ଅଣ୍ଡାମାଡ଼ ଘଟଣାରେ କେନ୍ଦ୍ରମନ୍ତ୍ରୀ କହିଲେ ଭଲକାମରେ ବାଧକ ସାଜିଛନ୍ତି ବିଜେଡି କର୍ମୀ

author img

By

Published : Nov 22, 2021, 6:54 AM IST

ଅଣ୍ଡାମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ,  ଭଲକାମ ବେଳେ ବାଧକ ସାଜିଛନ୍ତି ବିଜେଡି କର୍ମୀ

କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଛାତ୍ର ଓ ଯୁବ ବିଜେଡିର ଅଣ୍ଡାମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲେ ନିଜେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଛାତ୍ର ଓ ଯୁବ ବିଜେଡିର ଅଣ୍ଡାମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲେ ନିଜେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ବିକାଶଶୀଳ ରାଷ୍ଟ୍ରର ଚିନ୍ତା ଓ ଚେତନା ଦିଗରେ କାମ କରିବା ସମୟରେ ଏଭଳି ଅଣ୍ଡାମାଡ଼ ଘଟଣା ବିଜେଡିର ଘୃଣ୍ୟ ମନୋଭାବକୁ ଦର୍ଶାଉଛି ବୋଲି ଗହଗା ପାଟ ଗସ୍ତ ସମୟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅଣ୍ଡାମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ, ଭଲକାମ ବେଳେ ବାଧକ ସାଜିଛନ୍ତି ବିଜେଡି କର୍ମୀ

ଗହଗା ପାଟରୁ ଜଳ ନିଷ୍କାସନ ସମସ୍ୟା ଦୀର୍ଘବର୍ଷର ହୋଇଥିବା ବେଳେ ନିଜଆଡୁ କେନ୍ଦ୍ରମନ୍ତ୍ରୀ ଏହାର ସମାଧାନ କରିବା ଦିଗରେ ପଦକ୍ଷେପ ସ୍ୱରୂପ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ସହ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିଲେ । ଏହି ସମୟରେ ତାଙ୍କ ଗାଡିକୁ ଅଣ୍ଡାମାଡ଼ କରିବା ବାସ୍ତବିକ ବିଜେଡିର ସଂକୀର୍ଣ୍ଣ ରାଜନୈତିକ ମନୋଭାବକୁ ପଦାରେ ପକାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିବା ସହ ଏହି ଅଞ୍ଚଳର ବିକାଶ ଦିଗରେ ଅଣ୍ଡାମାଡ଼କାରୀ ବିଭ୍ରାଟ ସୃଷ୍ଟି କରୁଥିବା କହିଛନ୍ତି ମନ୍ତ୍ରୀ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.