ଗଡ଼ିଲା ଅହିଂସା ରଥ, ତ୍ରିରଙ୍ଗାମୟ କେନ୍ଦୁଝର ସହର

author img

By

Published : Sep 8, 2022, 8:04 AM IST

କେନ୍ଦୁଝରରେ ଗଡ଼ିଲା ଅହିଂସା ରଥ,  ତ୍ରିରଙ୍ଗାମୟ କେନ୍ଦୁଝର ସହର

କେନ୍ଦୁଝରରେ ଗଡ଼ିଲା ଅହିଂସା ରଥ । ତ୍ରିରଙ୍ଗାମୟ ହେଲା କେନ୍ଦୁଝର ସହର । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵାଧୀନତା ଦିବସରେ ଅହିଂସା ରଥର ଶୁଭାରମ୍ଭ କରାଯାଇଥିଲା । ଅଧିକ ପଢ଼ନ୍ତୁ

କେନ୍ଦୁଝର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵାଧୀନତା ଦିବସରେ ଅହିଂସା ରଥର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ରଥ ପରିକ୍ରମା କରି ଅହିଂସା ବାର୍ତ୍ତା ପ୍ରଦାନ କରିବା ସହିତ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରୁଛି । ବୁଧବାର ଗୋଟିଏ ଅହିଂସା ରଥ କେନ୍ଦୁଝର ଜିଲ୍ଲାରେ ପହଞ୍ଚିବା ଥିବା ବେଳେ ଏହାକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଦୁଇଟି ଅହିଂସା ରଥ ଜିଲ୍ଲାର ବିଭିନ୍ନ ରାସ୍ତା ଦେଇ ପରିକ୍ରମା ଆରମ୍ଭ କରିବା ସହିତ ଦେଶପ୍ରେମ ଓ ଅହିଂସାର ବାର୍ତ୍ତା ବାଣ୍ଟୁଛି । ବିଭିନ୍ନ ବର୍ଗର ଲୋକେ ଅହିଂସା ରଥକୁ ଭବ୍ୟ ସ୍ଵାଗତ ଜଣାଇ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି ।

କେନ୍ଦୁଝରରେ ଗଡ଼ିଲା ଅହିଂସା ରଥ, ତ୍ରିରଙ୍ଗାମୟ କେନ୍ଦୁଝର ସହର

ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିବା ଅହିଂସା ରଥକୁ ଏକ ଭବ୍ୟ ପରିବେଶ ମଧ୍ୟରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ସ୍ବାଗତ କରିଥିଲେ । କଳାକାରମାନଙ୍କ ଚିତାକର୍ଷକ ପାରମ୍ପାରିକ ନୃତ୍ୟ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ଜାତୀୟ ପତାକା ଧରି ଅହିଂସା ରଥକୁ ସ୍ବାଗତ କରିବାର ଦୃଶ୍ୟ ବେଶ୍ ମନ ମୁଗ୍ଧକର ହୋଇଥିଲା ।

ନୃତ୍ୟ, ସଙ୍ଗୀତର ତାଳେ ତାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିରାଟ ଶୋଭାଯାତ୍ରାରେ ବାହାରି ଏହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟକ୍ରମ ପାଇଁ କେନ୍ଦୁଝର ସହର ତ୍ରିରଙ୍ଗାମୟ ହୋଇଥିଲା । ଯାହା ଅତ୍ୟନ୍ତ ଆକର୍ଷଣୀୟ ଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.