୫ ଦଫା ଦାବିରେ ଜିଲ୍ଲାପାଳଙ୍କୁ ଅଙ୍ଗନୱାଡି କର୍ମୀଙ୍କ ଦାବିପତ୍ର

author img

By

Published : Sep 20, 2021, 6:15 PM IST

୫ଦଫା ଦାବିରେ ଜିଲ୍ଲାପାଳଙ୍କୁ ଅଙ୍ଗନୱାଡି କର୍ମୀଙ୍କ ଦାବିପତ୍ର

ରାଜରାସ୍ତାକୁ ଓହ୍ଲାଇଲେ ଅଙ୍ଗନୱାଡି କର୍ମୀ । ପିଲାଙ୍କୁ ରନ୍ଧା ଖାଦ୍ୟ ବାବଦରେ ଉପଯୁକ୍ତ ଅନୁଦାନ ମିଳୁ ନଥିବା ନେଇ ଜିଲ୍ଲାପାଳଙ୍କୁ ୫ଦଫା ନେଇ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

କେନ୍ଦୁଝର: ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଅଙ୍ଗନୱାଡି କର୍ମୀ । ବଜାରରେ ପ୍ରତ୍ୟକ ଜିନିଷର ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଅଙ୍ଗନୱାଡି ଦିଦି ମାନଙ୍କ ଉପରେ । ତେବେ ଏନେଇ ଅଙ୍ଗନୱାଡ଼ି କେନ୍ଦ୍ରରେ ପ୍ରତ୍ୟେକ ଶିଶୁଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ସରକାରଙ୍କ ତରଫରୁ ମିଳୁଛି ୮ ଟଙ୍କା । ହେଲେ ଏବେ ଅଣ୍ଡା ଗୋଟିଏ ଦାମ ୮ ଟଙ୍କାରେ ପହଁଞ୍ଚିଥିବା ବେଳେ ଏହି ଅଣ୍ଡାା ବାବଦରେ ମିଳୁଛି ମାତ୍ର ୫ ଟଙ୍କା ।

୫ଦଫା ଦାବିରେ ଜିଲ୍ଲାପାଳଙ୍କୁ ଅଙ୍ଗନୱାଡି କର୍ମୀଙ୍କ ଦାବିପତ୍ର

ସେହିପରି ତେଲ ଓ ଡାଲି କଥା ନ କହିବା ଭଲ । ମିଳୁଥିବା ଅର୍ଥ ଅନୁଯାଇ ଶିଶୁଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ଅସମ୍ଭବ ହୋଇପଡିଛି । ଆଉ ଯଦି ଏଥିରେ କିଛି କାଟ ଛାଟ କରି ପିଲାଙ୍କୁ ଦିଆଯାଉଛି ତେବେ ଅଭିଯୋଗ କ୍ରମେ ସେହି ଦିଦିଙ୍କ ଉପରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ।

ସେପଟେ ତୃଣମୂଳ ସ୍ତରରେ ବହୁ ଗୁରୁତ୍ଵପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରୁଛନ୍ତି । ତେବେ ଏତେ ସବୁ କଲାପରେ ଏମାନଙ୍କୁ ମିଳୁଥିବା ଦରମା ବହୁ କମ ରହିଛି । ଏନେଇ ଆଜି (ସୋମବାର) ୫ ଦଫା ଦାବି ନେଇ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ୍ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ଦିନରେ ସରକାର ତାଙ୍କ ଦାବି ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତାେଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.