ଆନନ୍ଦପୁର ବ୍ୟାରେଜ୍ ନିକଟରେ ଭାସିଗଲେ ୩; ଜଣେ ଉଦ୍ଧାର, ୨ ନିଖୋଜ

author img

By

Published : Sep 17, 2021, 4:02 PM IST

ଆନନ୍ଦପୁର ବ୍ୟାରେଜ୍ ନିକଟରେ ଭାସିଗଲେ ୩, ଜଣେ ଉଦ୍ଧାର ୨ ନିଖୋଜ

ବୈତରଣୀ ନଦୀରୁ କାଠ ସଂଗ୍ରହ କରୁଥିବା ବେଳେ ଆନନ୍ଦପୁର ବ୍ୟାରେଜ୍ ନିକଟରେ ୩ ଜଣ ଭାସିଗଲେ । ସେମାନଙ୍କ ମଧ୍ୟରୁ ଅଗ୍ନିଶମ ବାହିନୀ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ...

ଆନନ୍ଦପୁର: ବୈତରଣୀ ନଦୀରୁ କାଠ ସଂଗ୍ରହ କରୁଥିବା ବେଳେ ଆନନ୍ଦପୁର ବ୍ୟାରେଜ୍ ନିକଟରେ ୩ ଜଣ ଭାସିଗଲେ । ସେମାନଙ୍କ ମଧ୍ୟରୁ ଅଗ୍ନିଶମ ବାହିନୀ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ଥିବା ସୂଚନା ମିଳିଛି।

ଆନନ୍ଦପୁର ବ୍ୟାରେଜ୍ ନିକଟରେ ଭାସିଗଲେ ୩, ଜଣେ ଉଦ୍ଧାର ୨ ନିଖୋଜ

କେନ୍ଦୁଝର ଜିଲ୍ଲା ଘସିପୁରା ନିକଟ କୁମୁଣିଆ ଗାଁର ଜଗବନ୍ଧୁ ନାଏକ ଓ ୨ ଜଣ ସାଥୀ ବୈତରଣୀ ନଦୀରୁ ଆଜି(ଶୁକ୍ରବାର) କାଠ ସଂଗ୍ରହ କରୁଥିଲେ । ହେଲେ ଅସାବଧାନତାବଶତଃ, ୩ ଜଣ ଆନନ୍ଦପୁର ବ୍ୟାରେଜ୍ ନିକଟରେ ଭାସିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଜଗବନ୍ଧୁଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟମାନେ ନିଖୋଜ ଥିବା ଜଣାପଡ଼ିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.