କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଜଳଯୋଗାଣ କର୍ମଚାରୀ

author img

By

Published : Nov 29, 2021, 8:02 PM IST

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଜଳଯୋଗାଣ କର୍ମଚାରୀ

ସରକାରୀ ନିଯୁକ୍ତି ଦାବି କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ୫୦୦ରୁ ଅଧିକ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: ସ୍ବାବଲମ୍ବୀ କର୍ମଚାରୀ ନିୟମ(Self Employment Mechanism) ଉଚ୍ଛେଦ ଓ ସରକାରୀ ନିଯୁକ୍ତି ଦାବି କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ୫୦୦ରୁ ଅଧିକ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ । ଏହାକୁ ନେଇ ଆଜି(ସୋମବାର) ମଧ୍ୟାହ୍ନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଦୀର୍ଘ ଦୁଇମାସ ହେଲା ରାଜଧାନୀର ଲୋୟର ପିଏମଜିରେ ରାଜ୍ୟ କର୍ମଚାରୀ ମହାସଂଘ ଅନଶନରେ ବସିଛି । କିଛି ଲାଭ ନହେବାରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ରାଜ୍ୟ କର୍ମଚାରୀ ମହାସଂଘ ।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଜଳଯୋଗାଣ କର୍ମଚାରୀ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହ ୮ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦୈନିକ ୭୦ଟଙ୍କାରୁ କମ୍‌ ପାରିଶ୍ରମିକରେ କାମ କରିବା ସହ କୋଭିଡ ସମୟରେ ନିରବିଚ୍ଛିନ୍ନ ସେବା ଯୋଗାଇ ଆସୁଛନ୍ତି ଜଳଯୋଗାଣ କର୍ମଚାରୀ । ହେଲେ ଏଭଳି କର୍ମଚାରୀଙ୍କୁ ଆନୁଷଙ୍ଗିକ ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ ହୋଇଛି । ସେମାନଙ୍କୁ କୋଭିଡ ଯୋଦ୍ଧାର ସମ୍ମାନ ମିଳିନାହିଁ ।

କର୍ତ୍ତବ୍ୟ ସମୟରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ ସରକାର ଆଡ଼ ଆଖିରେ ଚାହିଁ ନଥିବା ଅଭିଯୋଗ ହୋଇଛି । ଏହା ସରକାରୀ ବ୍ୟବସ୍ଥା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ଅଭିଯୋଗ କରିଛି ରାଜ୍ୟ କର୍ମଚାରୀ ମହାସଂଘ । ବର୍ତ୍ତମାନ ଏହି କର୍ମଚାରୀଙ୍କୁ ସରକାରୀ ଚାକିରୀ ସ୍ବୀକୃତି ଦେବାକୁ ଦାବି ହୋଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.