୍କ ସହ ବୋଲଗଡ଼ ବିଡ଼ିଓ ଧୋବେଇ ନାଏକ, ତହସିଲଦାର ସନ୍ତୋଷିନୀ ଦାଶ ,ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ମହାନ୍ତି, ବ୍ଲକ ସହକାରୀ ଯନ୍ତ୍ରୀ ଅମୂଲ୍ୟ ବାହିନୀପତି ଓ କନିଷ୍ଠ ଯନ୍ତ୍ରୀମାନଙ୍କ ସମେତ ପ୍ରସ୍ତାବିତ ୨ ସ୍କୁଲର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ମୋ ସ୍କୁଲ ଯୋଜନାରେ ରୁପାନ୍ତରିତ ହେବ ବୋଲଗଡର ୨ ସ୍କୁଲ, ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ
ମୋ ସ୍କୁଲ ଯୋଜନାରେ ରୁପାନ୍ତରିତ ହେବ ବୋଲଗଡର ୨ ସ୍କୁଲ, ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ
ମୋ ସ୍କୁଲ ଯୋଜନାରେ ରୁପାନ୍ତରିତ ହେବ ବୋଲଗଡର ୨ ସ୍କୁଲ, ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ
ମୋ ସ୍କୁଲ ଯୋଜନାରେ ରୁପାନ୍ତରିତ ହେବ ବୋଲଗଡର ୨ ସ୍କୁଲ, ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.