ବିପଦ ସଙ୍କୁଳ ଅବସ୍ଥାରେ ବୈତରଣୀ ନଦୀ ଜଳସ୍ତର

author img

By

Published : Sep 16, 2021, 1:02 PM IST

ବିପଦ ସଙ୍କୁଳ ଅବସ୍ଥାରେ ବୈତରଣୀ ନଦୀ ଜଳ

ବିପଦ ସଙ୍କୁଳ ଅବସ୍ଥାରେ ପ୍ରବାହିତ ହେଉଛି ବୈତରଣୀ ନଦୀ ଜଳ । ଆଜି ସନ୍ଧ୍ୟା ସୁଦ୍ଧା ଜଳସ୍ତର କମିବା ନେଇ ସୂଚନା ଦେଲେ କେନ୍ଦ୍ରୀୟ ଜଳ ଆୟୋଗର କର୍ମଚାରୀ । ଅଧିକ ପଢନ୍ତୁ...

ଆନନ୍ଦପୁର: ବିପଦ ସଙ୍କୁଳ ଅବସ୍ଥାରେ ପ୍ରବାହିତ ହେଉଛି ବୈତରଣୀ ନଦୀ ଜଳ । ଗତ ଲଘୁଚାପରେ ପ୍ରବଳ ବର୍ଷା କାରଣରୁ ନଦୀ ଜଳ ବୃଦ୍ଧି ପାଇଛି । ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବାବେଳେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ ।

ବିପଦ ସଙ୍କୁଳ ଅବସ୍ଥାରେ ବୈତରଣୀ ନଦୀ ଜଳ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳସ୍ତର ସତର୍କ ସୂଚନା ଉପରେ ପ୍ରବାହିତ ହେଉଛି । ହେଲେ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବା କାରଣରୁ ସତର୍କ ସୂଚନା ୩୭.୪୪୫ ମିଟର ଓ ବିପଦ ସଙ୍କେତ ହେଉଛି ୩୮.୩୬୦ ମିଟର । ସକାଳ ୭ଟା ସୁଦ୍ଧା ନଦୀର ଜଳସ୍ତର ସତର୍କ ସୂଚନା ଅତିକ୍ରମ କରି ୩୮.୫୧୦ମିଟର ପ୍ରଭାହିତ ହେଉଛି । ତେବେ ଆଜି(ଗୁରୁବାର) ସନ୍ଧ୍ୟା ସୁଦ୍ଧା ନଦୀର ଜଳସ୍ତର ବିପଦ ସଙ୍କେତ ପାର୍ ହେବାର ସମ୍ଭାବନା ଥିବା କହିଛନ୍ତି କେନ୍ଦ୍ରୀୟ ଜଳ ଆୟୋଗର କର୍ମଚାରୀ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.