ନ୍ୟାୟ ପାଇଁ ଏସପି ଅଫିସ ସମ୍ମୁଖରେ ଧାରଣାରେ ବସିଲେ ଜିତେନ୍ଦ୍ର, ୫ ଟଙ୍କା ପାଇଁ ଖାଇଥିଲେ ନିର୍ଦ୍ଧୁମ ମାଡ଼

author img

By

Published : Sep 15, 2021, 4:47 PM IST

Updated : Sep 15, 2021, 4:55 PM IST

ନ୍ୟାୟ ପାଇଁ ଏସପି ଅଫିସ ସମ୍ମୁଖରେ ଧାରଣାରେ ବସିଲେ ଜିତେନ୍ଦ୍ର

ନ୍ୟାୟ ପାଇଁ ଧାରଣାରେ ବସିଲେ ଜିତେନ୍ଦ୍ର । ଖାଇବା ପରେ ପଇସା ନଦେବାରୁ ଜିତେନ୍ଦ୍ରଙ୍କୁ ହୋଟେଲ ମାଲିକଙ୍କ ଅମାନୁଷିକ ଆକ୍ରମଣ । ଅଧିକ ପଢନ୍ତୁ...

କେନ୍ଦୁଝର: ନ୍ୟାୟ ପାଇଁ ଧାରଣାରେ ବସିଲେ ଜିତେନ୍ଦ୍ର। ସୂଚନାନୁଯାୟୀ ହୋଟେଲରେ ଖାଇବା ପରେ ପାଞ୍ଚ ଟଙ୍କା ପାଇଁ ହୋଟେଲ ମାଲିକ ଗ୍ରାହକଙ୍କୁ ଅମାନୁଷିକ ଭାବେ ମାଡମରା ଘଟଣାର ଭିଡ଼ିଓ ଗତ ୧୧ତାରିଖରେ ଭାଇରଲ ହୋଇଥିଲା ।

ନ୍ୟାୟ ପାଇଁ ଏସପି ଅଫିସ ସମ୍ମୁଖରେ ଧାରଣାରେ ବସିଲେ ଜିତେନ୍ଦ୍ର

ଆଉ ଏହି ଘଟଣାରେ ଜଣେ ଗିରଫ ହୋଇଥିବାବେଳେ ଅଭିଯୁକ୍ତ ବିରୋଧରେ ଘସିପୁରା ପୁଲିସ ସଠିକ୍ ଦଫା ଲଗାଇ ନ ଥିବା ନେଇ ଅଭିଯୋଗ କରିଛନ୍ତି । ତେବେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ସରବାଲି ଗ୍ରାମର ଜିତେନ୍ଦ୍ର ଦେହୁରୀ ଆଜି(ବୁଧବାର) ଏସପି ଅଫିସ ଆଗରେ ଉପଯୁକ୍ତ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି ।

ଏହି ଘଟଣାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଠିକ ନ୍ୟାୟ ପ୍ରଦାନ ନକଲେ ଆତ୍ମାହୁତି ଦେବେ ବୋଲି ଜିତେନ୍ଦ୍ର ପ୍ରକାଶ କରିଛନ୍ତି । ଏନେଇ କୌଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated :Sep 15, 2021, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.