ଦୁଷ୍କର୍ମ ଅଭିଯୋଗରେ ଟାଉନ ଥାନା ପୋଲିସର ସ୍ପେଶାଲ ଡ୍ରାଇଭ, ୫ ଅଭିଯୁକ୍ତ ଗିରଫ

author img

By

Published : Sep 22, 2021, 6:54 PM IST

ଦୁଷ୍କର୍ମ ଅଭିଯୋଗରେ ଟାଉନ ଥାନା ପୋଲିସର ସ୍ପେଶାଲ ଡ୍ରାଇଭ, ୫ ଅଭିଯୁକ୍ତ ଗିରଫ

ଟାଉନ ଥାନା ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । ଦୁଷ୍କର୍ମ ଅଭିଯୋଗରେ ଫେରାର ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ଟାଉନ ଥାନା ପୋଲିସର ସ୍ପେଶାଲ ଡ୍ରାଇଭରେ ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜିଲ୍ଲାରେ ଭିନ୍ନଭିନ୍ନ ୪ଟି ଦୁଷ୍କର୍ମ ଘଟଣାରେ ମୋଟ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏନେଇ ଆଜି (ବୁଧବାର) ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଉପଖଣ୍ଡର ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା ସୂଚନା ଦେଇଛନ୍ତି ।

ଦୁଷ୍କର୍ମ ଅଭିଯୋଗରେ ଟାଉନ ଥାନା ପୋଲିସର ସ୍ପେଶାଲ ଡ୍ରାଇଭ, ୫ ଅଭିଯୁକ୍ତ ଗିରଫ

ସେପଟେ କେନ୍ଦ୍ରାଞ୍ଚଳ ଆଇଜି ଓ କେନ୍ଦ୍ରାପଡ଼ା ଏସପିଙ୍କ ମିଳିତ ଆଲୋଚନାରେ ଗତ ୪ବର୍ଷ ଧରି ଚାରୋଟି ଦୁଷ୍କର୍ମ ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ୪ଟି ପୋଲିସ ଟିମ ଗଠନ କରାଯାଇଥିଲା । ତେବେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ବୁଧବାର ଟାଉନ ଥାନା କେଶ ନଂ ୧୦୫/୨୦୧୯ରେ ପଦିଆ ଓରଫ ଗୁଣନିଧି ମଳିକକୁ ଗିରଫ କରାଯାଇ କୋର୍ଟଚାଲାଣ କରିଥିବା କହିଛନ୍ତି କେନ୍ଦ୍ରାପଡ଼ା ଏସଡିପିଓ ।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.