ଦିବ୍ୟାଙ୍ଗଙ୍କ ଆଶାର ଆଲୋକ ସାଜିଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର

author img

By

Published : Sep 4, 2022, 8:40 PM IST

Updated : Sep 4, 2022, 10:34 PM IST

ଦିବ୍ୟାଙ୍ଗଙ୍କ ଆଶାର ଆଲୋକ ସାଜିଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର

କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ପ୍ରତିଷ୍ଠା ହୋଇଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (Advanced Rehabilitation Centre) । କେନ୍ଦୁଝର ସମେତ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ଭିନ୍ନକ୍ଷମମାନଙ୍କୁ ମଧ୍ୟ ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଚିକିତ୍ସା କରାଯାଉଛି । ଅଧିକ ପଢ଼ନ୍ତୁ

କେନ୍ଦୁଝର: କୃତ୍ରିମ ଅଙ୍ଗ ରୋପଣ ମାଧ୍ୟମରେ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଉଛି କେନ୍ଦୁଝର ଜିଲ୍ଲାର ରାଙ୍କିସ୍ଥିତ ଏଆରସି ସେଣ୍ଟର (Advanced Rehabilitation Centre) । ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । କେନ୍ଦୁଝର ସମେତ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ଭିନ୍ନକ୍ଷମମାନଙ୍କୁ ମଧ୍ୟ ସେବା ଯୋଗାଉଛି ଏହି କେନ୍ଦ୍ର ।

ଦିବ୍ୟାଙ୍ଗଙ୍କ ଆଶାର ଆଲୋକ ସାଜିଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର

ଭିନ୍ନକ୍ଷମମାନଙ୍କ ପାଇଁ ସରକାରଙ୍କର ଅନେକ ଯୋଜନା ରହିଛି । କିନ୍ତୁ ଅନେକ ସମୟରେ ଏହି ଯୋଜନା ଗୁଡ଼ିକ ସଠିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବାରେ ବ୍ୟତିକ୍ରମ ଦେଖା ଯାଇଥାଏ । ତେବେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏହି ସବୁ ଯୋଜନାକୁ ସଠିକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ପ୍ରତିଷ୍ଠା କରିଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର । ଜିଲ୍ଲାର ରାଙ୍କିସ୍ଥିତ ଏହି ଏଆରସି ସେଣ୍ଟରରେ କେନ୍ଦୁଝର ସମେତ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ଦିବ୍ୟାଙ୍ଗଙ୍କ ପରୀକ୍ଷା କରାଯାଇ ସେମାନଙ୍କୁ ଯନ୍ତ୍ରପାତି ଯୋଗାଇ ଦିଆଯାଉଛି ।

ଏହି କେନ୍ଦ୍ରରେ କୌଣସି କାରଣରୁ ଅକ୍ଷମ ହୋଇ ପଡ଼ିଥିବା ବ୍ୟକ୍ତିଙ୍କ ପରୀକ୍ଷା କରି ତାଙ୍କୁ କୃତ୍ରିମ ଅଙ୍ଗ ପ୍ରତିରୋପଣ କରାଯିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି । ଏଠାରେ ଦିବ୍ୟାଙ୍ଗଙ୍କୁ ପରୀକ୍ଷା କରି ତାଙ୍କୁ ଯନ୍ତ୍ର ଚାଳିତ ଟ୍ରାଇ ସାଇକେଲ ମାଗଣାରେ ପ୍ରଦାନ କରାଯାଉଛି । ଏହା ସହିତ ଅତ୍ୟାଧୁନିକ ରୋବୋଟିକ ଥେରୋପୀର ବ୍ୟବସ୍ଥା ମଧ୍ୟ ରହିଛି । ଗତ ଏକ ବର୍ଷ ମଧ୍ୟରେ ରୋବୋଟିକ ଥେରୋପୀରେ ୬୩୭ ସେସନ ଯୋଗାଇ ଦିଆଯାଇଥିଲା ବେଳେ ୧୩୦ ଜଣ ଦିବ୍ୟାଙ୍ଗଙ୍କୁ ଯନ୍ତ୍ର ଚାଳିତ ହୁଇଲ ଚେୟାର ପ୍ରଦାନ କରାଯାଇଛି ।

ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି, "ଦିବ୍ୟାଙ୍ଗଙ୍କୁ ସେବା ଯୋଗାଇବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ । ଏପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ୧୦୮ ଦିବ୍ୟାଙ୍ଗଙ୍କ କୃତ୍ରିମ ଅଙ୍ଗ ରୋପଣ କରାଯାଇଛି । ଏହା ସହିତ ୨୯ ଦିବ୍ୟାଙ୍ଗଙ୍କୁ ଅଧିକ କୃତ୍ରିମ ଅଙ୍ଗ ରୋପଣ ପାଇଁ ରେଫର କରାଯାଇଛି ।" ଏହି କେନ୍ଦ୍ରରୁ ସୁବିଧା ପାଇଥିବା ଭିନ୍ନକ୍ଷମ ବ୍ୟକ୍ତି ଖୁସି ବ୍ୟକ୍ତ କରି ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପାଳ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Last Updated :Sep 4, 2022, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.