ଓଡିଶାରେ ପ୍ରଥମ, କେନ୍ଦୁଝର ଜିଲ୍ଲାର ଅଙ୍ଗନୱାଡି ଶିଶୁଙ୍କୁ ମିଳିବ ମାଣ୍ଡିଆ ଲଡୁ

author img

By

Published : Jul 2, 2020, 3:59 PM IST

ଓଡିଶାରେ ପ୍ରଥମ, କେନ୍ଦୁଝର ଜିଲ୍ଲାର ଅଙ୍ଗନୱାଡି ଶିଶୁଙ୍କୁ ମିଳିବ ମାଣ୍ଡିଆ ଲଡୁ

ଓଡ଼ିଶାରେ ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲାରେ ଅଙ୍ଗନୱାଡି ଶିଶୁଙ୍କୁ ମିଳିବ ମାଣ୍ଡିଆ ଲଡୁ । ଆଜି ଠୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

କେନ୍ଦୁଝର: ଜିଲ୍ଲାରେ ଆଜି ଠୁ ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନେ ଖାଇବେ ମାଣ୍ଡିଆ ଲଡୁ (ରାଗିଲଡୁ )। ରାଗି ଲଡୁ ହେଉଛି ମାଣ୍ଡିଆରେ ତିଆରି ହୋଇଥିବା ଏକ ଲଡୁ । ୩ ରୁ ୬ ବର୍ଷ ବୟସ୍କ ଶିଶୁ ମାନଙ୍କୁ ସପ୍ତାହରେ ଅତିରିକ୍ତ ଭାବରେ ଦିଆଯିବ ୨ଟି ମାଣ୍ଡିଆ ଲଡୁ ।

ପାଲିସ ଚାଉଳ ତୁଳନାରେ ରାଗିରେ ୩୦ ଗୁଣ ଅଧିକ କ୍ୟାଲସିୟମ ଏବଂ ୪ ଗୁଣ ଅଧିକ ଲୌହସାର ରହିଥାଏ । ମାଣ୍ଡିଆ ଲଡୁରେ ମଧ୍ୟ ଅଧିକ ଫାଇବାର, ମିନେରାଲସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି । ବର୍ତ୍ତମାନ କୋଭିଡ ପରିସ୍ଥିତିରେ ଅଙ୍ଗନବାଡି କେନ୍ଦ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ରାକ ରନ୍ଧା ଖାଦ୍ୟ ରାଗି ଲଡୁ ମିକ୍ସ ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କ ଘରେ ଯୋଗାଇ ଦିଆଯିବ । ଘରେ ମା’ ମାନେ ଲଡୁ ପ୍ରସ୍ତୁତ କରି ଶିଶୁଙ୍କୁ ଖାଇବା ପାଇଁ ଦେବେ ।

ଓଡିଶାରେ ପ୍ରଥମ, କେନ୍ଦୁଝର ଜିଲ୍ଲାର ଅଙ୍ଗନୱାଡି ଶିଶୁଙ୍କୁ ମିଳିବ ମାଣ୍ଡିଆ ଲଡୁ

ଅଭିଜ୍ଞ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ରାଗି ଲଡୁ ମିକ୍ସ ପ୍ରସ୍ତୁତ କରିବେ । ପ୍ରଥମ ପର୍ଯ୍ୟାୟରେ ଆଜି ଠୁ ସଦର ବ୍ଲକର ୩୩୫ ଅଙ୍ଗନବାଡି କେନ୍ଦ୍ରରେ ନାମ ଲେଖାଇଥିବା ଶିଶୁମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯିବ । ପରେ ପରେ ଜିଲ୍ଲାର ୩୨୫୭ ଟି ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ ଶିଶୁଙ୍କୁ ୧ ସେପ୍ଟେମ୍ବର ୨୦୨୦ରୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏହା ସହ ଜିଲ୍ଲାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାର ବହୁ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ଏ ସବୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ( DM F)ରୁ ବର୍ଷରୁ ୧. ୫ କୋଟି ସହାୟତା ରାଶି ଯୋଗାଇ ଦିଆଯିବ । ଆଇସିଡିଏସ୍ କାର୍ଯ୍ୟକ୍ରମରେ ମାଣ୍ଡିଆକୁ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ଏବଂ ଏ ଦିଗରେ କେନ୍ଦୁଝର ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରଥମ । ମାଣ୍ଡିଆର ବିକେନ୍ଦ୍ରିକରଣ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟା କରଣ,ଯୋଗାଣ, ଏବଂ ବ୍ୟବହାର କ୍ଷେତ୍ରରେ ସମଗ୍ର ଦେଶରେ ଏହା ଏକ ଅନନ୍ୟ ପଦକ୍ଷେପ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି |

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.