ଇଞ୍ଜିନିୟରରୁ ସଫଳ ଚାଷୀ ସୌମ୍ୟ, ବାର୍ଷିକ ଲାଭ ୩ ଲକ୍ଷ

author img

By

Published : Sep 17, 2021, 7:43 PM IST

ଇଞ୍ଜିନିୟରରୁ ସଫଳ ଚାଷୀ, ଯୁବବର୍ଗଙ୍କ ପାଇଁ ଉଦାହରଣ ପାଲଟିଲେ ସୌମ୍ୟ

କେନ୍ଦୁଝରର ସଫଳ ଚାଷୀ ଭାବେ ନିଜକୁ ପ୍ରତିପାଦନ କରିଛନ୍ତି ସୌମ୍ୟ । ୨୦ଟି ଛେଳିରୁ ଚାଷ ଆରମ୍ଭ କରି ଏବେ ଛେଳିଙ୍କ ସଂଖ୍ୟା ୧୦୦ ପାର କରିଛି । ବାର୍ଷିକ ସମସ୍ତ ଖର୍ଚ୍ଚ ଯାଇ ଲାଭ ହେଉଛି ୩ ଲକ୍ଷ । ଅଧିକ ପଢନ୍ତୁ...

ଆନନ୍ଦପୁର: ଦୃଢ ଇଚ୍ଛା ଶକ୍ତି ବଳରେ ସବୁ କିଛି ସମ୍ଭବ ହୋଇପାରିବ । ଏଭଳି ଜଣେ ଯୁବକଙ୍କୁ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅଧିନ କରଡାମାଳି ଗାଁରେ । ପେଶାରେ ସେ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ନିଶା ତାଙ୍କର ହେଉଛି ଚାଷ କରିବା । ଆଉ ଏହା ସାହାଯ୍ୟରେ ନିଜେ ରୋଜଗାର କରିବା ସହ ଗାଁର ୫ ଜଣ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି । ପ୍ରଥମେ ସେ ୨୦ଟି ଛେଳିରୁ ଚାଷ ଆରମ୍ଭ କରିଥିବା ବେଳେ ଏବେ ସଂଖ୍ୟା ଯାଇ ଶହେରେ ପହଁଞ୍ଚିଛି । କିଛି ଦିନ ପୂର୍ବେ ସୌମ୍ୟଙ୍କ ଫାର୍ମକୁ କୃଷି ମନ୍ତ୍ରୀ ଅରୁଣ ସାହୁ ପରିଦର୍ଶନ କରିବା ସହ ଛେଳି, ମାଛ ଚାଷର ଫାର୍ମ ବୁଲି ଦେଖିବା ସହ ଘାଷ ଚାଷ ପାଇଁ ସରକାରକ ତରଫରୁ ସବସିଡି ପ୍ରଦାନ କରିଛନ୍ତି ।

ଇଞ୍ଜିନିୟରରୁ ସଫଳ ଚାଷୀ, ଯୁବବର୍ଗଙ୍କ ପାଇଁ ଉଦାହରଣ ପାଲଟିଲେ ସୌମ୍ୟ

ସେପଟେ ବାପା ଶିକ୍ଷକତା କରୁଥିବା ବେଳେ ସୌମ୍ୟ ରଞ୍ଜନ ଡିପ୍ଲୋମା ପାସ କରି ଜିନ୍ଦଲ ପାୱାର ପ୍ଲାଣ୍ଟରେ ଚାକିରି କରୁଛନ୍ତି । ତେବେ ସେ ଆତ୍ମନିର୍ଭରଶୀଳ ହେବା ପାଇଁ ଛେଳି, ମାଛ ଚାଷରେ ମନ ନିବେଶ କରି ଏବେ ଯୁବ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି । ତେବେ ଏହି ଯୁବ ଚାଷୀଙ୍କୁ ସରକାରଙ୍କ ତରଫରୁ ଅଧିକ ପ୍ରୋତ୍ସାହନ ମିଳିପାରିଲେ ଅଞ୍ଚଳର ଯୁବକଙ୍କୁ ରେଜଗାର ଦେବା ସହ ସ୍ବାବଲମ୍ବୀ କରିବେ ବୋଲି ସୌମ୍ୟ କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.