କଲେଜ ଅଧ୍ୟକ୍ଷଙ୍କ ବହିଷ୍କାର ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

author img

By

Published : Aug 29, 2022, 11:09 PM IST

କଲେଜ ଅଧ୍ୟକ୍ଷଙ୍କ ବହିଷ୍କାର ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କେନ୍ଦୁଝର ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ବହିଷ୍କାର ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଅଧ୍ୟକ୍ଷ ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗ କରି ବହିଷ୍କାର ଦାବି କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

କେନ୍ଦୁଝର: ସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ବହିଷ୍କାର ଦାବି କରି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଏନେଇ ବହୁଦିନ ଧରି କଲେଜ ପରିସରରେ ଶାନ୍ତି ଶୃଙ୍ଖଳା ସହ ଆନ୍ଦୋଳନ ଚାଲିଥିବା ଜଣା ପଡ଼ିଛି । ତେବେ ଛାତ୍ରଛାତ୍ରୀଙ୍କ ଦାବି ପୂରଣ ନହେବାରୁ ଆଜି (ସୋମବାର) ଶତାଧିକ ଛାତ୍ରଛାତ୍ରୀ ସହର ମଧ୍ୟରେ ଏକ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କଲେଜ ଅଧ୍ୟକ୍ଷଙ୍କ ବହିଷ୍କାର ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କେନ୍ଦୁଝର ସରକାରୀ ଡିଗ୍ରୀ କଲେଜରେ ଦିନକୁ ଦିନ ବୃଦ୍ଧି ପାଉଛି ଛାତ୍ର ଅଶାନ୍ତି । କେତେବେଳେ ମୌଳିକ ସୁବିଧାକୁ ନେଇ ତ ଆଉ କେତେବେଳେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ନେଇ ବାରମ୍ବାର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି । ତେବେ ବର୍ତ୍ତମାନ କଲେଜର ଅଧ୍ୟକ୍ଷଙ୍କ ବହିଷ୍କାର ଦାବି କରି ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏନେଇ ଦୀର୍ଘଦିନ ଧରି କଲେଜ ପରିସରରେ ଶାନ୍ତି ଶୃଙ୍ଖଳା ସହ ଆନ୍ଦୋଳନ ଚାଲିଥିଲା । ତେବେ ଦାବି ପୂରଣ ନହେବାରୁ ଛାତ୍ରଛାତ୍ରୀ ମାନେ ଆଜି (ସୋମବାର) ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆଜି (ସୋମବାର) ଶତାଧିକ ଛାତ୍ରଛାତ୍ରୀ ସହର ମଧ୍ୟରେ ଏକ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଧ୍ୟକ୍ଷ କଲେଜରେ ଅନେକ ଦୁର୍ନୀତି କରୁଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଥିବା ବେଳେ ତାଙ୍କ ବହିଷ୍କାର ଦାବି କରିଥିଲେ । ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଦାବି ନମାନିଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଛାତ୍ରଛାତ୍ରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଏନେଇ କଲେଜ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ତେବେ ଏନେଇ କଲେଜର ଆନ୍ଦୋଳନରତ ଛାତ୍ର ଶୁଭମ ତ୍ରିପାଠୀ କହିଛନ୍ତି, "କାର୍ଯ୍ୟରତ ଅଧ୍ୟକ୍ଷ ତ୍ରିଲୋଚନ ସାହୁଙ୍କୁ କେବଳ ୩ ବର୍ଷ ପାଇଁ ନିଯୁକ୍ତ କରାଯାଇଥିଲା । କିନ୍ତୁ ସେ ଏଠାରୁ ଯାଉ ନାହାନ୍ତି । କଲେଜରେ ଆଜି ପର୍ଯ୍ୟନ୍ତ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇନାହିଁ । ଅଧ୍ୟକ୍ଷଙ୍କ ବିରୋଧରେ ୨୦୧୬ ମସିହାରୁ ଛାତ୍ର ଆନ୍ଦୋଳନ ହେଉଥିଲେ ହେଁ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । କଲେଜ ଅଧ୍ୟକ୍ଷ ବିଭିନ୍ନ ଦୁର୍ନିତି ମୂଳକ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ନୂତନ ମହାବିଦ୍ୟାଳୟ ଗୁଡ଼ିକରେ ବହୁତ ଉନ୍ନତି ହେଉଥିବା ଦେଖିବାକୁ ମିଳୁଛି । ତେବେ ଆମର ୨୫ ବର୍ଷର କଲେଜକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ମଧ୍ୟ ହୋଇନାହିଁ । ତେବେ ଯଥାଶୀଘ୍ର ତାଙ୍କୁ ବହିଷ୍କାର କରା ନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.