ଦୁଇ ଦିନିଆ କେନ୍ଦୁଝର ଗସ୍ତରେ କେନ୍ଦ୍ରମନ୍ତ୍ରୀ, ମା ତାରିଣୀଙ୍କୁ କଲେ ଦର୍ଶନ

author img

By

Published : Sep 13, 2021, 4:09 PM IST

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ କେନ୍ଦ୍ରମନ୍ତ୍ରୀ, ମାଁ ତାରିଣୀଙ୍କୁ କଲେ ଦର୍ଶନ

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ...

କେନ୍ଦୁଝର: ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଓ ରାହସ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ ।

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ କେନ୍ଦ୍ରମନ୍ତ୍ରୀ, ମାଁ ତାରିଣୀଙ୍କୁ କଲେ ଦର୍ଶନ

ଆଗାମୀ ଦିନରେ ଜିଲ୍ଲାର ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟର ଆଦିବାସୀମାନେ କେନ୍ଦ୍ର ଯୋଜନାର କିଭଳି ଲାଭ ଉଠାଇ ପାରିବେ ସେନେଇ ପଦକ୍ଷେପ ନିଆଯିବ । କେନ୍ଦୁଝର ଜିଲ୍ଲାରେ କାନପୁର ପ୍ରକଳ୍ପ ବହୁ ଦିନରୁ ବନ୍ଦ ହୋଇଥିବା ବେଳେ ଏହା କିପରି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

ଆଗକୁ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ ଆସୁଛି । କେନ୍ଦ୍ର ସରକାରଙ୍କ ଜନହିତକର କାର୍ଯ୍ୟକୁ ଆଧାର କରି ବିଜେପି ନିର୍ବାଚନୀ ମୈଦାନକୁ ଓହ୍ଲାଇବା ନେଇ ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ କହିଛନ୍ତି । ଏହାପରେ କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଅନୁସୂଚୀତ ଜନଜାତି ବୈଠକରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ନିଜ ପରିବାର ସହ କେନ୍ଦୁଝରର ଆରାଧ୍ୟ ଠାକୁରାଣୀ ମା ତାରିଣୀଙ୍କର ଦର୍ଶନ ମଧ୍ୟ କରିଛନ୍ତି । ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.