ଆପର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ, ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ

author img

By

Published : Sep 11, 2022, 7:29 PM IST

ଆପର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ, ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ

କେନ୍ଦୁଝର ଆମ ଆଦମି ପାର୍ଟିର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ । ଏଥିରେ ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଗାମୀ ନିର୍ବାଚନରେ ଆପକୁ ଓଡ଼ିଶାର ବିକଳ୍ପ ରାଜନୈତିକ ଦଳ ଭାବରେ ଗଢି ତୋଳିବେ ବୋଲି ସଂକଳ୍ପ ନେଇଛନ୍ତି । ଅଧିକ ପଢ଼ନ୍ତୁ

କେନ୍ଦୁଝର: ସ୍ଥାନୀୟ ତୈଳିକ ବୈଶ୍ୟ ସମାଜ ଠାରେ ଆମ ଆଦମୀ ପାର୍ଟିର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦୁଝର ଆମ ଆଦମି ପାର୍ଟି ପର୍ଯ୍ୟବେକ୍ଷକ ଅଧ୍ୟାପକ ଗୋପବନ୍ଧୁ । ଓଡ଼ିଶାର ସାଧାରଣ ଲୋକଙ୍କ ସ୍ବର ହେବା ସହିତ ଆଗାମୀ ଦିନରେ ରାଜ୍ୟରେ ଆମ ଆଦମୀ ପାର୍ଟି ରାଜନୈତିକ ବିକଳ୍ପ ହେବ ବୋଲି ସେ କହିଛନ୍ତି ।

ଦିଲ୍ଲୀ, ପଞ୍ଜାବ ପରେ ଗୁଜୁରାଟ ନିର୍ବାଚନ ଉପରେ ରହିଛି ଆମ ଆଦମୀ ପାର୍ଟିର ନଜର । ସେହିଭଳି ଓଡିଶାକୁ ମଧ୍ୟ ଫୋକସରେ ରଖିଛି ଦଳ । ଏନେଇ ସାରା ରାଜ୍ୟରେ ଦଳୀୟ କାର୍ଯ୍ୟକ୍ରମ ସହ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରାଯାଉଛି । ସେହିଭଳି ଆଜି (ରବିବାର) କେନ୍ଦୁଝର ତୈଳିକ ବୈଶ୍ୟ ସମାଜ ଠାରେ ଆଜି ଆମ ଆଦମୀ ପାର୍ଟିର ଜିଲ୍ଲାସ୍ଥରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏଥିରେ ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ଶାସକ ବିଜେପିର ଅଘୋଷିତ ବୁଝାମଣାର ଶିକାର ନିରୀହ ଜନତା ହେଉଥିବା ଆପ ଅଭିଯୋଗ କରିଛି ।

ଆପର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ, ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ


ଏହା ମଧ୍ୟ ପଢ଼ନ୍ତୁ...2024ରେ ଓଡ଼ିଶାରେ ଆସିବ ଆମ ଆଦମୀ ପାର୍ଟି: ସବ୍ୟସଚୀ ମହାନ୍ତି

ତେବେ ଦିନକୁ ଦିନ ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଉଥିବା ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆପ ଅଭିଯୋଗ କରିଛି । ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଘୋଷିତ ମେଣ୍ଟ ଜରିଆରେ ରାଜ୍ୟରେ ନିରୀହ ଜନତାଙ୍କୁ ଶୋଷଣ କରୁଛନ୍ତି ବୋଲି କହିଛି ଆପ । ତେବେ ଆଗାମୀ ନିର୍ବାଚନରେ ରାଜ୍ୟର ଏହି ନିରୀହ ଜନତାଙ୍କ ସ୍ବର ହେବା ସହିତ ଓଡ଼ିଶାରେ ଦୁର୍ନୀତି ମୁକ୍ତ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି ଆମ ଆଦମୀ ପାର୍ଟି । ଆପ ସରକାର ଆସିଲେ କେନ୍ଦୁଝରର ସମ୍ପତ୍ତିକୁ ଜିଲ୍ଲାର ବିକାଶ କ୍ଷେତ୍ରରେ ବିନିଯୋଗ କରିବା ସହ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବ ବୋଲି ଦଳ କହିଛି ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦୁଝର ଜିଲ୍ଲା ଆମ ଆଦମୀ ପାର୍ଟି ପର୍ଯ୍ୟବେକ୍ଷକ ଅଧ୍ୟାପକ ଗୋପବନ୍ଧୁ । ସେ କହିଛନ୍ତି ଏହା କେନ୍ଦୁଝର ଜିଲ୍ଲାର ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକପ୍ରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଥିଲା । ଏହା ପରେ ଦଳୀୟ କର୍ମୀମାନେ ବୁଥ ସ୍ତରରେ ଯାଇ ସାଧାରଣ ଲୋକଙ୍କ ସୁବିଧା ପାଇଁ ଲଢ଼େଇ କରିବା ସହିତ ଦଳର ସଙ୍ଗଠନକୁ ମଜବୁତ କରିବେ । ଆମ ଆଦମି ପାର୍ଟି ଲୋକମାନଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ଓ ପାନୀୟ ଜଳ ସହିତ ରୋଜଗାରକୁ ନେଇ ରହିଥିବା ସମସ୍ୟା ବିରୋଧରେ ଲଢ଼େଇ କରିବ ।" ତେବେ ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଗାମୀ ନିର୍ବାଚନରେ ଆପକୁ ଓଡ଼ିଶାର ବିକଳ୍ପ ରାଜନୈତିକ ଦଳ ଭାବରେ ଗଢି ତୋଳିବେ ବୋଲି ସଂକଳ୍ପ ନେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.