କେନ୍ଦୁଝର ଏସ୍ପି ଦାୟିତ୍ୱ ନେଲେ ନୀତିନ କୁଶଲକର, ଫୋକସରେ ଆଇନ ଶୃଙ୍ଖଳା ସ୍ଥିତି
Published: May 25, 2023, 7:31 PM

କେନ୍ଦୁଝର ଏସ୍ପି ଦାୟିତ୍ୱ ନେଲେ ନୀତିନ କୁଶଲକର, ଫୋକସରେ ଆଇନ ଶୃଙ୍ଖଳା ସ୍ଥିତି
Published: May 25, 2023, 7:31 PM
କେନ୍ଦୁଝର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଆଜି ଦାୟିତ୍ବ ନେଲେ ନୀତିନ କୁଶଲକର ଡଗଡୁ । ଏହାପୂର୍ବରୁ ସେ ନବରଙ୍ଗପୁର ଏବଂ ପରେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଏସ୍ପି ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଅଧିକ ପଢ଼ନ୍ତୁ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଆଜି ନୀତିନ କୁଶଲକର ଡଗଡୁ ଯୋଗ ଦେଇଛନ୍ତି । ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ନୀତିନ କୁଶଲକର ଜିଲ୍ଲା ମୁଖ୍ୟାଳୟ ଆସି ନିଜ ଦାଇତ୍ବ ଓ ପଦଭାର ଗ୍ରହଣ କରିଛନ୍ତି । ମୁଖ୍ୟାଳୟରେ ଏସପିଙ୍କୁ ଜିଲ୍ଲାର ସମସ୍ତ ଆଇଆଇସି ଓ ଅନ୍ୟ ପୋଲିସ ଅଧିକାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏସପି ସମସ୍ତଙ୍କ ସହ ହାତ ମିଳାଇ ଅଭିବାଦନ ଗ୍ରହଣ କରିଥିଲେ । ପରେ ନିୟମ ଅନୁଯାୟୀ ସମସ୍ତ କାଗଜପତ୍ର ଦସ୍ତଖତ କରିବା ପରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରଞ୍ଚି ଦେହୁରୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ।
ଏସପି ନୀତିନ କୁଶଲକର କହିଛନ୍ତି,"କେନ୍ଦୁଝର ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସଜାଡ଼ିବା ତାଙ୍କର ପ୍ରମୁଖ ଲକ୍ଷ୍ୟ । ଏହାସହ ଜିଲ୍ଲାରେ ଟ୍ରାଫିକ ସମସ୍ୟା ସମ୍ପର୍କରେ ଅବଗତ ଥିବା ସହ ଏହାକୁ ସଜାଡ଼ିବା ତାଙ୍କର ମୁଖ୍ୟ ଦାୟିତ୍ବ ରହିବ ।" ମା' ତାରିଣୀଙ୍କର କୃପାରୁ କେନ୍ଦୁଝର ଜିଲ୍ଲାର ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ସମସ୍ତ ପ୍ରଚେଷ୍ଟା କରିବେ ବୋଲି ନୂତନ ଏସ୍ପି ନୀତିନ କୁଶଲକର ଇଟିଭିକୁ ସାକ୍ଷାତକାରରେ ପ୍ରକାଶ କରିଥିଲେ । ନୀତିନ କୁସଲକର ଏସପି ଭାବେ ପୂର୍ବରୁ ପ୍ରଥମେ ନବରଙ୍ଗପୁର ଏବଂ ପରେ ବଲାଙ୍ଗୀର ଜିଲ୍ଲାରେ ଦାୟିତ୍ବବହନ କରିସାରିଛନ୍ତି । ସେ ପୂର୍ବରୁ ଥିବା ଜିଲ୍ଲାମାନଙ୍କରେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଥିଲେ ।
ଅଧିକ ପଢ଼ନ୍ତୁ: ନୂଆ ସଂସଦ ଭବନ ଉଦଘାଟନ ବିବାଦ: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର
ସୂଚନା ଥାଉକି କେନ୍ଦୁଝର ଏକ ଖଣି ଖାଦାନ ଭରା ଜିଲ୍ଲା ଭାବେ ପରିଗଣିତ । ଏହି ଖଣି ଖାଦାନ ଭରା ଜିଲ୍ଲାରେ ବର୍ତ୍ତମାନ ଗୁଳିକାଣ୍ଡ ଘଟଣା ବଢିଥିବା ବେଳେ ରାଜନୈତିକ ଆକ୍ରୋଶ ନେଇ ଗଣ୍ଡଗୋଳ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାସହ ଚୋରି ଡକାୟତି ମଧ୍ୟ ବୃଦ୍ଧି ପାଉଛି । କେନ୍ଦୁଝର ଜିଲ୍ଲାବାସୀ ମୁଖ୍ୟତଃ ଖଣି ଉପରେ ନିର୍ଭରଶୀଳ ଥିବାବେଳେ ଟ୍ରାଫିକ ସମସ୍ୟା ପାଇଁ ଶହଶହ ଟ୍ରକ ଚଳାଚଳ ପାଇଁ ସୁବନ୍ଦୋବସ୍ତ କରିବା ନୂତନ ଏସ୍ପିଙ୍କ ପାଇଁ ଚ୍ୟାଲେଞ୍ଜ ରହିବ । ଆଉ କିଛି ମାସ ପରେ ରାଜ୍ୟରେ ନିର୍ବାଚନୀ ମାହୋଲ ଆସିବାକୁ ଥିବା ବେଳେ ଜିଲ୍ଲାରେ ବୃଦ୍ଧି ପାଉଥିବା ନିର୍ଵାଚନୀ ହିଂସାକାଣ୍ଡକୁ ରୋକିବା ମଧ୍ୟ ନୂତନ ଏସ୍ପିଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିବ ।
ଇଟିଭି ଭାରତ, କେନ୍ଦୁଝର
