ଯୁବକଙ୍କୁ ଜୀଅନ୍ତା ଜାଳି ଦେଲେ, ନ୍ୟାୟ ମାଗୁଛି ପରିବାର

author img

By

Published : Oct 3, 2022, 11:59 AM IST

a family murder to young man in keonjhar

କେନ୍ଦୁଝର ଜିଲ୍ଲା ହୁଣ୍ଡୁଳା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା । ଅଧିକ ପଢ଼ନ୍ତୁ

କେନ୍ଦୁଝର: ସଦର ଥାନା ହୁଣ୍ଡୁଳା ଗ୍ରାମରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପୋଡି ନିର୍ମମ ହତ୍ୟା କରାଯାଇଛି । ମୃତକ ଜଣକ ହେଉଛନ୍ତି ପ୍ରଣବ ମହାନ୍ତ । ଗ୍ରାମର ଭୁବନ ଦାସ ଏବଂ ତାଙ୍କ ପରିବାର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା

ପ୍ରଣବର ପରିବାର ଲୋକଙ୍କ କହିବା ଅନୁଯାୟୀ, ‘‘ପ୍ରଣବ ନିଶା ଦ୍ରବ୍ୟ ଖାଇ ଭୁବନ ଦାସଙ୍କ ପରିବାର ଲୋକଙ୍କୁ କୌଣସି କାରଣରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଭୁବନ ଦାସର ପରିବାର ଲୋକେ ମଧ୍ୟ ପ୍ରତି ଆକ୍ରମଣ କରିବାକୁ ପ୍ରଣବ ଘରକୁ ଆସିଥିଲେ । ସେ ଭୟଭୀତ ହୋଇ ଘରକୁ ପଶିଯାଇଥିଲେ । ସେଠାରୁ ନବାହାରିବାରୁ ଭୁବନ ଦାସ ଓ ତାଙ୍କ ପରିବାର ଲୋକେ ଘର ଭିତରକୁ ଲଙ୍କା ଓ କୁଟାରେ ପେଟ୍ରୋଲ ଜାଳି ଘର ଭିତରକୁ ଧୂଆଁ କରିଥିଲେ । ଯାହା ଫଳରେ ପ୍ରଣବ ଘରୁ ଅଣନିଶ୍ୱାସୀ ହୋଇ ବାହାରକୁ ଚାଲି ଆସିଥିଲେ। ଏହି ସମୟରେ ବାହାରେ ଛପି ରହିଥିବା ଭୁବନଙ୍କ ପରିବାର ଲୋକେ ପ୍ରଣବଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିଥିବା’’ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏନେଇ ମୃତକଙ୍କ ମାଆ କହିଛନ୍ତି, " ପୁଅ ମାନସିକ ଅବସ୍ଥା ଭଲ ନଥିଲା । ଅନେକ ସମୟରେ ସେ ମଦ ପିଇ ରାସ୍ତାରେ ଲୋକଙ୍କୁ ଅଟକାଇ ହଇରାଣ ହରକତ କରୁଥିଲା । ତେଣୁ ଗ୍ରାମବାସୀ ତାକୁ ଡରେଇବା ପାଇଁ ଲଙ୍କା ଧୂଆଁ ଦେବାକୁ କହିଥିଲେ । ମାତ୍ର ଏଭଳି ନିର୍ମମ ଭାବେ ହତ୍ୟା କରିଦେଲେ ।" ଅତି ନୃଶଂସ ଭାବେ ପୋଡ଼ି ପ୍ରଣବକୁ ହତ୍ୟା କରାଯାଇଥିବାରୁ ତାଙ୍କ ଭଉଣୀ ଅଭିଯୁକ୍ତଙ୍କୁ ଗିରଫ କରି ନ୍ୟାୟ ପାଇଁ ଦାବି କରିଛନ୍ତି । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.