ପୁରୁଣା ପେସନସନ ପଲିସି ଲାଗୁ କରିବାକୁ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଦାବି

author img

By

Published : Aug 27, 2022, 3:50 PM IST

ଦଶ ଦଫା ଦାବି ନେଇ କର୍ମଚାରୀ ସଂଘର ସମ୍ମିଳନୀ

ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ବୟ ସମିତି କେନ୍ଦୁଝର ଶାଖା ପକ୍ଷରୁ ୧୦ ଦଫା ଦାବି ନେଇ ସମ୍ମିଳନୀ । ପୁରୁଣା ପେସନସନ ପଲିସି ଲାଗୁ ଦାବି ସହିତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ, ଖାଲି ପଦବୀ ପୂରଣ ଦାବି । ଅଧିକ ପଢନ୍ତୁ

କେନ୍ଦୁଝର: ଓଡିଶା ରାଜ୍ୟ ସରକାର କର୍ମଚାରୀ ସମନ୍ବୟ ସମିତି କେନ୍ଦୁଝର ଶାଖା ପକ୍ଷରୁ ୧୮ତମ ସମ୍ମିଳନୀ ଅନୁଷ୍ଠିତ । ୧୦ ଦଫା ଦାବି ନେଇ ଓଡିଶା ସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀ ସଂଘର ସଦସ୍ୟ ସ୍ଥାନୀୟ ସଂସ୍କୃତି ଭବନଠାରେ ବୈଠକ କରିଛନ୍ତି । ସ୍ଥାୟୀ ଚାକିରୀ ନେଇ କର୍ମଚାରୀଙ୍କ ସମନ୍ଵୟ ସମିତି(Odisha State Govt Employees Coordination Committee) ପକ୍ଷରୁ ବାରମ୍ବାର ସରକାରଙ୍କ ନିକଟରେ ଦାବି କରାଯାଇଛି । ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ନମିଳିନଥିବା ଅଭିଯୋଗ ହୋଇଛି ।

ଦଶ ଦଫା ଦାବି ନେଇ କର୍ମଚାରୀ ସଂଘର ସମ୍ମିଳନୀ

ପୁରୁଣା ପେନ୍‌ସନ(Old Pension Policy), ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ, ଖାଲି ପଦବୀ ପୂରଣ, ବକେୟା ମହଙ୍ଗା ଭତ୍ତା ପ୍ରଦାନ, ସଂଶୋଧିତ ଘରଭଡା ପ୍ରଦାନ, ଅବସରକାଳୀନ ବୟସ ସୀମା ବୃଦ୍ଧି ଆଦି ଦାବି ରଖିଛି ଓଡିଶା କର୍ମଚାରୀ ସମନ୍ବୟ ସମିତି । ଆୟୋଜିତ ସମ୍ମିଳନୀରେ ଆଗାମୀ ସେପ୍ଟେମ୍ବର ୨୧ରେ କେନ୍ଦ୍ରୀୟ ସମ୍ମିଳନୀରେ ଯୋଗଦେବାକୁ କେନ୍ଦୁଝର ଶାଖା ପକ୍ଷରୁ ଆହ୍ୱାନ ଦିଆଯାଇଛି ।

ସରକାର ସମସ୍ତ ୧୦ ଦଫା ଦାବି ଶୀଘ୍ର ପୂରଣ ନକଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି କର୍ମଚାରୀ ସମନ୍ବୟ ସମିତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.