ହାତୀ ମୃତ୍ୟୁ ଘଟଣା, ଦୁଇ ଜଙ୍ଗଲ ବିଭାଗ କର୍ମଚାରୀ ନିଲମ୍ବିତ

author img

By

Published : Aug 30, 2022, 8:54 PM IST

RCCF and SE investigate for elephant death incident

ହାତୀ ମୃତ୍ୟୁ ଘଟଣାରେ ଦୁଇ ଜଙ୍ଗଲ ବିଭାଗ କର୍ମଚାରୀ ନିଲମ୍ବିତ । ଏଥିସହ ସଦର ରେଞ୍ଜର ଜୁଡିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିଷରରେ ବିଦ୍ୟୁତ ତାର ଲାଗି ଦୁଇ ମାଈ ହାତୀ ମୃତ ଘଟଣାରେ ଆକ୍ସନ ମୋଡରେ ବନ ବିଭାଗ । ଅଧିକ ପଢନ୍ତୁ

କେନ୍ଦୁଝର: ଜଙ୍ଗଲ ନଷ୍ଟ ଯୋଗୁଁ ଭୋକ ବିକଳରେ ସହର ମୁହାଁ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି ହାତୀ ।ରାଜ୍ୟରେ ହାତୀ ମୃତ୍ୟୁ ଏକ ନିତିଦିନିଆ ଘଟଣା ହୋଇଗଲାଣି । ଏନେଇ ଚଳିତ ମାସ ୨୫ ତାରିଖରେ ୯ଟିକିଆ ଏକ ହାତୀ ପଲ (ଯେଉଁଥିରେ ୫ଟି ମାଇ , ୨ଟି ଦନ୍ତା ଓ ୨ଟି ଛୁଆ ହାତୀ ଥିଲେ) ଭୋକ ବିକଳରେ ଜୁଡ଼ିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ପରିସରକୁ ପଶି ଆସି ଡାଳ, ପତ୍ର ଓ ଲଟା ଖାଉଥିଲେ । କିନ୍ତୁ ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଟି ମାଇ ହାତୀଙ୍କର ଅତି ଦୟନୀୟ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ହାତୀ ମୃତ୍ୟୁ ଘଟଣା, ଦୁଇ ଜଙ୍ଗଲ ବିଭାଗ କର୍ମଚାରୀ ନିଲମ୍ବିତ

ତେବେ ହାତୀ ମୃତ୍ୟୁ ଖବର ପାଇ ବନ ବିଭାଗର RCCF, ଶକ୍ତି ବିଭାଗର SEଙ୍କ ସହ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରୁ RCCF ଜାଣିବାକୁ ପାଇଛନ୍ତି ଯେ, ବିଦ୍ୟୁତ ତାର ୨.୪ ମିଟର ଉଚ୍ଚତାରେ ଥିଲା । ଯାହାକି ସାଧାରଣ ଉଚ୍ଚତା ଠାରୁ କମ ଉଚ୍ଚତାରେ ଥିବା ସହ ତାର କେବୁଲିଂ ହୋଇ ନଥିବାରୁ ଓ ବିଦ୍ୟୁତ ଫ୍ୟୁଜ ନ ଉଡିବାରୁ ହାତୀଙ୍କର ମୃତ୍ୟୁ ହୋଇଥିବା RCCF ସୂଚନା ଦେଇଛନ୍ତି । ଏଥିସହ ସଦର ରେଞ୍ଜର ଜୁଡିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିଷରରେ ବିଦ୍ୟୁତ ତାର ଲାଗି ଦୁଇ ମାଈ ହାତୀ ମୃତ ଘଟଣାରେ ଆକ୍ସନ ମୋଡରେ ବନ ବିଭାଗ । ହାତୀ ମୃତ୍ୟୁ ଘଟଣାରେ ଦୁଇ ଜଙ୍ଗଲ ବିଭାଗ କର୍ମଚାରୀ ନିଲମ୍ବିତ । ହାତୀ ମୃତ୍ୟୁ ପାଇଁ କାର୍ଯ୍ୟରେ ଅବହେଳା ଯୋଗୁଁ ଆରସିସିଏଫ ଅରୁଣ କୁମାର ମିଶ୍ର ଫରେଷ୍ଟର ଓ ପ୍ରଦୀପ ବାରିକ ଓ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାଏକଙ୍କୁ ନିଲମ୍ବନ କରିଛନ୍ତି । ଏଥିସହ ବିଦ୍ୟୁତ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ବିଦ୍ୟୁତ୍‌ ତାର ଲାଗି ଦୁଇ ମାଈ ହାତୀ ମୃତ

ସେପଟେ ବିଦ୍ୟୁତ ବିଭାଗର SE ତାର ଖୋଲା ଥିବା ଯୋଗୁ ହାତୀଙ୍କର ମୃତ୍ୟୁ ହୋଇଥିବା କଥାକୁ ସ୍ବୀକାର ମଧ୍ୟ କରିଥିଲେ । ଯାହା ବି ହେଉ ଉଭୟ ବିଭାଗର ସମନ୍ଵୟ ଆଭାବରୁ ନୀରିହ ହାତୀଙ୍କର ଜୀବନ ଯାଉଥିବା ଲୋକେ ଅଭିଯୋଗ କରିଥିଲେ । ଯଦି ଆମେ ୨୦୧୦/୧୧ ବର୍ଷରୁ ଆଜି ଯାଏ ତଥ୍ୟ ଦେଖିବା ତେବେ ବିଭିନ୍ନ କାରଣରୁ କେନ୍ଦୁଝର ରେ ୬୬ ଟି ହାତୀ ମରିଥିବା ବେଳେ ବିଦ୍ୟୁତ ଆଘାତରେ ୧୫ ଟି ହାତୀ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.