ଆଦିବାସୀ ମାନ୍ୟତା ଦାବିରେ କଳାଦିବସ ପାଳିଲା କୁଡୁମି ସେନା

author img

By

Published : Sep 7, 2022, 7:55 AM IST

ଆଦିବାସୀ ମାନ୍ୟତା ଦାବିରେ କଳାଦିବସ ପାଳିଲା କୁଡୁମି ସେନା

କୁଡୁମି ସେନାର କଳା ଦିବସ ପାଳନ । କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବାକୁ ଦାବି । ଏନେଇ ଆଦିବାସୀ କୁଡୁମୀ ସମାଜ ଓଡିଶା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ

କେନ୍ଦୁଝର: ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ମୁଖ୍ୟ ଅଧିବାସୀ ମଧ୍ୟରେ କୁଡୁମି(ମହାନ୍ତ) ସମ୍ପ୍ରଦାୟ ଅନ୍ୟତମ । ଏହାସହ ଏହି ସମ୍ପ୍ରଦାୟ ଅନ୍ୟ ସବୁ ରାଜ୍ୟରେ ମଧ୍ୟ ପରିବ୍ୟାପ୍ତ । ଅନ୍ୟ ସବୁ ରାଜ୍ୟରେ କୁଡୁମି ଜାତିକୁ ଆଦିବାସୀ ମାନ୍ୟତା ମିଳିଥିଲେ ହେଁ ଓଡ଼ିଶାରେ ଆଦିବାସୀ ମାନ୍ୟତା ହଟାଇ ଦିଆଯାଇଛି । କୁଡୁମି ଜାତିକୁ ଆଦିବାସୀ ମାନ୍ୟତା ଦେବା ପାଇଁ କୁଡିମି ସେନା ପକ୍ଷରୁ ଦୀର୍ଘଦିନରୁ ଦାବି ହୋଇ ଆସୁଛି । ହେଲେ କାର୍ଯ୍ୟାନୁଷ୍ଠାନ ନହେବାରୁ କୁଡୁମୀ ସେନାର ବିକ୍ଷୋଭ ଦେଖିବାକୁ ମିଳିଛି ।

ଏହି ଆଦିବାସୀ ଜାତିକୁ ପୁନଃ ମାନ୍ୟତା ପ୍ରଦାନ ଓ ଆଜିର ଦିନରେ ଆଦିବାସୀ ମାନ୍ୟତା ହଟାଇ ଦିଆଯାଇଥିବା ପ୍ରତିବାଦ କରି କଳା ଦିବସ ପାଳିଛି ଓଡିଶା କୁଡୁମି ସେନା । କୁଡୁମି ସେନାର ଶତାଧିକ କର୍ମୀ ସ୍ଥାନୀୟ କାଳୀପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଦିବାସୀ ମାନ୍ୟତା ପ୍ରଦାନ ନେଇ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛି କୁଡୁମି ସେନା ।

ଆଦିବାସୀ ମାନ୍ୟତା ଦାବିରେ କଳାଦିବସ ପାଳିଲା କୁଡୁମି ସେନା

ଦାବି ଯଥାଶୀଘ୍ର ନମାନିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି କୁଡୁମି ସେନା । ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖରେ କୁଡୁମି ଜାତିକୁ ଅନୁସୂଚିତ ଜନଜାତି ତାଲିକାରୁ କେନ୍ଦ୍ର ସରକାର ବାଦ୍ ଦେଇଥିଲେ । ସେହିଦିନରୁ ଆଜିର ଦିନଟିକୁ କୁଡୁମି ସମ୍ପ୍ରଦାୟର ଲୋକେ କଳା ଦିବସ ଭାବେ ପାଳନ କରୁଛନ୍ତି । କୁଡୁମୀମାନଙ୍କୁ ପୁନଃ ST ତାଲିକାରେ ସାମିଲ ନକଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ତେବେ କୁଡୁମି ସମ୍ପ୍ରଦାୟର ଦାବି ହେଲା ଏହି ସମ୍ପ୍ରଦାୟକୁ ଆଦିବାସୀ ଜାତିର ପୁନଃ ମାନ୍ୟତା ପ୍ରଦାନ ସହ କୁଡମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିକ୍ଷେତ୍ରରେ ସାମିଲ କରାଯାଉ । କରମ ପର୍ବ ପାଇଁ ଛୁଟି ଘୋଷଣା ଏବଂ କୁଡୁମି ବିକାଶ ପରିଷଦ ଗଠନ କରିବାକୁ କୁଡୁମି ସମ୍ପ୍ରଦାୟ ଦାବି କରିଛି । ଏହି ଅବସରରେ କୁଡୁମୀ ସମ୍ପ୍ରଦାୟର ଯୁବକ, ମହିଳା ଓ ଛାତ୍ରଛାତ୍ରୀମାନେ ରାଇରଙ୍ଗପୁର କୁଡୁମୀ ଛକରେ ଏକତ୍ରିତ ହୋଇ ହାତରେ କଳା ପୋଷାକ ପରିଧାନ କରି କଳା ଦିବସ ପାଳନ କରିଛନ୍ତି ।

ଯେତେ ପର୍ଯ୍ୟନ୍ତ ଦାବି ପୂରଣ ନହେବ ସେତେ ପର୍ଯ୍ୟନ୍ତ ଏହି ବିକ୍ଷୋଭ ଚାଲିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବାକୁ ଦାବି ଦୀର୍ଘଦିନ ଧରି ଚାଲିଆସୁଛି । ହେଲେ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଦିନକୁ ଦିନ ଅବହେଳିତ ହେଉଛନ୍ତି ଏହି କୁଡୁମି ସମ୍ପ୍ରଦାୟର ଲୋକେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.