ଦର ବୃଦ୍ଧି ଓ ଶ୍ରମିକ ଛଟେଇ ବିରୁଦ୍ଧରେ କେନ୍ଦୁଝରରେ ଗର୍ଜିଲା AITUC

author img

By

Published : Sep 23, 2022, 2:23 PM IST

୧୨ ଦଫା ଦାବି ନେଇ କେନ୍ଦୁଝରରେ AITUCର ବିକ୍ଷୋଭ

ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ଖଣିରେ ଶ୍ରମିକଙ୍କୁ ନିଜିଯୁକ୍ତି ଦାବିରେ କେନ୍ଦୁଢର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଟିୟୁସିର ବିକ୍ଷୋଭ ପ୍ରଦର୍ଶନ ।

କେନ୍ଦୁଝର: ୧୨ ଦଫା ଦାବି ନେଇ ଶ୍ରମିକ ସଂଗଠନ ଏଆଇଟିୟୁସିର (AITUC) ବିକ୍ଷୋଭ ପ୍ରଦର୍ଶନ । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦିନକୁ ଦିନ ଦରଦାମ ବୃଦ୍ଧି ହେଉଥିବାବେଳେ ବେକାରୀ ସମସ୍ୟା ମଧ୍ୟ ବଢିଚାଲିଛି । ଫଳରେ ନାହିଁ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ସାଧାରଣ ଲୋକେ, ଅନ୍ୟପଟେ ବେକାରୀ ସମସ୍ୟା ଏବେ ଚିନ୍ତାଜନକ ସ୍ଥିତିରେ । ଶିକ୍ଷିତ ହୋଇ ମଧ୍ୟ ଚାକିରି ନପାଇ ଏବେ ଘରେ ବସିଛନ୍ତି ଯୁବକ ଯୁବତୀ ।

୧୨ ଦଫା ଦାବି ନେଇ କେନ୍ଦୁଝରରେ AITUCର ବିକ୍ଷୋଭ

ଅନ୍ୟପଟେ ସ୍ଥାନୀୟ ନିଯୁକ୍ତି ନେଇ ସରକାରଙ୍କ ପାଖରେ ସଠିକ ତଥ୍ୟ ନାହିଁ, ଏଥିସହ ଶ୍ରମ ଆଇନ ନେଇ ସରକାର ନିୟମ ମଧ୍ୟ ବଦଳାଉନଥିବା ଅଭିଯୋଗ କରିଛି ଏଆଇଟିୟୁସି । ଏନେଇ ଆଜି ଶତାଧିକ ଏଆଇଟିୟୁସି କର୍ମୀ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଏଆଇଟିୟୁସି ପକ୍ଷରୁ ଏକ ୧୨ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ବେଘର କଲା ବ୍ୟାଘ୍ର ପ୍ରକଳ୍ପ, ଠିକଣା ଖୋଜୁଛନ୍ତି କଟରଙ୍ଗବାସୀ

ଏନେଇ ଏଆଇଟିୟୁସି ନେତା ରାମକୃଷ୍ଣ ପଣ୍ଡା କହିଛନ୍ତି ଯେ, ''କେନ୍ଦୁଝରରେ ଖଣି ବନ୍ଦ ହେଉଛି, ଏହାପରେ ଯେଉଁମାନେ ନୂଆ ଖଣି ନେଉଛନ୍ତି ସେମାନେ ପୂର୍ବରୁ ଖଣିରେ କାମ କରୁଥିଲେ ବା ଯେଉଁମାନଙ୍କ ଜମି ଯାଇଛି ସେମାନଙ୍କୁ ନିଯୁକ୍ତି ମିଳୁନାହିଁ, ତେଣୁ ଆମେ ଆଜି ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଇବାକୁ ଆସିଛୁ ଯେ, ଖଣିରେ କାମ କରୁଥିବା ଶ୍ରମିକଙ୍କୁ ପୁନଃନିଯୁକ୍ତି ଦିଆଯାଉ ଓ ଯେଉଁ ଖଣି ବନ୍ଦ ରହିଛି ତାକୁ ଖୋଲା ଯାଉଛି, ଏଥି ସହ କେନ୍ଦୁଝରରେ ଥିବା ଶ୍ରମିକମାନଙ୍କ ପଞ୍ଜିକରଣ କରାଯାଉନାହିଁ, ଖାଲି ଏତିକି ନୁହଁ ଦରଦାମ ବୃଦ୍ଧି ହେଉଛି, ଜିଲ୍ଲାରେ ବେକାରୀ ସମସ୍ୟା ବଢୁଛି ତେଣୁ ଏସବୁର ସମାଧାନ କରିବା ଜରୁରୀ ହୋଇପଡିଛି ।''

ଏନେଇ ଏଆଇଟିୟୁସି ନେତା ମହେଶ୍ୱର ରାଉତ କହିଛନ୍ତି ଯେ, ''କେନ୍ଦୁଝରର ଜିଲ୍ଲାରେ ଯେଉଁ ଖଣିଜ ସମ୍ପଦ ରହିଛି, ଉନ୍ନତି ବଦଳରେ ଏହା ଅବନ୍ନତି ହେଉଛି, ଜିଲ୍ଲାର ସମସ୍ତ ଖଣି କାରଖାନାର ଲୋକମାନେ ଓ ପ୍ରାୟ ୫ ହଜାର ଶ୍ରମିକ ଏଠାରେ ଆସି ପହଞ୍ଚିଛନ୍ତି ଏବଂ ସମସ୍ତ ଖଣି କାରଖାନରେ ଶ୍ରମିକମାନଙ୍କ ସୁବିଧା ଦେବା ପାଇଁ ଆମେ ଆଜି ସରକାରଙ୍କ ନିକଟରେ ଦାବି କରୁଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.