ପୁଣି କାନ୍ଥ ଭୁଶୁଡି ଜଣେ ମୃତ

author img

By

Published : Sep 14, 2021, 8:10 PM IST

କେନ୍ଦ୍ରାପଡାରେ କାନ୍ଥପଡି ପୁଣି ଜଣେ ବୃଦ୍ଧା ମୃତ, ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

କେନ୍ଦ୍ରାପଡ଼ାରେ କାନ୍ଥପଡି ପୁଣି ଜଣେ ବୃଦ୍ଧାଙ୍କ ମୃତ୍ୟୁ । ଗତକାଲି କାନ୍ଥ ପଡି ପ୍ରାଣ ହରାଇଥିଲେ ୨ଜଣ । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା: ଜିଲ୍ଲାରେ ବିଢିବାରେ ଲାଗିଛି ଲଗାଣ ବର୍ଷା ପରବର୍ତ୍ତୀ ବିପତ୍ତି । ପୁଣି କାନ୍ଥ ଭୁଶୁଡି ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମରେ । ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ୭୬ ବର୍ଷୀୟା ବୃଦ୍ଧା କମଳା ନାୟକ ବୋଲି ଜଣାପଡିଛି । ଗତକାଲି ଜିଲ୍ଲାର ବଡ଼ ବେତରା ଓ ଢି଼ଅସାହି ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଏକ ଜୀବନହାନୀ ଜିଲ୍ଲାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି ।

କେନ୍ଦ୍ରାପଡାରେ କାନ୍ଥପଡି ପୁଣି ଜଣେ ବୃଦ୍ଧା ମୃତ, ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ସୂଚନାନୁଯାୟୀ ଆଜି ଅପରାହ୍ନରେ କମଳା ନାୟକ(ବେୱା) ପୂଜା ଶେଷ କରି ଖାଇବାକୁ ଯାଉଥିବା ସମୟରେ ବର୍ଷାରେ ଭିଜି ରହିଥିବା ମାଟି କାନ୍ଥ ତାଙ୍କ ଉପରେ ଭୁଶୁଡି ପଡିଥିଲା । ଗ୍ରାମବାସୀ ପହଞ୍ଚି ମାଟି ତାଡି ତାଙ୍କୁ ଉଦ୍ଧାର କିରଥିଲେ ସୁଦ୍ଧା ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କର ମୃତ୍ୟୁ ହୋଇସାରିଥିଲା ।

ଘଟଣା ପ୍ରଘଟ ହେବା ପରେ କେନ୍ଦ୍ରାପଡ଼ା BDO ଅଶ୍ବିନୀ ଦାଶ କମଳାଙ୍କ ଘରେ ପହଞ୍ଚି ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ରେଡକ୍ରସରୁ ୧୦ହଜାର ଟଙ୍କା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ତେବେ ଜିଲ୍ଲାରେ ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତିରେ ୩ ଜଣଙ୍କ ମୃତ୍ୟୁ ହେବା କଚା ଘରେ ବସବାସ କରୁଥିବା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.