ଚମ୍ପୁଆ ରେଞ୍ଜରେ ୩ଟି ହାତୀ ଦେଲେ ଶାବକ ଜନ୍ମ

author img

By

Published : Sep 24, 2021, 8:16 PM IST

Champua

କେନ୍ଦୁଝର ଚମ୍ପୁଆ ରେଞ୍ଜ ଯାମୁଦଲକ ଜଙ୍ଗଲରେ ୨୫ ଟିକିଆ ହାତୀ ପଲର ୩ଟି ମାଇ ହାତୀ ଗୋଟିଏ ଦିନରେ ୩ ଟି ହାତୀ ଶାବକ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ...

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ରେଞ୍ଜ ଯାମୁଦଲକ ଜଙ୍ଗଲରେ ୨୫ ଟିକିଆ ହାତୀ ପଲର ୩ଟି ମାଇ ହାତୀ ଗୋଟିଏ ଦିନରେ ୩ ଟି ହାତୀ ଶାବକ ଜନ୍ମ ଦେଇଛନ୍ତି ।

ଚମ୍ପୁଆ ରେଞ୍ଜ ୩ ଟି ହାତୀ ଦେଲେ ଶାବକ ଜନ୍ମ

ହାତୀ ସନ୍ତାନ ପ୍ରସବ କରିବା ଖବର ପାଇବା ପରେ ଜଙ୍ଗଲ ନିକଟରେ ଲୋକଙ୍କ ଭିଡ ଜମିଥିଲା । ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଜଙ୍ଗଲ ନିକଟରେ ଅଧିକ ଲୋକ ଭିଡ ନଜମାଇବାକୁ ପରାମର୍ଶ ଦେଇଛି । ସୁରକ୍ଷିତ ସନ୍ତାନ ପ୍ରସବ ପାଇଁ ହାତୀପଲଙ୍କୁ ଜଙ୍ଗଲରେ ଜଗି ରହିଛନ୍ତି ବନ କର୍ମଚାରୀ ।

ସକାଳୁ ଗୋଟିଏ ପରେ ଗୋଟିଏ ୩ ଟି ହାତୀ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ଭାବେ ସନ୍ତାନ ପ୍ରସବ କରିଥିବା ଜଣାପଡିଛି । ହାତୀ ଶାବକ ମାନଙ୍କୁ ହାତୀପଲ ଜଙ୍ଗଲ ମଧ୍ୟରେ ଜଗି ରହିଥିବା ଦେଖିବାକୁ ମିଳିଛି । ତେବେ ଏସମ୍ପର୍କରେ ଜଙ୍ଗଲ ବିଭାଗ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.