ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଜଣଙ୍କ ଜୀବନ

author img

By

Published : Oct 1, 2022, 12:19 PM IST

୪୯ ନଂ ଜାତୀୟ ରାଜପଥରେ ବାଇକ ଟ୍ରକ ମୁହାଁମୁହିଁ ଧକ୍କା

କେନ୍ଦୁଝର ଜିଲ୍ଲା ୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକ୍ ଯୋଗେ ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ଟ୍ରକ । ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

କେନ୍ଦୁଝର: ଜିଲ୍ଲା ୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଟ୍ରକ ମୁହାଁମୁହିଁ ଧକ୍କା । ଏହି ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ପରେ ହମ୍ପସ ଦାବିରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ସ୍ଥାନୀୟବାସିନ୍ଦା ।

ଏହା ମଧ୍ୟ ପଢନ୍ତୁ: HSRP Deadline Extension: ଗାଡି ଚାଳକଙ୍କୁ ଆଶ୍ୱସ୍ତି, ମିଳିଲା ମାସେ ମହଲତ

୪୯ ନଂ ଜାତୀୟ ରାଜପଥରେ ବାଇକ ଟ୍ରକ ମୁହାଁମୁହିଁ ଧକ୍କା

ଶୁକ୍ରବାର କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ଛକରେ ଏହି ସଡକ ଦୁର୍ଘଟଣା ଘଟିଥିଲା । ଏକ ବାଇକ୍ ଯୋଗେ ରାସ୍ତା ପାର ହେଉଥିବା ବେଳେ ଏକ ଖୋଲା ଲୁହା ପଥର ଟ୍ରକ ଧକ୍କା ଦେଇଥିଲା । ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ହମ୍ପସ ଓ ବାରିକେଟ ନିର୍ମାଣ ଦାବିରେ ମୃତଦେହ ରଖି ଦୀର୍ଘ ୨ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ।

ମୃତକ ଜଣକ ତେଲକୋଇ ଥାନା କାଳିଆହତା କାଟିଣି ଗ୍ରାମର ଭିକାରୀ ଚରଣ ଦେହୁରୀ ଓ ଗୁରୁତର ଜଣକ ଅନୁଗୋଳ ଜିଲ୍ଲା ପାଲଲହଡା ଥାନା ଜଙ୍କପାଣି ଗ୍ରାମର ମଲ୍ଲୀ ଦଣ୍ଡପାଟ ବୋଲି ଜଣାପଡ଼ିଛି । ଉଭୟ ସମ୍ପର୍କରେ ଜ୍ବାଇଁ ଓ ଶାଶୂ ବୋଲି ଜଣାପଡିଛି । ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.