ସାତ ବର୍ଷ ପରେ ମାଓ ସହଯୋଗୀକୁ କାବୁ କଲା ପୋଲିସ

author img

By

Published : Sep 14, 2021, 9:12 AM IST

ସାତ ବର୍ଷ ପରେ ମାଓ ସହଯୋଗୀ ଗିରଫ

କେନ୍ଦୁଝର ଜିଲ୍ଲା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡବନ୍ଧରୁ ମାଓବାଦୀ ସହଯୋଗୀକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ ଶେଖର ଓରଫ ଦିବା ମୁଣ୍ଡା । ଅଧିକ ପଢନ୍ତୁ..

କେନ୍ଦୁଝର: ଦୀର୍ଘ ସାତ ବର୍ଷ ପରେ ପୋଲିସ କବଳରେ ମାଓ ସହଯୋଗୀ । କେନ୍ଦୁଝର ଜିଲ୍ଲା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡବନ୍ଧରୁ ମାଓବାଦୀ ସହଯୋଗୀକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ ଶେଖର ଓରଫ ଦିବା ମୁଣ୍ଡା ।

୨୦୧୩ ରେ ଦୈତାରି-ବାଂଶପାଣି ରେଲୱେ ଲାଇନ ଉଡାଇବାରେ ସଂପୃକ୍ତ ଥିଲା ଦିବା । ଏ ନେଇ ଦୈତାରି ଥାନା କେସ ନଂ ୩୦/୨୦୧୩ ନେଇ ଏକ ମାମଲା ରୁଜ୍ଜୁ ହୋଇଥିଲା । ସେବେଠୁ ପୋଲିସ ଦିବାକୁ ଖୋଜୁଥିଲା । କଳେବଳେ କୌଶଳେ ତାକୁ ଗିରଫ କରିବାରୁ ଉଦ୍ୟମ ଆରମ୍ଭ କରିଥିଲା ତେଲକୋଇ ପୋଲିସ । ଦୀର୍ଘ ସାତ ବର୍ଷର କସରତ ପରେ ଦିବାକୁ କାବୁ କରିଛି ପୋଲିସ । ଦିବା କଳିଙ୍ଗନଗର ମାଓ ଡିଭିଜନର ଏରିଆ କମାଣ୍ଡର ସୁନୀଲର ସହଯୋଗୀ ଥିଲା ବୋଲି ପୋଲିସ ପ୍ରକାଶ କରିଛି । ଗିରଫ ମାଓବାଦୀ ଦିବାକୁ କୋର୍ଟ ଚାଲାଣ କରିଛି ତେଲକୋଇ ପୋଲିସ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.