ବିଶ୍ବ ଫିଜିଓଥେରୋପି ଦିବସ, ଦିବ୍ୟାଙ୍ଗଙ୍କ ସହ ପାଳିଲା ଜିଲ୍ଲା ପ୍ରଶାସନ

author img

By

Published : Sep 8, 2022, 7:58 PM IST

ବିଶ୍ବ ଫିଜିଓଥେରୋପି ଡେ, ଦିବ୍ୟାଙ୍ଗଙ୍କ ସହ ପାଳିଲା ଜିଲ୍ଲା ପ୍ରଶାସନ

ଆଜି ବିଶ୍ବ ଫିଜିଓଥେରୋପି ଦିବସ । ଏହି ଦିବସକୁ ଦିବ୍ୟାଙ୍ଗଙ୍କ ସହ ପାଳିଲା କେନ୍ଦୁଝର ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

କେନ୍ଦୁଝର: ଆଜି ବିଶ୍ବ ଫିଜିଓଥେରୋପୀ ଡେ(World Physiotherapy Day 2022) । ଦିବ୍ୟାଙ୍ଗଙ୍କ ସହ ଏହି ଦିବସ ପାଳିଛି ଜିଲ୍ଲା ପ୍ରଶାସନ । ଏମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ସହଯୋଗ କରୁଥିବାବେଳେ, ଏହି ଦିବସରେ ସେମାନଙ୍କୁ ସମ୍ମାନିତ କରାଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାର ବହୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଦିବ୍ୟାଙ୍ଗ କିପରି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବେ ସେନେଇ ସହଯୋଗ କରୁଛନ୍ତି ।

ବିଶ୍ବ ଫିଜିଓଥେରୋପି ଡେ, ଦିବ୍ୟାଙ୍ଗଙ୍କ ସହ ପାଳିଲା ଜିଲ୍ଲା ପ୍ରଶାସନ

ଏହା ବି ପଢନ୍ତୁ- ଗଡ଼ିଲା ଅହିଂସା ରଥ, ତ୍ରିରଙ୍ଗାମୟ କେନ୍ଦୁଝର ସହର

ଏଥିରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ମଧ୍ୟ ବେଶ ସହଯୋଗର ହାତ ବଢାଇଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ସ୍ଥାନୀୟ ରାଙ୍କି ଠାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଆଜି କେନ୍ଦ୍ର ମଧ୍ୟରେ ବିଶ୍ବ ଫିଜିଓଥେରୋପୀ ଡେ ପାଳିଛି ପ୍ରଶାସନ । ଏହି ଅବସରରେ ଜିଲ୍ଲାପାଳ ଆଶିଷ ଠାକରେ ଏଥିରେ ସାମିଲ ହୋଇଥିବା ଦିବ୍ୟାଙ୍ଗଙ୍କୁ ଫୁଲ ଦେଇ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ୨୦ ରୁ ଊର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କୁ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ କୁତ୍ରିମ ଅଙ୍ଗ ଓ ଯନ୍ତ୍ର ଚାଳିତ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା ।

ଏହି ହୁଇଲ ଚେୟାର ପାଇ ବହୁ ଦିବ୍ୟାଙ୍ଗ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଲକରୁ ଦିବ୍ୟାଙ୍ଗ ହିତାଧିକାରୀ ଯୋଗ ଦେଇଥିଲେ । ଏ ନେଇ ଜିଲ୍ଲାପାଳ କହିଛନ୍ତି, "ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଲାଗି ରାଜ୍ୟ ସରକାର ସର୍ବଦା ଚେଷ୍ଟା କରୁଛନ୍ତି । ଏହି ଅବସରରେ ତାଙ୍କୁ କୁତ୍ରିମ ଅଙ୍ଗ ଓ ଯନ୍ତ୍ର ଚାଳିତ ହୁଇଲ ଚେୟାର ପ୍ରଦାନ କରାଯାଇଛି । ଆଶା କରୁଛି ଏ ନେଇ ଲୋକଙ୍କୁ ସଚତେନ କରାଯାଇ ସେମାନଙ୍କ ନିକଟରେ ସରକାରଙ୍କ ସୁବିଧା ସୁଯୋଗ ପହଞ୍ଚାଯିବ ।"

ଏ ନେଇ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି କହିଛନ୍ତି, "ଆମେ ଚଲାବୁଲା କରିପାରୁନଥିଲୁ । ଏହି ହ୍ବିଲ ଚେୟାର ପାଇବା ଦ୍ବାରା ଆମେ ଚଳପ୍ରଚଳ କରିବାରେ ସକ୍ଷମ ହେବୁ ।" ଜିଲ୍ଲା ପ୍ରଶାସନର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରାଯିବା ସହ ହ୍ବିଲ ଚେୟାର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.