ଉଠା ଜଳସେଚନ ପ୍ରକଳ୍ପ ପାଇଁ ୬୩୯.୪୯ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ

author img

By

Published : Sep 24, 2022, 1:28 PM IST

state cabinet sanctioned 639 cr for irrigation project in keonjhar

କେନ୍ଦୁଝରରେ ରାଜ୍ୟ ସରକାର ଉଠା ଜଳସେଚନ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା ମାଧ୍ୟମରେ କେନ୍ଦୁଝର ଜିଲ୍ଲାକୁ ୬୩୯.୪୯ କୋଟି ଟଙ୍କା ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ । ଅଧିକ ପଢ଼ନ୍ତୁ

କେନ୍ଦୁଝର: ଜିଲ୍ଲାରେ ଚାଷୀଙ୍କ ଜଳ ଯୋଗାଣ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଉଠା ଜଳସେଚନ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା ମାଧ୍ୟମରେ କେନ୍ଦୁଝର ଜିଲ୍ଲାକୁ ୬୩୯.୪୯ କୋଟି ଟଙ୍କା ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ । ଏହି ଅନୁମୋଦନ ଦ୍ୱାରା କେନ୍ଦୁଝର ଜିଲ୍ଲାର ୧୭ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ କରିହେବ ।

ଉଠା ଜଳସେଚନ ପ୍ରକଳ୍ପ ପାଇଁ ୬୩୯ ୪୯ କୋଟି ଅନୁମୋଦନ

କେନ୍ଦୁଝର ଜିଲ୍ଲାର ଭୌଗଳିକ ସ୍ଥିତି ଯୋଗୁଁ ଜଳସେଚନ ସୁବିଧା ହେଉ ନଥିଲା । ଏନେଇ ଚାଷୀମାନଙ୍କ ପକ୍ଷରୁ ବହୁବାର ଜଳସେଚନ ପାଇଁ ଦାବି ହେଇ ଆସୁଥିଲା । ଏହି ଯୋଜନା ଦ୍ୱାରା କେନ୍ଦୁଝର ଜିଲ୍ଲାର ହାଟଡ଼ିହି, ଆନନ୍ଦପୁର ଓ ଘଷିପୁରା ବ୍ଲକର ଵିଶେଷ ଭାବେ ଉପକୃତ ହେବେ। ଏନେଇ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ କହିଛନ୍ତି, " ଯେଉଁ ଜମିଗୁଡ଼ିକୁ କେନାଲ ସାହାଯ୍ୟରେ ପାଣି ମାଡି଼ ପାରୁନଥିଲା ଉଠା ଜଳସେଚନ ମାଧ୍ୟମରେ ପାଣି ପହଞ୍ଚି ପାରିବ। ଏହି ପାଣି ଗୁଡ଼ିକ ଆନନ୍ଦପୁର ବ୍ୟାରେଜ ତଥା ମେନ କେନାଲ ଏବଂ ହଦଗଡ ଡ୍ୟାମରୁ ନିଷ୍କାସନ ହେବ।" ପ୍ରକଳ୍ପ ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ।

ଏହା ମଧ୍ୟ ପଢ଼ନ୍ତୁ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଘଟଣା, ବଦଳିଲେ CDMO

ଏନେଇ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ସଭାପତି ମାଧବ ସର୍ଦ୍ଦାରଙ୍କ ନେତୃତ୍ୱରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ , ଘଷିପୁରା ବିଧାୟକ ବଦ୍ରୀ ପାତ୍ର ତଥା ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.