ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

author img

By

Published : Sep 21, 2021, 11:26 AM IST

ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଅଧିକ ପଢନ୍ତୁ...

କେନ୍ଦୁଝର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କଠୋର ହୋଇଛି ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ବିଭାଗ ଜାଲରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର କେନ୍ଦୁଝରସ୍ଥିତ ଜଣେ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ଘରେ ଚଢାଉ କରାଯାଇଛି । ଟିପିଏନଓଡିଏଲ ମିଟର ରିଡିଙ୍ଗ ଡେପୁଟି ମ୍ୟାନେଜର ମହେଶ୍ବର ସେଠୀଙ୍କ ବାସଭବନରେ ରେଡ୍ କରିଛି ଭିଜିଲାନ୍ସ ।

ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ମହେଶ୍ବର ସେଠୀଙ୍କ କାଶୀପୁର ସ୍ପଞ୍ଜ କଲୋନୀସ୍ଥିତ ବାସଭବନ, ରିମୂଳରେ ଥିବା ଶ୍ବଶୁର ଘର ଓ ଘଟଗାଁ ବ୍ଲକସ୍ଥିତ ମୁକୁନ୍ଦପୁର ପାଟଣା ପୈତୃକ ବାସଭବନରେ ଏକାସଙ୍ଗେ ଚଢାଉ କରାଯାଇଛି । ବାଲେଶ୍ବର ଡିଭିଜନ ଭିଜିଲାନ୍ସ ପି କିଷାନଙ୍କ ନେତୃତ୍ବରେ ଏହି ଚଢାଉ ହୋଇଛି । ତିନୋଟି ସ୍ଥାନ ଛଡା ଅନ୍ୟ ସ୍ଥାନରେ ସମ୍ପୃକ୍ତ ଅଧିକାରୀଙ୍କ କୌଣସି ସମ୍ପତ୍ତି ଅଛି ନା ନାହିଁ ସେନେଇ ଖୋଳତାଡ ଚଳାଇଛି ଭିଜିଲାନ୍ସ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.